Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||

ମମତାଙ୍କୁ ଆଉ ଏକ ଝଟକା: ଇସ୍ତଫା ଦେଲେ ଟିଏମସି ବିଧାୟକ ଜିତେନ୍ଦ୍ର ତିଓ୍ବାରୀ, ବିଜେପିରେ ମିଶିବା ନେଇ ଚର୍ଚ୍ଚା

17/12/2020 at 8:47 PM

କୋଲକାତା ୧୭/୧୨ : ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସକୁ ଆଉ ଏକ ଶକ୍ତ ଝଟକା । ମମତା ବାନାର୍ଜୀଙ୍କ ଦଳରେ ବିଦ୍ରୋହ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଶୁଭେନ୍ଦୁ ଅଧିକାରୀଙ୍କ ପରେ ଗୁରୁବାର ଆଉ ଜଣେ ବିଧାୟକ ଇସ୍ତଫା ଦେଇଥିବା ସୂଚନା ମିଳିଛି । ଟିଏମି ବିଧାୟକ ଜିତେନ୍ଦ୍ର ତିଓ୍ବରୀ ଦଳର ସମସ୍ତ ପଦପଦବୀରୁ ଇସ୍ତଫା ଦେଇଛନ୍ତି ।

କିଛି ଦିନ ପୂର୍ବରୁ ଜିତେନ୍ଦ୍ର ତିଓ୍ବାରୀ ଆସନସୋଲ୍ ନଗର ନିଗମର ଚେୟାରମ୍ୟାନ୍ ପଦରୁ ଇସ୍ତଫା ଦେଇଥିଲେ । ସେ ବର୍ତ୍ତମାନ ପାଣ୍ଡେଶ୍ବର ବିଧାନସଭା କ୍ଷେତ୍ରରୁ ବିଧାୟକ ଅଛନ୍ତି । ସେ ଇସ୍ତଫା ଦେବା ପରେ ତାଙ୍କ ଘରେ ଭଙ୍ଗାରୁଜା ହୋଇଥିବା ସୂଚନା ମଧ୍ୟ ମିଳିଛି ।

ଇସ୍ତଫା ପରେ ସେ ପ୍ରତିକ୍ରିୟା ଦେଇଛନ୍ତି ଯେ, କୋଲକାତାରେ ଅନେକ ଫଣ୍ଡ୍ ରହିଛି କିନ୍ତୁ ଆସନସୋଲର ବିକାଶ ପାଇଁ କୌଣସି ଫଣ୍ଡ ମିଳୁନାହିଁ । କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ଆସନସୋଲକୁ ସ୍ମାର୍ଟ୍ ସିଟିରୁ ବଞ୍ଚିତ କରାଯାଇଛି । ଅନେକ ବିକାଶମୂଳକ କାମରୁ ବଞ୍ଚିତ କରାଯାଇଛି । ଏପରି ପରିସ୍ଥିତିରେ କାମ କରିବା ବହୁତ କଷ୍ଟ ହେଉଛି, ଏହା କହି ସେ ନିଗମର ପ୍ରଶାସନିକ ବୋର୍ଡର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ।

ଜିତେନ୍ଦ୍ର ତିଓ୍ବାରୀଙ୍କ ଇସ୍ତଫା ପରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସରେ ବିଦ୍ରୋହ ଯେ ତୀବ୍ର ରୂପ ଧାରଣ କଲାଣି ତାହା ସ୍ପଷ୍ଟ ବାରି ହୋଇପଡୁଛି । ଏବେ ଚର୍ଚ୍ଚା ହେଉଛି ଯେ, ଜିତେନ୍ଦ୍ର ତିଓ୍ବାରୀ ମଧ୍ୟ ଶୁଭେନ୍ଦୁ ଅଧିକାରୀଙ୍କ ପଥରେ ଯାଇପାରନ୍ତି । ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ, ସେ ଖୁବଶୀଘ୍ର ବିଜେପିରେ ସାମିଲ ହେବେ ।  

   Related Posts