Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

BJP ବିରୋଧରେ TMCର ଗୁରୁତର ଅଭିଯୋଗ, ସାଂସଦ କହିଲେ ବେଙ୍ଗଲରେ ଜରୁରିକାଳୀନ ପରିସ୍ଥିତି ଜାରି ଲାଗି ଉଦ୍ୟମ କରୁଛନ୍ତି ଶାହ

12/12/2020 at 10:16 PM

କୋଲକାତା ୧୨।୧୨: ପଶ୍ଚିମବଙ୍ଗରେ ଅପ୍ରତ୍ୟକ୍ଷ ଜରୁରିକାଳୀନ ପରିସ୍ଥିତି ଜାରି ଲାଗି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉଦ୍ୟମ କରୁଛନ୍ତି। ଏଭିଳି ଗୁରୁତର ଅଭିଯୋଗ ଆମିଛନ୍ତି ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀ। ଏହି ମର୍ମରେ ସେ ଶନିବାର କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲାଙ୍କୁ ଏକ ପତ୍ର ମଧ୍ୟ ଲେଖିଛନ୍ତି। ଯେଉଁଥିରେ ମନ୍ତ୍ରାଳୟ ଶୁକ୍ରବାର ମୁଖ୍ୟ ଶାସନ ସଚିବଙ୍କ ସମେତ ୩ ଆଇପିଏସ୍ ଅଫିସରଙ୍କ କେନ୍ଦ୍ର ଡେପୁଟେସନ ଲାଗି ରାଜ୍ୟକୁ ନିର୍ଦ୍ଦେଶର ବିରୋଧ କରିଛନ୍ତି। ଏପରି କରି କେନ୍ଦ୍ର ଗୃହମନ୍ତ୍ରୀ ଅଧିକାରୀମାନଙ୍କୁ ଭୟଭୀତ କରିବା ସହ ରାଜ୍ୟରେ ଇନଡାଇରେକ୍ଟ ଏମାର୍ଜେନ୍ସୀ ଜାରିଲାଗି ଉଦ୍ୟମ କରୁଥିବାର ଅଭିଯୋଗ କରିଛନ୍ତି। 

ଗୃହମନ୍ତ୍ରାଳୟ ଅଚାନକ ରାଜ୍ୟ ମୁଖ୍ୟ ସାଶନ ସଚିବ ଓ ୩ ଆଇପିଏସଙ୍କ ଡେପୁଟେସନ ଛାଡିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବେଙ୍ଗଲରେ ବିଜେପି ଜାତୀୟ ସଭାପତିଙ୍କ ପଟୁଆର ଉପରେ ଆକ୍ରମଣ ପରଠାରୁ ରାଜ୍ୟରେ ତୃଣମୂଳ ସରକାରଙ୍କ ଉପରେ କେନ୍ଦ୍ର ଲଗାତାର ଚାପ ବଢାଇବାରେ ଲାଗିଛି। ଏଥିରେ କେନ୍ଦ୍ର ସରକାର ବ୍ୟୁରୋକ୍ରାଟ ଓ ଶୀର୍ଷ ପୋଲିସ ଅଧିକାରୀଙ୍କ ଉପରେ ଚାପ ପକାଇବାର ଉଦ୍ଦେଶ୍ୟ କ’ଣ ହୋଇପାରେ ବୋଲି ବାନାର୍ଜୀ ପତ୍ରରେ କେନ୍ଦ୍ର ଗୃହ ସଚିବଙ୍କୁ ପ୍ରଶ୍ନ କରିଛନ୍ତି।

କେନ୍ଦ୍ର ଗୃହମନ୍ତ୍ରାଳୟଙ୍କ ପତ୍ରରୁ ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରେରିତ ଥିବା ଭଳି ପ୍ରତୀତ ହେଉଥିବା ବାନାର୍ଜୀ ଗୃହ ସଚିବଙ୍କୁ କହିଛନ୍ତି। କାରଣ ଆପଣଙ୍କ ବିଭାଗୀୟ ମନ୍ତ୍ରୀ ଭାରତୀୟ ଜନତା ପାର୍ଟି ସହ ସମ୍ପର୍କିତ। ହୁଏତ ତାଙ୍କ କହିବା ଅନୁସାରେ ଆପଣଙ୍କ ବିଭାଗ ଏପରି ପତ୍ର ଲେଖିଛି ବୋଲି ବାନାର୍ଜୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। ଏଥିରୁ ଆପଣ ମଧ୍ୟ ଭାରତର ସମ୍ବିଧାନ ଦ୍ୱାରା ପ୍ରଦତ୍ତ ସଂଘୀୟ ଢାଞ୍ଚାରେ ହସ୍ତକ୍ଷେପ କରୁଥିବା ଭଳି ମନେ ହେଉଛି ବୋଲି ବାନାର୍ଜୀ ଅଭିଯୋଗ କରିଛନ୍ତି।

   Related Posts