ମସ୍ତକ ମୁଣ୍ଡନ କରି ତୃଣମୂଳ ଛାଡିବାର ‘ପ୍ରାୟଶ୍ଚିତ’ କଲେ ବିଜେପି କାର୍ଯ୍ୟକର୍ତ୍ତା, ପୁଣି ଫେରିଲେ ଦଳକୁ

Published By : Prameya-News7 Bureau | June 22, 2021 IST

ହୁଗୁଳି ୨୨।୬: ପଶ୍ଚିମବଙ୍ଗରେ ପରାଜୟ ପରେ ତୃଣମୂଳ କଂଗ୍ରେସ ଛାଡି ବିଜେପିକୁ ଆସିଥିବା ନେତାଙ୍କ ମୋହଭଙ୍ଗ ହୋଇଛି।  ଏଣୁ ସେମାନେ ପୁଣି ନିଜ ଦଳକୁ ଫେରିବାରେ ଲାଗିଛନ୍ତି। ଏହି କ୍ରମରେ ମଙ୍ଗଳବାର ହୁଗଳିରେ ୨୦୦ ବିଜେପି କାର୍ଯ୍ୟକର୍ତ୍ତା ମସ୍ତକ ମୁଣ୍ଡନ କରି ତୃଣମୂଳରେ ଯୋଗ ଦେଇଛନ୍ତି। ବିଜେପିରେ ଯୋଗଦେବା ସେମାନଙ୍କର ମସ୍ତବଡ ଭୁଲ ଥିଲା ଓ ଏଥିପାଇଁ  ସେମାନେ ମସ୍ତକ ମୁଣ୍ଡନ ପୂର୍ବକ ଗଙ୍ଗାଜଳ ସିଞ୍ଚି ନିଜର ସୁଦ୍ଧିକରଣ କରିଛନ୍ତି ବୋଲି କହିଛନ୍ତି । 

ଏହି କାର୍ଯ୍ୟକର୍ତ୍ତାମାନେ ସାଂସଦ ଅପରୂପା ପୋଦ୍ଦାରଙ୍କ ନେତୃତ୍ୱରେ ପୁଣି ଥରେ ତୃଣମୂଳ କଂଗ୍ରେସ ପତାକା ଧରିଛନ୍ତି। ମଙ୍ଗଳବାର ତୃଣମୂଳ କଂଗ୍ରେସ ପକ୍ଷରୁ ଆରାମବାଗରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଠାକୁ ଦଳିତ ବର୍ଗର କିଛି ଲୋକ ପହଞ୍ଚି ସାଂସଦ ପୋଦ୍ଦାରଙ୍କୁ ଭେଟି ସେମାନେ ବିଜେପିକୁ ଯାଇ ଭୁଲ କରିଥିବା ଓ ଏଥିଲାଗି ମସ୍ତକ ମୁଣ୍ଡନ ପୂର୍ବକ ଗଙ୍ଗାଜଳ ସିଞ୍ଚି ସୁଦ୍ଧିକରଣ ସହ ଦଳକୁ ଫେରିବାକୁ ଚାହାନ୍ତି ବୋଲି କହିଥିଲେ। ଏଥିରେ ଟିଏମସିର କୌଣସି ଆପତ୍ତି ନଥିବା ସାଂସଦ କହିବାରୁ ସେମାନେ ସମ୍ପୂର୍ଣ୍ଣ ସୁଦ୍ଧିକରଣ ସହ ଦଳରେ ଯୋଗ ଦେବା ସହ ସାଂସଦଙ୍କ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇଥିଲେ।

{"id":469737,"width":841,"height":472,"sizeSlug":"large","linkDestination":"none"}

ତେବେ ବେଙ୍ଗଲରେ ତୃଣମୂଳ ଛାଡି ବିଜେପିକୁ ଯାଇଥିବା ନେତା ପୁଣି ନିଜ ଦଳକୁ ଫେରିବା କିଛି ନୂଆ କଥା ନୁହେଁ। ତେବେ ସେମାନେ ବିଜେପିକୁ ଯାଇ ସେମାନଙ୍କର ଅନ୍ତଃକରଣ ଅସୁଦ୍ଦ ହୋଇଥିବା ଭାବି ଗଙ୍ଗାଜଳ ସିଞ୍ଚିହେବା, ମସ୍ତକ ମୁଣ୍ଡନ କରିବା ଘଟଣା ଆଜିକାଲି ବେଙ୍ଗଲରେ ଚର୍ଚ୍ଚାର ବିଷୟ ପାଲଟିଛି। କିଛିଦିନ ପୂର୍ବରୁ ବୀରଭୂମରେ ଶତାଧିକ ବିଜେପି କର୍ମୀ ଓ କାର୍ଯ୍ୟକର୍ତ୍ତା ଗଙ୍ଗାଜଳ ସିଞ୍ଚି ହୋଇ ତୃଣମୂଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

ନିର୍ବାଚନରେ ତୃଣମୂଳର ବିପୁଳ ବିଜୟ ପରେ ତୃଣମୂଳ ନେତା ଓ କର୍ମୀ ଉଭୟ ନିଷ୍ପତିକୁ ନେଇ ଅନୁତାପ କରୁଛନ୍ତି। ଏଥିରେ ଯେଉଁ ଦଳୀୟ ନେତାମାନେ ପୁଣି ନିଜ ଦଳକୁ ଫେରୁଛନ୍ତି ବିଜେପି ନେତା ଓ କର୍ମୀମାନେ ଏହାକୁ ନିର୍ବାଚନ ପରବର୍ତ୍ତି ହିଂସା ବୋଲି କହୁଛନ୍ତି। ତେବେ ତୃଣ ମୂଳ ନେତା ଓ କର୍ମୀଙ୍କ ଘରଲେଉଟାଣୀ ଚାଲିଥିବା ବେଳେ ମୂଳ ବିଜେପି କାର୍ଯ୍ୟକର୍ତ୍ତା ଓ କର୍ମୀ ରାଜ୍ୟରେ ଏକପ୍ରକାର ଏକଘରକିଆ ହୋଇପଡିଥିବା ଭଳି ଏବେ ଅନୁଭବ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.