କଂଗ୍ରେସକୁ TMCର ପରାମର୍ଶ! ପରସ୍ପର ଝଗଡ଼ା କରି ଲାଭ କ’ଣ ? ଆସ ମିସିକି ତଡ଼ିବା BJP

Published By : Prameya-News7 Bureau | November 03, 2021 IST

ନୂଆଦିଲ୍ଲୀ ୩।୧୧: ଗତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରଠାରୁ ତୃଣମୂଳ କଂଗ୍ରେସ (ଟିଏମସି) ନେତ୍ରୀ ମମତା ବାନାର୍ଜୀଙ୍କର କଂଗ୍ରେସପ୍ରତି ମନଭାବ ବଦଳି ଯାଇଛି। ଏଥିରେ ଏବେ କଂଗ୍ରେସ ଓ ଟିଏମସି ମଧ୍ୟରେ ଚାଲିଥିବା ବାକ୍ୟ ଯୁଦ୍ଧରେ ବରିଷ୍ଠ ସାଂସଦ ତଥା ଦଳୀୟ ମୁଖପାତ୍ର ଡେରେକ ଓ’ବ୍ରାୟନଙ୍କ ବୟାନ ଚର୍ଚ୍ଚାର ବିଷୟ ପାଲଟିଛି। ଓ’ବ୍ରାୟନ ଗୋଆ ବିଧାନସଭା ନିର୍ବାଚନରେ ମିସିକି ବିଜେପିକୁ ହରାଇବାକୁ କଂଗ୍ରେସକୁ ଆହ୍ୱାନ ଦେଇଛନ୍ତି।

{"id":537936,"sizeSlug":"full","linkDestination":"none"}

କଂଗ୍ରେସ ସହ ବିବାଦ ମଧ୍ୟରେ ଟିଏମସି ନେତା ଗଣମାଧ୍ୟମକୁ ଦେଇଥିବା ବୟାନରେ ଏବେ ଆମକୁ ଆମର ମାନସିକତା ବଦଳାଇବାକୁ ପଡିବ ବୋଲି କହିଛନ୍ତି। ଆମେ ବିରୋଧୀ ଦଳରେ ସମାନ ଭାଗିଦାର ଏଣୁ କଥା ହେବା ବଦଳେ ଏବେ ଏକାଠି କାମ କରିବାର ବେଳ ଆସିଛି ଯେମିତି ଆମେ ବିଜେପିକୁ ହରାଇପାରିବା ବୋଲି ଓ’ବ୍ରାୟନ କହିଛନ୍ତି। ଟିଏମସିର କହିବା କଥା ହେଲା ବିଜେପି ବିରୋଧରେ ସମଗ୍ର ବିରୋଧୀ ଦଳଙ୍କୁ ଏକ କରିବା ଲାଗି ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅପେକ୍ଷା କରାଯାଇ ନପାରେ। ତେବେ ଗୋଆ ବିଧାନସଭା ନିର୍ବାଚନକୁ ନେଇ ଟିଏମସିର ମାନସିକତାକୁ ଜାଣିବାକୁ ଚାହିଁଛି କଂଗ୍ରେସ। ବରିଷ୍ଠ ମୁଖପାତ୍ର ରଣଦୀପ ସୂରଜେୱାଲା ବାସ୍ତବରେ ଟିଏମସି ଗୋଆରେ ବିଜେପିକୁ ମଜଭୁତ କରୁଛି ନା ରାଜ୍ୟ ରାଜନୀତିରେ ନିଜ ଲାଗି ସ୍ଥାନ ସୃଷ୍ଟି କରୁଛି ବୋଲି ପ୍ରଶ୍ନ କରିଛନ୍ତି।

{"id":537937,"width":838,"height":488,"sizeSlug":"full","linkDestination":"none"}

ସେପଟେ ଟିଏମସି ନେତା ଶୁଖେନ୍ଦୁ ଶେଖର କହିଛନ୍ତି ଯେ ସବୁ ବିରୋଧୀ ଦଳଙ୍କୁ ନେଇ ମେଣ୍ଟ କରିବାକୁ ମମତା ବାନାର୍ଜୀ ପ୍ରଥମେ ପ୍ରସ୍ତାବ ଦେଇଥିଲେ। ସେହି ଅନୁସାରେ ସୁଶ୍ରୀ ବାନାର୍ଜୀ ସବୁ ଦଳର ନେତାଙ୍କୁ ବି ଭେଟିଥିଲେ। ତେବେ ତାଙ୍କ ସାକ୍ଷାତ ଆଲୋଚନାକୁ ୬ ମାସ ବିତିଗଲାଣି। ହେଲେ କଂଗ୍ରେସ ଅଥବା ଅନ୍ୟ ଦଳମାନଙ୍କର ଏପର୍ଯ୍ୟନ୍ତ ପ୍ରତିକ୍ରିୟା ଆସି ନାହିଁ ବୋଲି କହିଛନ୍ତି। ଏଣୁ ଆମେ ଆଗେଇ ଯିବାକୁ ପଦକ୍ଷେପ ନେଇଛୁ ଯେପରି ଆମର ଆଧାରକୁ ଆମେ ବ୍ୟପ୍ତ କରିବୁ। ଲାଗୁଛି କଂଗ୍ରେସ ଏବେ ତାର ଆଭ୍ୟନ୍ତରିଣ ସମସ୍ୟାକୁ ନେଇ ବ୍ୟସ୍ତ ଅଛି। ନିଜ ସମସ୍ୟାରୁ ମୁକ୍ତ ହେବା ପରେ ହୁଏତ ଏ ଦିଗରେ କୌଣସି ପଦକ୍ଷେପ ନେଇପାରେ ବୋଲି ସୁଖେନ୍ଦୁ କହିଛନ୍ତି।

{"id":537938,"width":839,"height":559,"sizeSlug":"full","linkDestination":"none"}

ତେବେ ଗତ ସୋମବାର କଂଗ୍ରେସ ଓ ଟିଏମସି ବିବାଦ ଏତେ ବଢି ଯାଇଥିଲା ଯେ ଶେଷକୁ କଂଗ୍ରେସ ବିଜେପିର ବଡ଼ ଇନସ୍ୟୁରାନ୍ସ ବୋଲି ଟିଏମସି କହିଥିଲା। ସୋନିଆ, ପ୍ରିୟଙ୍କା ଅଥବା ରାହୁଲଙ୍କ ନାମ ନ ନେଇ ଟିଏମସି ଟ୍ୱିଟରରେ ସିଧା ଆକ୍ରମଣ କରିଥିଲା।  ଆଗାମୀ ବର୍ଷ ଗୋଆ ବିଧାନସଭା ନିର୍ବାଚନ। ଏଥିରେ ଟିଏମସି ଓ କଂଗ୍ରେସର ଭୂମିକା କଣ ରହୁଛି ତା ଉପରେ ସମସ୍ତଙ୍କ ନଜର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.