Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

‘ସ୍ଥାନୀୟ ଓ ବାହ୍ୟ’ ପ୍ରସଙ୍ଗକୁ ନେଇ ମୁହଁ ଖୋଲିଲେ TMC ନେତା ବିବେକ ଗୁପ୍ତା, କହିଲେ ରାଜ୍ୟର ଏହା ସମୃଦ୍ଧ ସଂସ୍କୃତି

24/04/2021 at 7:06 PM

କୋଲକାତା ୨୪।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଏବେ ତୃଣମୂଳ କଂଗ୍ରେସ (ଟିଏମସି)ର  ‘ସ୍ଥାନୀୟ ଓ ବାହ୍ୟ’ ମନ୍ତବ୍ୟ ପ୍ରସଙ୍ଗ ପାଲଟିଛି। ଏଥିରେ ତୃଣମୂଳ କଂଗ୍ରେସ ହିନ୍ଦୀ ପ୍ରକୋଷ୍ଠ ସଭାପତି ବିବେକ ଗୁପ୍ତା ରବିବାର ଗଣମାଧ୍ୟମରେ ‘ବାହରୀ’ ମନ୍ତବ୍ୟକୁ ନେଇ ତାଙ୍କର ମତାମତ ରଖିଛନ୍ତି । ସେ କହିଛନ୍ତି ଯେ ଏହା ରାଜ୍ୟରେ ବସବାସ କରୁଥିବା ହିନ୍ଦୀଭାଷୀ ଓ ପଡୋସୀ ରାଜ୍ୟର ଲୋକଙ୍କ ଉଦ୍ଦେଶ୍ୟରେ ନୁହେଁ କାରଣ ଏମାନେ ରାଜ୍ୟର ଅଭିନ୍ନ ଅଂଶ ରହି ଆସିଛନ୍ତି।

ପୂର୍ବତନ ରାଜ୍ୟସଭା ସାଂସଦ ଗୁପ୍ତା କହିଛନ୍ତି ଯେ  ଟିଏମସି ଅନ୍ୟ ରାଜ୍ୟରୁ ରାଜନୈତିକ ଉଦ୍ଦେଶ୍ୟରେ ଆଣାଯାଉଥିବା ଗୁଣ୍ଡାଙ୍କୁ ବାହରୀ ବା ବହିରାଗତୋ (ବାହାରୁଆସିଥିବା) ଭାବେ ଇଂଗିତ କରୁଛି। ତେବେ ରାଜ୍ୟରେ ନିର୍ବାଚନ ପ୍ରଚାର କାଳରେ ଟିଏମସି ଏପର୍ଯ୍ୟନ୍ତ କେବେବି ଅଣ ବେଙ୍ଗଲୀ ଭାଷାଭାଷୀଙ୍କୁ ଆକ୍ଷେପ କରି ନାହିଁ ବୋଲି କହିଛନ୍ତି।

ଜୋଡ଼ାସାଂକୋ ବିଧାନସଭା ଆସନରୁ ଶାସକ ଦଳର ପ୍ରାର୍ଥୀ ଗୁପ୍ତା କହିଛନ୍ତି ଯେ ରାଜ୍ୟର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟକୁ ରାଜ୍ୟର ହିନ୍ଦୀଭାଷୀ ଅଧିକ ମଧୂର କରିଆସିଛନ୍ତି। ବେଙ୍ଗଲ ଏହାର ମିଠା ଲାଗି ସାରା ବିଶ୍ୱରେ ପ୍ରସିଦ୍ଧ, ଖାସ ଏଥିଲାଗି ବର୍ଷବର୍ଷରୁ ହିନ୍ଦୀଭାଷାଭାଷୀ ଲୋକେ ଏଠାରେ ବସବାସ କରି ଆସୁଥିବା ବେଳେ ବଙ୍ଗଳାର ମିଠାକୁ ଅଧିକ ମଧୂର କରିଛନ୍ତି। ତେବେ ବିରୋଧୀ ଦଳଙ୍କ ବିଭାଜନକାରୀ ରାଜନୀତି ରାଜ୍ୟରେ ଲୋକଙ୍କ ମଧ୍ୟରେ ଦୂରତା ସୃଷ୍ଟି କରୁଥିବା ସେଅଭିଯୋଗ କରିଛନ୍ତି। ତେବେ ଡିଭାଇଡ ଏଣ୍ଡ ରୁଲ ପଲିସି ସବୁଠାରେ କାମ କରେନି ବୋଲି ସେ ବିରୋଧୀଙ୍କୁ ସତର୍କ କରିଛନ୍ତି।

ବେଙ୍ଗଲକୁ ସେ ପୂର୍ବ ଭାରତର ରାଜଧାନୀ କହିଛନ୍ତି। ଏଣୁ ରାଜ୍ୟକୁ ପଡୋଶୀ ରାଜ୍ୟମାନଙ୍କରୁ ଲୋକେ ଆସିବା ଯିବା ଲାଗି ରହିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଜ୍ଞ ରାଜନେତା ଓ ଆମ ଦଳ ବେଙ୍ଗଲ ଆସୁଥିବା ଲୋକଙ୍କ ଉଦ୍ଦେଶ୍ୟରେ କେବେ ବି କିଛି କହିନାହିଁ ବୋଲିସେ କହିଛନ୍ତି। ରାଜ୍ୟରେଏବେ ବିଧାନସଭା ନିର୍ବାଚନ ତେବେ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ କାରଣରୁ ବେଙ୍ଗଲ ଏବେ ‘ରାଜନୈତିକ ପର୍ଯ୍ୟଟନ ସ୍ଥଳ’  ରେ ପରିଣତ ହୋଇଥିବା ସେ କହିଛନ୍ତି। ଯେଉଁମାନେ ଏବେ ରାଜ୍ୟର ଆଇନଶୃଙ୍ଖଳା ଲାଗି ଆହ୍ୱାନ ପାଲଟିଥିବା ବେଳେ ଅପରାଧିକ ଇତିହାସ ଥିବା ଲୋକଙ୍କ ଉଦ୍ଦେଶ୍ୟରେ  ଟିଏମସି ‘ବାହରୀ’ ଶବ୍ଦର ଉପଯୋଗ କରୁଥିବା  ସେକହିଛନ୍ତି ।  ତେବେ ଆମ ଲାଗି ସେମାନେ ବହିରାଗତୋ ଯେଉଁମାନେ ରାଜ୍ୟକୁ ଅସ୍ଥିରତାସୃଷ୍ଟି ଲାଗି ଆସୁଥିବା ସେକହିଛନ୍ତି।  

   Related Posts