Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ସରକାରୀ ଅଧିକାରୀଙ୍କ ସିଟ୍‌ରେ ବସି ବନ୍ଧୁକ ସହ ସେଲ୍ଫି ନେଲେ ଟିଏମସି ନେତ୍ରୀ, ବିଜେପିର କଡ଼ା ସମାଲୋଚନା

7/12/2021 at 6:50 PM

କୋଲକାତା, ୦୭/୧୨: ସରକାରୀ ଅଧିକାରୀଙ୍କ ସିଟ୍‌ରେ ବସି ବନ୍ଧୁକ ସହ ସେଲ୍ଫି ନେଲେ ନେତ୍ରୀ । ପଶ୍ଚିମବଙ୍ଗ ମାଲଦା ଜିଲ୍ଲାର ଏକ ସରକାରୀ ଅଫିସରେ ଟିଏମସି ନେତ୍ରୀ ବନ୍ଧୁକ ଧରି ସେଲଫି ନେଉଥିବାର ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ମଙ୍ଗଳବାର ରାଜନୈତିକ ସ୍ତରରେ ବିବାଦ ଆରମ୍ଭ ହୋଇଛି। ଏହି ନେତ୍ରୀ ଜଣକ ହେଉଛନ୍ତି ଓଲ୍ଡ ମାଳଦା ପଞ୍ଚାୟତ ସମିତିର ଅଧ୍ୟକ୍ଷା ମୃଣାଳିନୀ ମଣ୍ଡଳ ମୈତି । ହାତରେ ବନ୍ଧୁକ ଧରି ଜଣେ ଅଧିକାରୀଙ୍କ ସିଟ୍‌ରେ ବସି ଏହି ନେତ୍ରୀ ସେଲଫି ଉଠାଉଥିବାର ଫଟୋରେ ଦେଖିବାକୁ ମିଳିଛି।

ଟିଏମସିକୁ ଟାର୍ଗେଟ କରି ବିଜେପି ଜିଲ୍ଲା ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ମଣ୍ଡଳ କହିଛନ୍ତି ଯେ ଯଦି ମୃଣାଳିନୀଙ୍କ ଘରେ ପୋଲିସ ତଲାସି କରିବ ତେବେ ତାଙ୍କ ପାଖରୁ ବୋମା ଓ ରାଇଫଲ ମିଳିବ। ଏହା ଟିଏମସିର ସଂସ୍କୃତି। ପୋଲିସ ଚାକିରୀ ଯିବା ଭୟରେ କିଛି କରୁନାହିଁ ବୋଲି ଗୋବିନ୍ଦ କହିଛନ୍ତି।

ଏହାର ଜବାବରେ ଟିଏମସି କହିଛି ପୋଲିସ ଏହି ମାମଲା ଉପରେ ତଦନ୍ତ କରିବ। ଟିଏମସି ରାଜ୍ୟ ମହାସଚିବ କୃଷ୍ଣେନ୍ଦୁ ନାରାୟଣ ଚୌଧରୀ କହିଛନ୍ତି, ସରକାରୀ ଅଧିକାରୀଙ୍କ ସିଟ ଉପରେ ବସି କେହି ବନ୍ଧୁକ ସହ ଖେଳି ପାରିବେ ନାହିଁ। ଏହି ବନ୍ଧୁକ ଅସଲି କି ନକଲି ପୋଲିସ ଏହାର ତଦନ୍ତ କରିବା ପରେ ଜଣାପଡ଼ିବ ବୋଲି ସେ କହିଛନ୍ତି। କୃଷ୍ଣେନ୍ଦୁ ଆହୁରି କହିଛନ୍ତି ଯେ ମୋତେ ଲାଗୁଛି ଏହା ଅସଲି ବନ୍ଧୁକ। ଏହି ଘଟଣା ଦଳର ଛବିକୁ ମଳିନ କରିଛି। 

ସୂଚନା ଥାଉକି ମୃଣାଳିନୀଙ୍କ ଉପରେ ପୂର୍ବରୁ ଏମିତି ଅନେକ ଅଭିଯୋଗ ରହିଛି। ଏହା ପୂର୍ବରୁ ତାଙ୍କ ସ୍ୱୀମୀଙ୍କ ନାଁରେ ଜଣେ ସରକାରୀ ଅଧିକାରୀ ମାଡ଼ ମାରିଥିବାର ଅଭିଯୋଗ ଆଣିଥିଲେ।

   Related Posts