Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

TMC ନେତା ଶୁଭେନ୍ଦୁ ଅଧିକାରୀ ବିଧାନସଭାରୁ ଦେଲେ ଇସ୍ତଫା, BJPରେ ହେବେ ସାମିଲ !

16/12/2020 at 5:43 PM

କୋଲକାତା ୧୬।୧୨: ତୃଣମୂଳ କଂଗ୍ରେସ (ଟିଏମସି) ବିଧାୟକ ଶୁଭେନ୍ଦୁ ଅଧିକାରୀ ବୁଧବାର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ପୂର୍ବରୁ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ତେବେ ବିଧାୟକ ପଦରୁ ଇସ୍ତଫା ଦେବା ପରେ ହୁଏତ ସେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦାନ କରିପାରନ୍ତି ବୋଲି ଆକଳନ କରାଯାଉଛି।

ସୂଚନା ଯୋଗ୍ୟଯେ ମମତାଙ୍କ ମନ୍ତ୍ରୀମଣ୍ଡଳରୁ ଶୁଭେନ୍ଦୁ ଇସ୍ତଫା ଦେବା ପରେ ତାଙ୍କୁ ଦଳ ପକ୍ଷରୁ ଅନେକ ବୁଝାସୁଝା କରାଯାଇଛି। ହେଲେ ବି ଶୁଭେନ୍ଦୁ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କ କଥାରେ ଆସି ନାହାନ୍ତି। ଗତ ମଙ୍ଗଳବାର ଶୁଭେନ୍ଦୁ  ସ୍ଥାନୀୟ ଓ ବାହାର ଲୋକଙ୍କୁ ନେଇ ହେଉଥିବା ଆଲୋଚନା ପ୍ରସଙ୍ଗରେ ପ୍ରଥମ ଥର ମୁହଁ ଖୋଲିଥିଲେ। ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କୁ ବାହାର ଲୋକେ ବୋଲି କୁହାଯାଇ ପାରିବ ନାହିଁ ବୋଲି ଶୁଭେନ୍ଦୁ କହିଥିଲେ। ସେମାନେ ପ୍ରଥମେ ଭାରତୀୟ ଓ ପରେ ବେଙ୍ଗଲୀ ବୋଲି କହିଥିଲେ ଶୁଭେନ୍ଦୁ।

ନନ୍ଦିଗ୍ରାମ ବିଧାୟକ ଶୁଭେନ୍ଦୁ ତାଙ୍କ ଛବି ବିଗାଡିବାକୁ ଚାହୁଁଥିବା ଲୋକଙ୍କୁ ଉଚିତ ଜବାବ ମିଳିବ ବୋଲି କହିଛନ୍ତି। ପଶ୍ଚିମବଙ୍ଗ ସ୍ଥାନୀୟ ଗଣମାଧ୍ୟମ ଅନୁସାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତା ୧୯ ଅଥବା ୨୦ ତାରିଖରେ ପଶ୍ଚିମବଙ୍ଗ ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଶୁଭେନ୍ଦୁ ହୁଏତ ବିଜେପିରେ ଯୋଗଦାନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଗତ ନଭେମ୍ବର ମାସରେ ଶୁଭେନ୍ଦୁ ରାଜ୍ୟ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିଲେ। ସେବେଠାରୁ ସେ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଥିଲା।

   Related Posts