ଟିଏମ୍‌ସିର ହେଭିୱେଟ୍‌ ମୁକୁଲ୍‌ ରାୟଙ୍କ ପତ୍ନୀଙ୍କ ଦେହାନ୍ତ

Published By : Prameya-News7 Bureau | July 06, 2021 IST

କୋଲକାତା, ୦୬।୦୭: ନିକଟ ଅତୀତରେ ବିଜେପିରୁ ନିଜ ଦଳ ଟିଏମସିକୁ ଫେରିଥିବା ବରିଷ୍ଠ ନେତା ବିଧାୟକ ମୁକୁଲ ରୟଙ୍କ ପତ୍ନୀଙ୍କର ପରଲୋକ ହୋଇଛି । କ୍ରିଷ୍ଣା କରୋନାରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ପରେ ସେ କରୋନାରୁ ସୁସ୍ଥ ମଧ୍ୟ ହୋଇଥିଲେ। ସୁସ୍ଥ ହୋଇଥିଲେ ହେଁ ଆଜି ହୃଦଘାତରେ ତାଙ୍କର ପରଲୋକ ହୋଇଛି।

କ୍ରିଷ୍ଣ କରୋନା ପରବର୍ତ୍ତି ଅସୁସ୍ଥତା କାରଣରୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ଭୋର ୪.୩୫ ସମୟରେ ଚିକିତ୍ସିତ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଆସନ୍ତାକାଲି ତାଙ୍କ ମୃତଦେହକୁ କୋଲକାତା ଆଣି ଶେଷକୃତ୍ୟ କରାଯିବ ବୋଲି ସୂଚନା ମିଳିଛି।

ସୂଚନା ଥାଉକି, ମୁକୁଲ ରୟ ୪ ବର୍ଷ ତଳେ ଟିଏମସି ଛାଡ଼ି ବିଜେପିରେ ମିଶିଥିଲେ। ୨୦୨୧ ବିଧାନସଭା ନିର୍ବାଚନରେ ବିଜେପି ଟିକେଟରେ ଲଢ଼ିଥିଲେ ଓ ଜିତି ମଧ୍ୟ ଥିଲୋ। ତେବେ ସେ ପୁଣି ଟିଏମସକୁ ଫେରି ଆସିଛନ୍ତି। ତାଙ୍କ ପୁଅ ଶୁଭ୍ରାଂଶୁ ମଧ୍ୟ ବିଜେପି ଛାଡ଼ି ଟିଏମସିରେ ଯୋଗଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.