ପୁଣି ବଢିଲା କଙ୍ଗନାଙ୍କ ଅଡୁଆ, ଇନଷ୍ଟାଗ୍ରାମ୍ ପୋଷ୍ଟ ପାଇଁ ଏଫଆଇଆର ରୁଜୁ କଲେ ଟିଏମସି ନେତା

Published By : Prameya-News7 Bureau | May 07, 2021 IST

ମୁମ୍ବାଇ ୭।୫: ବଲିଉଡ୍‌ର ପଙ୍ଗା ଗାର୍ଲ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କ ସମସ୍ୟା ବଢିଲା । କଙ୍ଗନାଙ୍କ ଟ୍ବିଟର ଆକାଉଣ୍ଟ ବନ୍ଦ ହେବା ପରେ ସେ ଆହୁରି ବ୍ୟଗ୍ର ହୋଇଉଠିଛନ୍ତି । ଇନଷ୍ଟାଗ୍ରାମରେ ଗୋଟିଏ ପରେ ଗୋଟିଏ ଷ୍ଟୋରି ଅପଡେଟ୍ କରିଚାଲିଛନ୍ତି କଙ୍ଗନା । ସବୁ ଷ୍ଟୋରୀରେ କଙ୍ଗନା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଚାଲିଛନ୍ତି । ଏହାସବୁ ଦେଖି କଙ୍ଗନାଙ୍କ ସମସ୍ୟା ଆହୁରି ବଢିବ ବୋଲି ଅନୁମାନ କରାଯାଉଛି । ଏହିଭଳି ଷ୍ଟୋରୀ ପୋଷ୍ଟ କରିବା ପରେ ଟିଏମସି ନେତା ରିଜୁ ଦତ୍ତା କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ।

ରିଜୁ ତାଙ୍କ ଟ୍ବିଟର ହ୍ୟାଣ୍ଡେଲରେ ଏଫଆଇଆରର କପି ସେୟାର କରିଛନ୍ତି । ସେ ଅଭିଯୋଗ ଆଣିଛନ୍ତି ଯେ, କଙ୍ଗନା ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅନେକ ଆପତ୍ତିଜନକ ପୋଷ୍ଟ କରିଛନ୍ତି । ଏହାସହ ସେ ଇନଷ୍ଟାଗ୍ରାମ ଷ୍ଟୋରୀର ଲିଙ୍କ୍ ମଧ୍ୟ ଦେଇଛନ୍ତି । ରିଜୁ ଲେଖିଛନ୍ତି ଯେ, ମିସ୍ ରଣାଓ୍ବତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାବମୂର୍ତ୍ତିକୁ ମଳିନ କରିବାକୁ ଉଦ୍ୟମ କରୁଛନ୍ତି । ପୋଲିସ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଅନୁରୋଧ କରିଛନ୍ତି ।

wp:html /wp:html

କଙ୍ଗନାଙ୍କ ଟ୍ବିଟର ଆକାଉଣ୍ଟ ପୂର୍ବରୁ ହିଁ ସସପେଣ୍ଡ କରିଦିଆଯାଇଛି । ତାଙ୍କ ବିରୋଧରେ ଟ୍ବିଟରର ନିୟମ ପାଳନ ନକରିବାର ଅଭିଯୋଗ ଲଗାଯାଇଛି । ଏହାପରେ କଙ୍ଗନା ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ, ତାଙ୍କ ନିକଟରେ ଅନ୍ୟ ମଞ୍ଚ ଅଛି ଯେଉଁଠାରେ ସେ ନିଜ କଥା କହିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.