Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

CBI ସ୍କାନରରେ ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀ, ୨୪ ଘଣ୍ଟା ମଧ୍ୟରେ ହାଜର ହେବାକୁ ନୋଟିସ୍

21/02/2021 at 3:17 PM

କୋଲକାତା ୨୧/୦୨ : ନିର୍ବାଚନ ପୂର୍ବରୁ ସକ୍ରିୟ ହୋଇଉଠିଛି ସିବିଆଇ । କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (CBI), ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ପ୍ରମୁଖ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ସମନ ଜାରି କରିଛି । ସିବିଆଇର ଏକ ଟିମ୍‌ ରବିବାର କୋଲ୍‌ ସ୍ମଗଲିଙ୍ଗ୍‌ ମାମଲାରେ ପଚରାଉଚରା ପାଇଁ ସମନ ନେଇ ଅଭିଷେକ ବାନାର୍ଜୀଙ୍କ ଘରେ ପହଞ୍ଚିଛି ।

ପ୍ରଥମ ଥର ପାଇଁ କୋଇଲା ତସ୍କରୀ ମାମଲାରେ ପଚରାଉଚରା କରିବା ପାଇଁ ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କୁ ସମନ ଜାରି କରିଛି । ସିବିଆଇ ନୋଟିସ୍‌ ମୁତାବକ ୨୪ ଘଣ୍ଟା ମଧ୍ୟରେ ଅଭିଷେକଙ୍କୁ ହାଜର ହେବାକୁ କୁହାଯାଇଛି । ଏହା ପୂର୍ବରୁ ମଧ୍ୟ ଅଭିଷେକଙ୍କ ଖାସ୍‌ ସହଯୋଗୀମାନଙ୍କ ଘରେ ଚଢଉ କରିଥିଲା ସିବିଆଇ ।

ଏହା ପୂର୍ବରୁ ୨୮ ନଭେମ୍ବର ୨୦୨୦ରେ ୩ଟି ରାଜ୍ୟର ପ୍ରାୟ ୪୦ଟି ସ୍ଥାନରେ ଚଢଉ କରିଥିଲା ସିବିଆଇ । ଏଥିରେ ପଶ୍ଚିମବଙ୍ଗ ମଧ୍ୟ ସାମିଲ ଥିଲା । କୋଲକାତା ସମେତ, ଆସନସୋଲ, ଦୁର୍ଗାପୁର, ରାଣୀଗଞ୍ଜ୍‌, ବର୍ଦଓ୍ବାନ୍‌ ଏବଂ ୨୪ ପ୍ରଗଣାରେ ମଧ୍ୟ ଚଢଉ କରିଥିଲା ସିବିଆଇ । କୋଇଲା ଚୋରା ଚାଲାଣର କିଙ୍ଗ୍‌ପିନ୍‌ କୁହାଯାଉଥିବା ଅନୁପ ମାଝୀର ବେଙ୍ଗଲ ଏବଂ ଝାଡଖଣ୍ଡରେ କାରବାର ରହିଥିଲା । ଏହା ସହିତ ପଶ୍ଚିମବଙ୍ଗରେ ଅନୁପ ମାଝୀର ରାଜନୈତିକ ପତିଆରା ମଧ୍ୟ ଅଧିକ । ତେଣୁ ଆଗକୁ ପଶ୍ଚିମବଙ୍ଗରେ ସିବିଆଇ କାହାକୁ ଫାଶରେ ପକାଉଛି ତାହା ଦେଖିବା ବାକି ରହିଲା ।

   Related Posts