ମମତା ବାନାର୍ଜୀଙ୍କୁ ଆଉ ଏକ ଝଟ୍‌କା : ବିଜେପିରେ ସାମିଲ ହେଲେ ଟିଏମସି ହେଭିଓ୍ବେଟ୍ ଦିନେଶ ତ୍ରିବେଦୀ

Published By : Prameya-News7 Bureau | March 06, 2021 IST

ନୂଆଦିଲ୍ଲୀ ୦୬/୦୩ : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ପାର୍ଟିକୁ ଆଉ ଏକ ଝଟକା ଲାଗିଛି । ଟିଏମସିର ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ଦିନେଶ ତ୍ରିବେଦୀ ଶନିବାର ବିଜେପିରେ ଯୋଗ ଦେଇଛନ୍ତି । ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଦଳର ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋୟଲଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ଦିନେଶ ତ୍ରିବେଦୀ ।

ବିଜେପିରେ ସାମିଲ ହେବା ପରେ ଦିନେଶ ତ୍ରିବେଦୀ ସିଧା ସଳଖ ଟିଏମସି ଏବଂ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି । ଏହା ସହିତ ସେ କହିଛନ୍ତି, ‘ଟିଏମସିରେ ଥିବା ବେଳେ ଲୋକଙ୍କ ସେବା କରିବା ସମ୍ଭବପର ହେଉନଥିଲା । ଦଳରେ ଏକଛତ୍ରବାଦୀ ଶାସନ ଚାଲିଛି । ବେଙ୍ଗଲରେ ଏବେ ଭ୍ରଷ୍ଟାଚାର ଚାଲିଛି । ବେଙ୍ଗଲରେ ସରକାର ପରିବର୍ତ୍ତନ ପାଇଁ ଲୋକମାନେ ସ୍ଥିର କରିଛନ୍ତି ।’

ଦିନେଶ ତ୍ରିବେଦୀ ବିଜେପିରେ ସାମିଲ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଖୁବ ପ୍ରଶଂସା ମଧ୍ୟ କରିଛନ୍ତି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନମଙ୍ଗଳକାରୀ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଛି । ଦିନେଶ ତ୍ରିବେଦୀଙ୍କ ବିଜେପିରେ ସାମିଲ ହେବାକୁ ନେଇ ଦଳର ଅଧ୍ୟକ୍ଷ ଜେପି ନଡ୍ଡ​‌ା କହିଛନ୍ତି, ‘ଦିନେଶ ତ୍ରିବେଦୀଙ୍କର ଲମ୍ବା ସମୟ ଧରି ରାଜନୈତିକ ଅଭିଜ୍ଞତା ରହିଛି । ଆଗାମୀ ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପି ବିଜୟଲାଭ କରିବ ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.