ପଶ୍ଚିମବଙ୍ଗରେ ହିଂସାକାଣ୍ଡ, ବିଜେପି ସମର୍ଥକଙ୍କୁ ଟିଏମ୍‌ସି କର୍ମୀଙ୍କ ମାଡ ଅଭିଯୋଗ

Published By : Prameya-News7 Bureau | May 19, 2019 IST

କୋଲକାତା ୧୯|୫: ପଶ୍ଚିମବଙ୍ଗରେ ଏ ପର୍ଯ୍ୟାୟରେ ବି ଦେଖାଦେଇଛି ହିଂସାକାଣ୍ଡ । ପଶ୍ଚିମବଙ୍ଗରେ ପୂର୍ବ ୬ଟି ପର୍ଯ୍ୟାୟରେ ବ୍ୟାପକ ହିଂସାକାଣ୍ଡ ଦେଖାଦେଇଥିଲା । ଏହାକୁ ଦୃଷ୍ଟିରେ ରଖି ଏ ପର୍ଯ୍ୟାୟ ପାଇଁ ଅଧିକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ୭୧୦ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯାଇଛି।  ଏହା ସତ୍ତ୍ବେ ବି ଏ ପର୍ଯ୍ୟାୟରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡର ଖବର ଆସିଛି ।

ଗତକାଲିଠାରୁ ଏଠାରେ ପୋଡ଼ାଜଳା, ବୋମାମାଡ଼ ଭଳି ଘଟଣା ଲାଗିରହିଛି। ଭାଟାପାରାରେ ଟିଏମସି ଓ ବିଜେପି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଦୁଇଟି କାରରେ ନିଆଁ ଲଗାଇ ଦିଆଯାଇଥିଲା। ଆଜି ସକାଳୁ ପୁଣି ବିଭିନ୍ନ ବୁଥରେ ଦେଖାଦେଇଛି ହିଂସାକାଣ୍ଡ।  ଡାଏମଣ୍ଡ ହାର୍ବରରେ ବୁଥ କ୍ୟାପଚରିଙ୍ଗ କରିବାକୁ କିଛି ଗୋଷ୍ଠୀ ଚେଷ୍ଟା କରୁଥିବା ଅଭିଯୋଗ ହେବା ପରେ ସେଠାରେ ଗଣ୍ଡଗୋଳ ହୋଇଛି। ସେହି ଡାଏମଣ୍ଡ ହାର୍ ବରରେ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକଙ୍କୁ ସ୍ଥାନ ଛାଡ଼ି ଚାଲିଯିବା ଲାଗି ଧମକ ଦିଆଯିବାକୁ ଗତକାଲିଠାରୁ ସେଠାରେ ଉତ୍ତେଜନା ଲାଗି ରହିଛି। ଗାଁ ଛାଡ଼ି ଚାଲିଯିବା ଲାଗି ମାଇକରେ ପ୍ରଚାର କରାଯାଇଥିଲା। ଫଳରେ ଭୟଭୀତ ହୋଇ ସ୍ଥାନୀୟ ଲୋକେ ସେ ସ୍ଥାନ ଛାଡ଼ି ଚାଲିଯାଇଥିବା ଦୃଶ୍ୟ ସୋସିଆଲ ମିଡିଆରେ ପ୍ରକାଶ ପାଇଛି।

ଏହି ଘଟଣା ପରେ ପରେ ପୁଣି ସେହିଠାରେ ହିଂସାକାଣ୍ଡର ଖବର ଆସିଛି। ବସିରହାଟରେ ଦୁଇ ଗୋଷ୍ଠୀ ମଧ୍ୟରେ ବଡ଼ଧରଣର ଗଣ୍ଡଗୋଳ ହୋଇଛି। ଏଥିରେ କିଛି ଲୋକ ଆହତ ହୋଇଛନ୍ତି। ଯାଦବପୁରରେ ବିଜେପି ପ୍ରାର୍ଥୀ ଅନୁପମ ହାଜରାଙ୍କ କାରକୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ତାଙ୍କ ସମର୍ଥକ ଆହତ ହୋଇଛନ୍ତି।  ସପ୍ତମ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୯ଟି ଆସନରେ ମତଦାନ କରାଯାଉଛି । ଏହି ୯ ଆସନରେ ୧୧୧ ଜଣ ପ୍ରାର୍ଥୀ ମୈଦାନରେ ରହିଛନ୍ତି।  ଏଥିରେ ସମ୍ବେଦନନଶୀଳ କୋଲକାତାର ନିର୍ବାଚନମଣ୍ଡଳୀ ମଧ୍ୟ ରହିଛି। କୋଲକାତା ନର୍ଥରେ ପୋଲିଂ ଏଜେଣ୍ଟଙ୍କୁ ଧମକ ଚମକ ଦିଆଯାଇଥିବାର ଅବିଯୋଗ ମଧ୍ୟ ହୋଇଛି। ସିପିଏମ ପ୍ରାର୍ଥୀ କୋନିନିକା ଘୋଷ ଏଭଳି ଅଭିଯୋଗ କରି ଧାରଣାରେ ବସିଛନ୍ତି।

ସେପଟେ ଉତ୍ତରପ୍ରଦେଶର ଚୌନ୍ଦଲୀରେ କିଛି ଭୋଟରଙ୍କ ଆଙ୍ଗୁଠିରେ ବିଜେପି କର୍ମୀ ଜୋରଜବରଦସ୍ତ କାଳି ଲଗାଇ ଦେଇଥିବା ସମାଜବାଦୀ ପାର୍ଟି ଅଭିଯୋଗ କରିଛି। ଆଙ୍ଗୁଠିରେ କାଳି ଲଗାଇ ସେମାନଙ୍କୁ ପୋଲିଂବୁଥରୁ ଫେରାଇଦିଆଯାଉଥିବା ସମାଜବାଦୀ ପାର୍ଟି ଅଭିଯୋଗ କରିଥିବା ବେଳେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛି ପ୍ରଶାସନ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.