ବେଙ୍ଗଲ ରାଜନୀତିରେ ‘ନନ୍ଦିଗ୍ରାମ’ ଝଡ଼: ମମତାଙ୍କ ଘୋଷଣା ପରେ ଶୁଭେନ୍ଦୁଙ୍କ ପ୍ରତିକ୍ରିୟା, କହିଲେ- ୫୦ ହଜାର ଭୋଟରେ ହାରିବେ ଟିଏମସି ମୁଖ୍ୟ

Published By : Prameya-News7 Bureau | January 18, 2021 IST

କୋଲକାତା ୧୮/୦୧: ଆଗାମୀ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମରୁ ଲଢ଼ିବେ ଟିଏମସି ମୁଖ୍ୟ ମମତା ବାନାର୍ଜୀ। ଏନେଇ ଖୋଦ ମମତା ବାନାର୍ଜୀ ଘୋଷଣା କରିବା ପରେ ପଶ୍ଚିମବଙ୍ଗରେ ରାଜନୀତି ସରଗରମ ହୋଇଛି। ଏହା ସହ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ନନ୍ଦିଗ୍ରାମର ବିଧାନସଭା ଆସନରୁ ଟିଏମସି ମୁଖ୍ୟ ୫୦ ହଜାର ଭୋଟରେ ହାରିବେ ବୋଲି ଶୁଭେନ୍ଦୁ କହିଛନ୍ତି।

ପୂର୍ବତନ ଟିଏମସି ନେତା ତଥା ନିକଟରେ ବିଜେପିରେ ସାମିଲ ହୋଇଥିବା ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମ ଆସନରୁ ୨୦୧୬ରେ ବିଜୟୀ ହୋଇଥିଲେ। ୨୦୧୧ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀ, ଶୁଭେନ୍ଦୁଙ୍କ ସହ ନନ୍ଦିଗ୍ରାମ ପ୍ରଚାରରେ ବାହାରିଥିଲେ। ୩୪ ବର୍ଷ ବାମ ଦଳ କବଜାରେ ଥିବା ନନ୍ଦିଗ୍ରାମ ଟିଏମସି ଖାତାକୁ ଆସିଥିଲା।

ମମତା ବାନାର୍ଜୀ ଏବେ ବଭାନୀପୁରାରୁ ବିଧାୟିକା ଅଛନ୍ତି। ସୋମବାର ମମତା ବାନାର୍ଜୀ ଏପରି ମଧ୍ୟ କହିଛନ୍ତି ଯେ, ଯଦି ସମ୍ଭବ ବଭାନୀପୁରା ଓ ନନ୍ଦିଗ୍ରାମରୁ ଲଢ଼ିବେ। ତେବେ ମମତାଙ୍କ ଘୋଷଣା ପରେ ଶୁଭେନ୍ଦୁଙ୍କ ନିର୍ବାଚନୀ ରାଲିରେ ହିଂସା ଦେଖିବାକୁ ମିଳିଛି। ଏହି ରାଲିରେ କେନ୍ଦ୍ର ମନ୍ତ୍ରୀ ଦେବାଶ୍ରୀ ଚୌଧୁରୀ, ରାଜ୍ୟ ବିଜେପି ସଭାପତି ଦିଲ୍ଲୀପ ଘୋଷ ସାମିଲ ଥିଲେ।  ଶୁଭେନ୍ଦୁ ଅଧିକାରୀଙ୍କ ରାଲି ଉପରେ ପଥର ମାଡ ସାଙ୍ଗକୁ ଗାଡ଼ି ଭଙ୍ଗାରୁଜା ହୋଇଛି। ଟିଏମସି ଓ ବିଜେପି ସମର୍ଥକ ମଧ୍ୟମରେ ପଥର ଫିଙ୍ଗା ଫିଙ୍ଗି ହୋଇଥିବା ବି ଦେଖିବାକୁ ମିଳିଛି।

wp:embed {"url":"https://twitter.com/ANI/status/1351126718258569222","type":"rich","providerNameSlug":"twitter","responsive":true,"className":""}
https://twitter.com/ANI/status/1351126718258569222
/wp:embed

ଟିଏମସି ଛାଡ଼ି ବିଜେପିରେ ସାମିଲ ହେବା ପରେ ଟାଣୁଆ ନେତା ଶୁଭେନ୍ଦୁ ଅଧିକାରୀଙ୍କ ପ୍ରତି ଦିଦିଙ୍କ ଆକ୍ରୋଶ ବୃଦ୍ଧି ପାଇଥିବା ଆଲୋଚନା ହେଉଛି। ମିଳିଥିବା ସୂଚନା ଅନୁସାରେ ଦକ୍ଷିଣ କୋଲକାତାରେ ଶୁଭେନ୍ଦୁ ଅଧିକାରୀ ରାଲି କରୁଥିବା ବେଳେ ଟିଏମସି ମହିଳା ମୋର୍ଚ୍ଚା କଳା ପତାକା ଦେଖାଇଥିଲା। ଏହା ପରେ ବିଶୃଙ୍ଖଳା ଆରମ୍ଭ ହୋଇଥିଲା। ଶୁଭେନ୍ଦୁ ଅଧିକାରୀଙ୍କ ରୋଡ ଶୋ କୋଲକାତାର ରାଶବିହାରୀ ଆଭେନ୍ୟୁ ପର୍ଯ୍ୟନ୍ତ ଯିବାର ଥିଲା। ଏଠାରୁ ମମତା ବାନାର୍ଜୀଙ୍କ ବାସଭବନ ପାଖ​‌ରେ ଅବସ୍ଥିତି। ରାଲି ସରିବା ପରେ ଶୁଭେନ୍ଦୁ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିଥାନ୍ତେ। କିନ୍ତୁ ରାଲି ସମୟରେ ହଙ୍ଗାମା ଆରମ୍ଭ ହୋଇଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.