ଦେଢ଼ ବର୍ଷର ଶିଶୁକୁ କୋଳରେ ଧରି ନିର୍ବାଚନ ପ୍ରଚାର କରୁଛନ୍ତି ମହିଳା ପ୍ରାର୍ଥୀ : ୨ମାସ ପୂର୍ବରୁ ସ୍ୱାମୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା

Published By : Prameya-News7 Bureau | April 28, 2019 IST

ରାଣାଘାଟ ୨୮/୪ : ନିର୍ବାଚନ ବେଳେ ପ୍ରାର୍ଥୀଙ୍କ ଅନେକ ରଙ୍ଗ ଦେଖିବାକୁ ମିଳେ | ଚଳିତ ଲୋକସଭା ନିର୍ବାଚନରେ ଜଣେ ୨୫ ବର୍ଷ ବୟସ୍କା ମହିଳା ମଧ୍ୟ ମୈଦାନକୁ ଓହ୍ଲାଇଛନ୍ତି | ମହିଳା ପ୍ରାର୍ଥୀ ନିଜ ଦେଢ଼ ବର୍ଷର ଶିଶୁକୁ ଧରି ପ୍ରଚାର କରୁଛନ୍ତି | ଏହି ପ୍ରାର୍ଥୀ ପଶ୍ଚିମବଙ୍ଗ ନଦିଆ ଜିଲ୍ଲାରୁ ଲଢ଼ୁଛନ୍ତି | ମହିଳା ଯଦି ନିର୍ବାଚନରେ ଜିତିଯାଆନ୍ତି ତାହେଲେ ଭାରତ ସଂସଦରେ ମଧ୍ୟ ଅଷ୍ଟ୍ରେଲିଆ ଭଳି ପରିସ୍ଥିତି ଦେଖିବାକୁ ମିଳିବ |

{"id":108292}

ଅଷ୍ଟ୍ରେଲିଆର ସାଂସଦ ଲାରିସା ୱାଟର୍ସ ସଂସଦରେ କାର୍ଯ୍ୟକାଳ ସମୟରେ ନିଜ ୨ ମାସର ଶିଶୁକୁ କ୍ଷୀର ଖୁଆଉଥିବା ଦୃଶ୍ୟ ଭାଇରାଲ ହୋଇଥିଲା | ପଶ୍ଚିମବଙ୍ଗ ନଦିଆ ଜିଲ୍ଲା ରାଣାଘାଟ ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଛନ୍ତି ୨୫ ବର୍ଷ ବୟସ୍କା ରୁପାଲୀ ବିଶ୍ୱାସ | ରୁପାଲୀ ତୃଣମୂଳ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ୁଛନ୍ତି | ଆସନ୍ତାକାଲି ଏହି ଆସନ ପାଇଁ ମତଦାନ ହେବ |

{"id":108291}


ରୁପାଲୀ ଅଢେଇ ମାସ ପୂର୍ବରୁ ଜଣେ ସାଧାରଣ ମହିଳା ଥିଲେ | ତାଙ୍କ ସ୍ୱାମୀ ଥିଲେ ସତ୍ୟଜିତ ବିଶ୍ୱାସ | ସେ ବିଧାୟକ ଥିଲେ | ସରସ୍ବତୀ ପୂଜା ରାତିରେ ସତ୍ୟଜିତଙ୍କୁ ହତ୍ୟା କରାଯାଇଥିଲା | ତାଙ୍କ ଘର ନିକଟରେ କରାଯାଇଥିବା ଏକ ପୂଜା ମଣ୍ଡପରେ ସତ୍ୟଜିତଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା | ଏହି ଦୁର୍ଘଟଣା ପରେ ମମତା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରୁପାଲୀଙ୍କୁ ରାଣାଘାଟ ଲୋକସଭା ଆସନର ଟିକେଟ ଦେଇ ପ୍ରାର୍ଥୀ ଘୋଷଣା କରିଥିଲେ |

{"id":108293}


ରୁପାଲୀ ନିଜ ସ୍ୱାମୀଙ୍କ ଶାସନକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି | ସେ ଏହି ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗର ସବୁଠାରୁ କମ ବୟସର ପ୍ରାର୍ଥୀ | ଗତ ମାସରେ ତାଙ୍କୁ ୨୫ ବର୍ଷ ପୁରିଥିଲା | ପ୍ରତ୍ୟେକ ରାଲିରେ ତାଙ୍କ ପୁଅ ତାଙ୍କ ସହ ଥାଏ | ସେ ଜନତାଙ୍କୁ ଅପିଲ କରିଥାନ୍ତି ଯେ, ସେ ନିଜ ସ୍ୱାମୀଙ୍କ ଅଧୁରା ସ୍ବପ୍ନକୁ ନିଶ୍ଚୟ ପୁରା କରିବେ | ସ୍ୱାମୀଙ୍କ ସ୍ବପ୍ନକୁ ପୁରା କରିବା ପାଇଁ ସେ ନିର୍ବାଚନ ଲଢ଼ୁଛନ୍ତି ବୋଲି ସେ କହିଥିଲେ | ସ୍ଥାନୀୟ ଲୋକ ମଧ୍ୟ ରୁପାଲୀଙ୍କୁ ବହୁତ ସହଯୋଗ କରୁଛନ୍ତି | ରୁପାଲୀଙ୍କ ପ୍ରତି ସ୍ଥାନୀୟଲୋକଙ୍କର ମଧ୍ୟ ସହାନୁଭୂତି ରହିଛି | ସେ ରାଲିମାନଙ୍କରେ ଅଧିକ କଥା କହିପାରନ୍ତି ନାହିଁ | ଟିକିଏ ଟିକିଏ କଥାରେ ସେ ଭାବୁକ ହୋଇଉଠନ୍ତି | ଦେଢ଼ ବର୍ଷର ଶିଶୁକୁ କୋଳରେ ଧରି ଖରା ତରା ମା' ପ୍ରଚାର କରୁଥିବା ଦେଖି ମହିଳାମାନେ ମଧ୍ୟ ଭାବୁକ ହୋଇପଡନ୍ତି |

{"id":108294}


ସୂଚନାଯୋଗ୍ୟ ଯେ, ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେବାକୁ ଅଛି | ଆସନ୍ତାକାଲି ପଶ୍ଚିମବଙ୍ଗ ରାଣାଘାଟରେ ମଧ୍ୟ ମତଦାନ ହେବ | ରାଣାଘାଟ ଆସନରୁ ୭ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି | ବିଜେପି ଜଗନ୍ନାଥ ସରକାରଙ୍କୁ ଏଠାରୁ ପ୍ରାର୍ଥୀ କରିଛି | କଂଗ୍ରେସ ତରଫରୁ ମିନତୀ ବିଶ୍ୱାସ ନିର୍ବାଚନ ଲଢ଼ୁଛନ୍ତି | ବହୁଜନ ସମାଜବାଦୀ ପାର୍ଟି ଗୌତମ ରାୟଙ୍କୁ ପ୍ରାର୍ଥୀ କରିଛି | ଆଉ ଜଣେ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ଅଛନ୍ତି |

{"id":108295}


୨୦୧୪ ଲୋକସଭା ନିର୍ବାଚନରେ ରାଣାଘାଟ ଆସନରୁ ତୃଣମୂଳ କଂଗ୍ରେସକୁ ୪୩.୬୩ ପ୍ରତିଶତ, ବିଜେପିକୁ ୧୭.୨୭ ପ୍ରତିଶତ, ମାକପାକୁ ୨୮.୭୨ ପ୍ରତିଶତ ଏବଂ କଂଗ୍ରେସକୁ ୬.୮୧ ପ୍ରତିଶତ ଭୋଟ ମିଳିଥିଲା | ସେତେବେଳେ ମୋଦି ଲହର ଥିଲେ ମଧ୍ୟ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗରେ ୪୨ ଆସନରୁ ୩୪ ଆସନ ଜିତିଥିଲେ | ଚଳିତ ନିର୍ବାଚନରେ କେଉଁ ଦଳ ଅଧିକ ଭୋଟ ପାଉଛି ତାହା ଦେଖିବା ବାକି ରହିଲା | ତେବେ ବିଜେପି ପଶ୍ଚିମବଙ୍ଗରେ ପୁରା ପ୍ରଭାବ ପକାଇବା ପାଇଁ ଚେଷ୍ଟା ଚଳାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.