ରାଜ୍ୟପାଳ ଧନଖଡଙ୍କୁ TMCର ପରାମର୍ଶ, ବିଜେପି ଟିକେଟ୍‌ରେ ନିର୍ବାଚନ ଲଢ

Published By : Prameya-News7 Bureau | May 16, 2020 IST

କୋଲକାତା : ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ ଓ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମସି) ମଧ୍ୟରେ ବିବାଦ ବେଳକୁ  ବେଳ ତୀବ୍ର ହେବାରେ ଲାଗିଛି।  କରୋନା ଲକଡାଉନରେ କେନ୍ଦ୍ର ସରକାର ନୂଆ ଆତ୍ମନିର୍ଭର ଭାରତ ଯୋଜନା ଲାଗି ୨୦ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ଏଥିରେ କୃଷକଙ୍କ ସମସ୍ୟା ଦୂରିକରଣ ଲାଗି ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପକୁ ଧନଖଡ ପ୍ରଶଂସା କରିବା ସହ ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ଏକ ପୋଷ୍ଟ କରିଥିଲେ। ଯେଉଁଥିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କେନ୍ଦ୍ର ସରକାରଙ୍କ ପିଏମ କିଶାନ ଯୋଜନାରେ ସାମିଲ ହେବା ଲାଗି ଆଗ୍ରହ କରିଥିଲେ।

ରାଜ୍ୟପାଳ ଧନଖଡଙ୍କ ଟ୍ୱିଟ୍‌ ଏବେ ପଶ୍ଚିମବଙ୍ଗ ତୃଣମୂଳରେ ଝଡ ସୃଷ୍ଟି କରିଛି। ଟିଏମସି ନେତାମାନେ ଆଗାମୀ ସାଧାରଣ ନିର୍ବାଚନରେ ରାଜ୍ୟପାଳ ବିଜେପି ଟିକେଟରୁ ପ୍ରତିଦ୍ୱନ୍ଦ୍ୱୀତା କରନ୍ତୁ ବୋଲି କହିଛନ୍ତି। ବରିଷ୍ଠ ତୃଣ ମୂଳ ନେତା ତଥା ସାଂସଦ କଲ୍ୟାଣ ବାନାର୍ଜୀ ଧନଖଡଙ୍କୁ ରାଜ୍ୟରେ କେନ୍ଦ୍ର ସରକାରଙ୍କ ଏଜଣ୍ଟ ବୋଲି ମଧ୍ୟ କହିବାକୁ ପଛେଇ ନାହାନ୍ତି। ଏ ନେଇ ବାନାର୍ଜୀ ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ରିଟ୍ୱିଟ୍‌ କରିଥିବା ବେଳେ ଆଦରଣୀୟ ରାଜ୍ୟପାଳ ଆପଣଙ୍କ ଟ୍ୱିଟ୍‌ରୁ ଆପଣ କେନ୍ଦ୍ର ସରକାରଙ୍କ କର୍ମଚାରୀ ହୋଇଯାଇଥିବା ଓ ପାର୍ଟି ଲାଗି ଏଜେଣ୍ଟ ଭଳି କାମ କରୁଛନ୍ତି ବୋଲି ଜଣାପଡୁଛି। ଏଣୁ ବିଜେପି ଟିକେଟ୍‌ରେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିବାରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.