ଗୋଚାଲାଣ ରାକେଟରେ ଟିଟୋ ଲିଙ୍କ

Published By : Prameya-News7 Bureau | August 25, 2018 IST

ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ ବଟୁ ପାଣିକୁ କ୍ରାଇମବ୍ରାଞ୍ଚର ଏସଟିଫି ଧରିବା ପରେ ତାଠାରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଆଦାୟ କରିଛି. ସେହି ତଥ୍ୟ ଆଧାରରେ ବିଭିନ୍ନ ସ୍ଥାନରେ କ୍ରାଇମବ୍ରାଞ୍ଚ ଟିମ୍ ଚଢ଼ାଉ କରିଛି। ବିଭିନ୍ନ ବ୍ୟାକ୍ତିଙ୍କୁ ପଚରାଉଚୁରା କରିଛି। ଥରକେ ଗୋରୁ ବୋଝେଇ ଟ୍ରକ ସୀମା ପାର କରିଦେଲେ ୧୦ ଲକ୍ଷ ଟଙ୍କା । ସେଥିପାଇଁ ଲାଗ ଲାଗ ପଛରୁ ପଛ ପଚାଶ ଗୋରୁ ବୋଝେଇ ଟ୍ରକ ଚାଲୁଥିବ । ଆଉ ସେମାନଙ୍କୁ ଏସ୍କର୍ଟ କରୁଥିବେ କିଛି ଲୋକ । ଯେଉଁଠି ଗାଡ଼ି ଅଟକିବ ସେଇଠି ଫୁଟିବ ଗୁଳି । ମନେ ପକାନ୍ତୁ ଗତବର୍ଷ ବେଗୁନିଆରେ ଗୋରୁବୋଝେଇ ଗାଡ଼ି ଅଟକିବାକୁ ଦୁର୍ବୃ୍ତ୍ତମାନେ ଗୁଳିମାରି ଖସିଯାଇଥିଲେ । ଆଉ ଏବେ ସାମ୍ନାକୁ ଆସିଛି ଗୋରୁ ଗାଡ଼ିକୁ ଏସ୍କର୍ଟ କରୁଥିବା ଏହି କାର୍ପଟଦାର ମାନେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଟିଟୋର ଲୋକ। ଏ ହେଉଛି ବଟୁ ପାଣି, ଘର ବେଗୁନିଆର କୁଶପାଲ୍ଲା ଆଉ ରହେ ଭୁବନେଶ୍ବର କଳିଙ୍ଗ ବିହାର। ଟିଟୋର ଗୋ ଚାଲାଣ ର୍ୟାକେଟ ବୁଝାବୁଝି କରେ। ଗତକାଲି କ୍ରାଇମବ୍ରାଞ୍ଚ ଏସଟିଏଫ ତାକୁ ଗିରଫ କରିବା ପରେ ଲଗାତର ଜେରା କରିଛି । ବଟୁ ପାଣି ଏହି ମାଲଦାର ବେପାରକୁ କେମିତି ଆସିଲା। କେଉଁମାନେ ତାକୁ ସାହାଯ୍ୟ କରୁଥିଲେ। କେଉଁଠୁ କେଉଁଠୁ ଗୋରୁଙ୍କୁ ଅଡ଼େଇ ଅଡ଼େଇ ଅଣାଯାଉଥିଲା। କେଉଁଠି ଲୋଡ କରାଯାଉଥିଲା ଆଉ କେମିତି ସୀମାପାର କରାଯାଉଥିଲା। ଗୋରୁମାନେ କୁଆଡ଼େ ଯାଉଥିଲେ। ସବୁକିଛି କ୍ରାଇମବ୍ରାଞ୍ଚ ପଚାରି ବୁଝିଛି। ଖାଲି ସେତିକି ନୁହେଁ। ବଟୁର କଳିଙ୍ଗବିହାର ଓ ବେଗୁନିଆରେ ଥିବା ଘର ଉପରେ ଚଢ଼ାଉ କରିବା ସହିତ ତାର ସୂଚନା ଆଧାରରେ ଭୁବନେଶ୍ବର କେନ୍ଦ୍ରାପଡ଼ା ପିପିଲିରେ ମଧ୍ୟ ଚଢ଼ାଉ କରିଛି ଏସଟିଏଫ। ବଟୁ ସହିତ ଗୋରୁବେପାରରେ ସହଯୋଗ କରୁଥିଲା ବାପୁ। ଏ ବାପୁ କିଏ। ପୋଲିସ ତାକୁ ମଧ୍ୟ ଖୋଜିବା ଆରମ୍ଭ କରିଛି। ଗୋରୁ ବୋଝେଇ ଗାଡି ଚାଲାଣରୁ ମିଳୁଥିବା ବିପୁଳ ଟଙ୍କାକୁ ଟିଟୋ ଲଗାଉଥିଲା ଟେଣ୍ଡର କାରବାରରେ । ଖାଲି ସେତିକି ନୁହେଁ କେନ୍ଦ୍ରାପଡ଼ା କଟକର ଆଖପାଖ ଅଞ୍ଚଳରେ ଜମି କବଜା କରି ରଖିବା ଥିଲା ତାର ଆଉ ଏକ କାରବାର । ଆଜି କେନ୍ଦ୍ରାପଡ଼ାରେ ଏସଟିଏଫ ପଚରାଉଚୁରା କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.