Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ବ୍ରହ୍ମପୁର ଜେଲ୍ ଏବେ ଟିଟୋର ନୂଆ ଠିକଣା, ୨୪ ଘଣ୍ଟା ରହିବ ସିସିଟିଭି ନଜରରେ

6/05/2021 at 1:54 PM

ବ୍ରହ୍ମପୁର ୦୬/୦୫: ବ୍ରହ୍ମପୁର ଜେଲ୍‌ରେ ଟିଟୋ । ଅପରାଧର ସାମ୍ରାଜ୍ୟ ବିସ୍ତାର କରିଥିବା ଗ୍ୟାଙ୍ଗ୍‌ଷ୍ଟର ସୟଦ ଅସମାନ ଅଲି ଖାଁ ଓରଫ୍‌ ଟିଟୋ ଏବେ ବ୍ରହ୍ମପୁର ଜେଲ୍‌ରେ । ଭୁବନେଶ୍ୱର ଝାରପଡ଼ା ଜେଲ୍‌ରୁ ଟିଟୋକୁ କଡ଼ା ସୁରକ୍ଷା ଭିତରେ ମଙ୍ଗଳବାର ବ୍ରହ୍ମପୁର ଜେଲ୍‌ରେ ଛଡ଼ାଯାଇଛି । ୨୦୧୮ ଜୁଲାଇ ମାସରେ ଟିଟୋକୁ ଭୁବନେଶ୍ୱର କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଗ୍ୟାଙ୍ଗ୍‌ଷ୍ଟାର ଟିଟୋ ନାମରେ ହତ୍ୟା, ହତ୍ୟା ଉଦ୍ୟମ, ବାଲି ଚୋରାଚାଲାଣ, ଲୁଟ୍‌ ଓ ଦାଦାବଟି ଆଦାୟ ସହ ବେଆଇନ୍‌ ବନ୍ଧୁକ ରଖିବା ଅଭିଯୋଗ ରହିଛି ।

ଟିଟୋର ଘର କେନ୍ଦ୍ରାପଡ଼ା ଟାଉନ୍‌ରେ । ଭୁବନେଶ୍ୱରରେ ଅପରାଧର ବିଶାଳ ସାମ୍ରାଜ୍ୟ କରିଥିବା ବେଳେ ବହୁ ଲୋକଙ୍କ ସହ ସମ୍ପୃକ୍ତିରେ ରହିଛି । ଗିରଫ ପରଠୁ ଟିଟୋ ଝାରପଡ଼ା ଜେଲ୍‌ରେ ଥିଲା । ଜେଲ୍‌ରେ ମଧ୍ୟ ସଂଗଠନ କରିବା ସହ ଅପରାଧିକ ଗୋଷ୍ଠୀ କରିବାରେ ସକ୍ରିୟ ହେବାରୁ ତାକୁ ଅନ୍ୟ ଜେଲ୍‌କୁ ସ୍ଥାନାନ୍ତର କରିବାକୁ ଝାରପଡ଼ା ଜେଲ୍‌ କର୍ତ୍ତୃପକ୍ଷ କୋର୍ଟରେ ଆବେଦନ କରିଥିଲେ । କୋର୍ଟ ଅନୁମତି ଏବଂ ଜେଲ୍‌ ଡିଜି ସନ୍ତୋଷ ଉପାଧ୍ୟାୟଙ୍କ ନିର୍ଦ୍ଦେଶ ପ୍ରକାରେ ମଙ୍ଗଳବାର ଟିଟୋକୁ ସ୍ୱତନ୍ତ୍ର ଏସ୍‌କର୍ଟରେ ବ୍ରହ୍ମପୁର ଜେଲ୍‌ରେ ଆଣି ଛଡ଼ା ଯାଇଥିଲା । ସନ୍ଧ୍ୟା ସାଢ଼େ ୫ଟାରେ ପହଞ୍ଚିବା ପରେ ତାକୁ ସ୍ୱତନ୍ତ୍ର ସୁରକ୍ଷା ଥିବା ସେଲ୍‌ରେ ରଖାଯାଇଛି ବୋଲି କହିଛନ୍ତି ଜେଲର୍‌ ସତ୍ୟନାରାୟଣ ବେହେରା ।

୨୪ଘଣ୍ଟିଆ ସିସିଟିଭି ନଜରରେ ଟିଟୋକୁ ରଖାଯାଇଛି । ଟିଟୋ ରହୁଥିବା ସେଲ୍‌ ପ୍ରତି ମଧ୍ୟ ସ୍ୱତନ୍ତ୍ର ଭାବେ ନଜର ଦେଖିବାକୁ ୱାର୍ଡରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଟିଟୋର ସମସ୍ତ ଗତିବିଧି ଉପରେ ନଜର ରଖାଯାଉଛି । ସେପଟେ ବ୍ରହ୍ମପୁର ଜେଲ୍‌ରେ ଏବେ ବହୁ ଚର୍ଚ୍ଚିତ କଂଗ୍ରେସ ବିଧାୟକ ପ୍ରାର୍ଥୀ ମନୋଜ ଜେନା ହତ୍ୟା ମାମଲାର ଅଭିଯୁକ୍ତ ସହ ଅନେକ ଦୁର୍ଦ୍ଦାନ୍ତ ଅପରାଧୀ ରହୁଛନ୍ତି । ତେବେ ବଡ଼ ବଡ଼ ଅପରାଧୀ ଏହି ଜେଲ୍‌ରେ ରହୁଥିବାରୁ ବାହାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବଢ଼ିଛି । ସମସ୍ତ ଟାୱାରରେ ନଜର ରଖିବାକୁ ସୁରକ୍ଷା କର୍ମୀଙ୍କୁ ନିର୍ଦ୍ଦେଶ ହୋଇଛି । କରୋନା କଟକଣା ଚାଲିଥିବାରୁ ଜେଲ୍‌ ଭିତରକୁ କାହାରିକୁ ଛଡ଼ାଯାଉନାହିଁ ବୋଲି ଜେଲର କହିଛନ୍ତି ।

   Related Posts