ଟିଟୋ ଲିଙ୍କ ଅଭିଯୋଗରେ ଭିଜିଲାନ୍ସ ରେଡ
31/07/2018 at 1:29 PM

ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କ୍ ଅଭିଯୋଗରେ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟଳୟରେ ରେଡ୍ । କେନ୍ଦ୍ରାପଡା ତହସିଲ ଓ ପୌରପାଳିକା କାର୍ଯ୍ୟାଳୟ ଭିଜିଲାନ୍ସ ଚଢାଉ କରିଛି । ଏହା ସହ ମହାକାଳପଡା ଓ ଡେରାବିଶ ତହସିଲ କାର୍ଯ୍ୟାଳୟରେ ମଧ୍ୟ ରେଡ କରୁଛି ଭିଜିଲାନ୍ସ । ବାଲି ଖାଦାନକୁ ନେଇ ମହାକାଳପଡା ତହସିଲରେ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରୁଛି ଭିଜିଲାନ୍ସ । ସେପଟେ ଗ୍ୟାଙ୍ଗଷ୍ଟର ଟିଟୋର ବେଆଇନ ଜମି ଉପରେ ପହଞ୍ଚିଛି ଭିଜିଲାନ୍ସ ଟିମ୍ । ପେଟ୍ରୋଲ ପମ୍ପ ପାଇଁ ବେଆଇନ୍ ଭାବେ ହାତେଇଥିବା ୫ ଡିସିମିଲ ଜାଗା ମାପଚୁପ ଆରମ୍ଭ କରିଛି ଭିଜିଲାନ୍ସ । ଭିଜିଲାନ୍ସ ର ୩ ଜଣିଆ ଟିମ୍ ସହ ଅମିନ, ଆରଆଇ ଓ କେନ୍ଦ୍ରାପଡା ତହସିଲ କର୍ମଚାରୀଙ୍କୁ ଧରି ଏହି ମାପ ଚାଲିଛି । ସରକାରୀ ଜମି ଜବର ଦଖଲ ହୋଇଛି ନା ନାହିଁ ତାର ଯାଞ୍ଚ ହେଉଛି । ଏଥି ସହ ଟିଟୋର ପେଟ୍ରୋଲ ପମ୍ପରେ ଉପରେ ମଧ୍ୟ ଚଢାଉ କରାଯାଇଛି । ଭିଜିଲାନ୍ସ ସହ ଉପସ୍ଥିତ ଅଛନ୍ତି କେନ୍ଦ୍ରାପଡା ତହସିଲ କାର୍ଯ୍ୟାଳୟର ଅଧିକାରୀ ।