ଏବେ ଯାଇଁ ଟିଟୋ ଲିଙ୍କରେ ୨୦ରୁ ଅଧିକ ଗିରଫ; କ୍ରାଇମ ବ୍ରାଞ୍ଚର ଏସଟିଏଫ ସ୍କାନରରେ ଏବେ ରାଜନେତା, ସରକାର ବାବୁ ଓ ପରିବାର ଲୋକ
16/09/2018 at 5:18 PM

ଭୁବନେଶ୍ୱର ୧୬/୯ : ଗ୍ୟାଙ୍ଗଷ୍ଟାର ଟିଟୋର ଗୁମର ଖୋଲୁଛି । ବର୍ତମାନ ପର୍ଯ୍ୟନ୍ତ ଟିଟୋ ଲିଙ୍କରେ ୨୦ ରୁ ଅଧିକ ଜଣ ଗିରଫ ହୋଇସାରିଲେଣି । ଅାଗକୁ ଅହୂରି ମଧ୍ୟ ଗିରଫ ହେବେ । ଏପରିକି ଏସଟିଏଫ ସ୍କାନରରେ ଏବେ ରାଜନେତା, ସରକାର ବାବୁ ଓ ପରିବାର ଲୋକ ଅଛନ୍ତି ।
ତିନି ଦଶନ୍ଧିର ଅପରାଧିକ ସାମ୍ରଜ୍ୟ ବିସ୍ତାର କରି ରଖିଥିଲା ଟିଟୋ । ତେବେ ଟିଟୋ ଗିରଫ ହେବା ପରେ ଏବେ ଏଟିଫ ପଞ୍ଝାରେ ତାର ପୁରା ଅପରାଧିକ ସାମ୍ରଜ୍ୟ । କିଏ କେଉଁଠି କେତେବେଳେ ଟିଟୋ ସହ ଜୋଡିତ ହୋଇ ରହିଥିଲେ, ଟିଟୋ ପାଖରୁ କିଏ କେଉଁ ଅକାରରେ ଅନୁକମ୍ପାର ସହାର୍ଯ୍ୟ ନେଇଥିଲେ, ଅପରାଧିକ କାର୍ଯ୍ୟକଳାପରେ କେଉଁମାନେ ସହଯୋଗ କରୁଥିଲେ, ଟେଣ୍ଡର ଫିକସିଂ ଠୁ ଅାରମ୍ଭ କରି ବଳି ଘୋଟଲା, ଏପରିକି ଗୋ ଚାଲଣ କାରବାରର ମଧ୍ୟ ଟିଟୋ ଗ୍ୟାଙ୍ଗର ସମ୍ପୃକ୍ତି ରହିଥିଲା । ଏ ସମସ୍ତ ଅପରାଧିକ କାର୍ଯ୍ୟକଳାପର ଚେର ଖୋଜୁଛି କ୍ରାଇମବ୍ରାଞ୍ଚ । ଜଗତସିଂପୁରରୁ କେନ୍ଦ୍ରାପଡା, ଯାଜପୁରରୁ କଟକ ଦେଇ ଭୁବନେଶ୍ବର ଯାଏଁ ଟିଟୋ ଅପରାଧିକ କାର୍ଯ୍ୟକଳାପର ଚେର ଲମ୍ବିଥିଲା । ଯାହର ପର୍ଦାଫାଶ କରୁଛି ଏସଟିଏଫ । ଗ୍ୟାଙ୍ଗଷ୍ଟାର ଟିଟୋ ଲିଙ୍କରେ ୨୦ ଜଣଣୁ ଅଧିକ ଗିରଫ ହୋଇ ସାରିଲେଣି । ଅାହୁରି ବହୁତ ଜଣ ଏବେ ଏସଟିଏଫ ଷ୍କାନରରେ । ଏମାନଙ୍କର ଭିତରେ ବଡ ବଡ ରାଜ ନେତା ବି ସାମିଲା ଅଛନ୍ତି । ଏପରିକି ସରକାରୀ ବାବୁମାନେ ବି ଟିଟୋ ଲିଙ୍କରେ ଗିରଫ ହେବେ ବୋଲି ଏସଟିଏଫ ସୁତ୍ରରୁ ଜଣାପଡିଛି । ତେବେ ଟିଟୋ ପରିବାର ଲୋକ ଏବେ ବି ଫେରାର ଅଛନ୍ତି । ପୋଲିସ ମଧ୍ୟ ସେମାନଙ୍କୁ ଖୋଜି ପାଉନି । ଏହାକୁ ନେଇ ପୂର୍ବତନ ବରିଷ୍ଠ ପୋଲିସ ଅଧିକାରୀ ପ୍ରଶ୍ନ ଉଠାଇଛନ୍ତି । ଏ ଦିଗରେ କ୍ରାଇମବ୍ରାଞ୍ଚ ତଦନ୍ତ ଅଧିକ ସକ୍ରିୟ ହେବା ଦରକାର । ଏଟିଏଫକୁ ଭଲଭାବେ ବ୍ଲୁ ପ୍ରିଣ୍ଟି ପ୍ରସ୍ତୁତ କରି ସେମାନଙ୍କୁ ତୁରନ୍ତ ଗିରଫ କଲେ ହିଁ ବହୁ ତଥ୍ୟ ସାମ୍ନାକୁ ଆସିବ ବୋଲି ପୂର୍ବତନ୍ତ ପୋଲିସ ଡିଜି ସଞ୍ଜିବ ମାରିକ କହିଛନ୍ତି ।