ଟିଟୋର ଆତଙ୍କବାଦୀ ଲିଙ୍କ୍ !
10/08/2018 at 7:55 PM

ଟିଟୋ ସାମ୍ରାଜ୍ୟର ଚେର ଯେତିକି ଖୋଳା ଚାଲିଛି , ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । କେବଳ ଅର୍ଥନୈତିକ ଅପରାଧ ଭିତରେ ସୀମିତ ନାହିଁ, ବରଂ ଆତଙ୍କବାଦୀଙ୍କ ସହ ଟିଟୋର ଲିଙ୍କ୍ ରହିଛି । ଆଜି ସିଧାସଳଖ ଏଭଳି ସଂଗୀନ ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ନେତା । ଦଳ ଦାବି କରିଛି, ଟିଟୋର ଅପରାଧିକ ଦିଗ ଉପରେ ସିବିଆଇ ତଦନ୍ତ ହେଉ ଏବଂ ଆତଙ୍କବାଦୀ ଲିଙ୍କ୍ ଉପରେ ଏନ୍.ଆଇ.ଏ ତଦନ୍ତ କରୁ । ଏବେ ତଦନ୍ତ କରୁଥିବା ଏସ୍.ଟି.ଏଫ୍ ଟିମ୍ ରେ ଥିବା ଅଧିକାରୀଙ୍କୁ ମଧ୍ୟ ହଟାଇବାକୁ ଦାବି କରିଛି ଦଳ । ଯାହାକୁ ନେଇ ପୁଣି ଥରେ ମୁହାଁ ମୁହିଁ ହୋଇଛନ୍ତି ବିଜେଡି – ବିଜେପି ।