Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଏବେବି ଦୁର୍ଦ୍ଦଶାରେ ‘ତିତଲି’ ବିପନ୍ନ ; ଲୋକଙ୍କ ଭରସା ପାଲଟିଛି ଅଙ୍ଗନଓ୍ବାଡି କେନ୍ଦ୍ର

27/11/2018 at 5:49 PM

ଭୁବନେଶ୍ବର ୨୭|୧୧: ତିତଲି ବାତ୍ୟାକୁ ଦେଢ ମାସ ବିତିଲାଣି । ଏବେବି ଲୋକଙ୍କ ଭରସା ପାଲଟିଛି ଅଙ୍ଗନଓ୍ବାଡି କେନ୍ଦ୍ର । ଘରଦ୍ବାର ଭାଙ୍ଗି ଯାଇଥିବା ବେଳେ ଧନ ସମ୍ପତ୍ତି ଛାରଖାର ହୋଇଯାଇଛି । ତେଣୁ ବାଧ୍ୟ ହୋଇ ଆଶ୍ରୟସ୍ଥଳୀରେ ଦିନ କାଟୁଛନ୍ତି ବିପନ୍ନ ଆଦିବାସୀମାନେ । ଦୁଇଟି ଘରେ ଦୁଇଟି ଗାଁର ଲୋକ । ଅଙ୍ଗନଓ୍ବାଡି ଘରେ ଯାଗା ନହେବାରୁ ବାହାରେ ପାଲ ତଳେ ଜୀବନ କାଟିଛନ୍ତି । ଶୀତ କାକରରେ ଛୁଆ ପିଲାଙ୍କୁ ଧରି ରାତି ବିତୁଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଉଦୟଗିରି ବ୍ଲକ୍ ଭୂଆଁପଡା ଅଙ୍ଗନଓ୍ବାଡି କେନ୍ଦ୍ର । ତିତଲି ବାତ୍ୟାରେ ସବୁକିଛି ହରାଇଛନ୍ତି ଏମାନେ । ନା ଘର ଦ୍ବାର ଅଛି ନାଁ ମୁଣ୍ଡ ଗୁଞ୍ଜିବାକୁ ଚାଳ ଅଛି । ଭଙ୍ଗା ଘର ଓ ଫଟା କାନ୍ଥ ସଜାଡିବାକୁ ପାଖରେ ସମ୍ବଳ ନାହିଁ ।ତେଣୁ ବାଧ୍ୟହୋଇ ଭୂଆଁପଡା ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ଗ୍ରାମବାସୀ ।

ଅକ୍ଟୋବର ୧୦ ରାତିର ସେହି କରାଳ ଚିତ୍ର ପାଶୋରି ହେଉନି । ଗଜପତି ଜିଲ୍ଲାରେ ବାତ୍ୟା ତିତଲି ତାର ତାଣ୍ଡବ ରଚିଥିଲା । ଅନେକ ଘର ଦ୍ବାର ଉଡାଇ ନେଇଥିଲା । ବାତ୍ୟା ବିପନ୍ନଙ୍କୁ ଆଶ୍ରୟସ୍ଥଳୀକୁ ଆଣି ରଖାଯାଇଥିଲା । ବାତ୍ୟା ଅଶ୍ରୟସ୍ଥଳୀରେ ମାସେ ରନ୍ଧା ଖାଦ୍ୟ ଯୋଗାଇ ପ୍ରଶାସନ ଚୁପ୍ ବସିଛି । ଏପଟେ ସରକାର ସରକାର ଦେଇଥିବା ୫୦କେଡି ଚାଉଳ ଏବଂ ୧ ହଜାର ଟଙ୍କା ସରିଗଲାଣି । ପାଖରେ ଟଙ୍କାଟିଏ ନଥିବାବେଳେ ସରକାରୀ ସହାୟତା ଏକମାତ୍ର ଭରସା । ସେପଟେ ପରିସ୍ଥିତି ଅନୁଧ୍ୟାନ ପରେ ସମସ୍ୟା ସମାଧାନ କରାଯିବ ବୋଲି ଗଜପତି ଜିଲ୍ଲାପାଳ ରହିଛନ୍ତି ।

   Related Posts