ତିତିଲି ପଲିଟିକ୍ସ :ପାହାଡରେ ବସବାସ କରୁଥିବା ଆଦିବାସୀଙ୍କୁ ସମତଳ ସ୍ଥାନରେ ଥଇଥାନ ପାଇଁ ସରକାର କରିଥିବା ଘୋଷଣାକୁ ବିଜେପି ଓ କଂଗ୍ରେସର ବିରୋଧ

Published By : Prameya-News7 Bureau | October 21, 2018 IST

ଗଜପତି ୨୧/୧୦ : ତିତିଲି ପଲିଟିକ୍ସର ଏପିସେଣ୍ଟର ପାଲଟିଛି ଜିରୋ କାଜୁଆଲିଟି କଣ୍ଟ୍ରୋଭର୍ସି । ଲ୍ୟାଣ୍ଡ ସ୍ଲାଇଡ୍ ରେ ମୃତ୍ୟୁସଂଖ୍ୟା ଚିନ୍ତାର ବାହାରକୁ ଯିବା ଦେଖି ପାହାଡରେ ବସବାସ କରୁଥିବା ଆଦିବାସୀଙ୍କୁ ସମତଳ ସ୍ଥାନରେ ଥଇଥାନ ପାଇଁ ସରକାର ଯେଉଁ ଘୋଷଣା କରିଛନ୍ତି ତାକୁ ଏବେ ବିରୋଧ ଆରମ୍ଭ କଲେଣି କଂଗ୍ରେସ ଓ ବିଜେପି । ଏହା ଏକ ଅବାସ୍ତବ ଚିନ୍ତା ବୋଲି ବିରୋଧି ବିଜେପି ଓ କଂଗ୍ରେସର ମତ । ବିଜେଡି କିନ୍ତୁ କହୁଛି ଏହା ଭଲ ପଦକ୍ଷେପ ହେବ । ବାତ୍ୟାରେ ଜିରୋ କାଜୁଆଲିଟି ଥିଲା କିନ୍ତୁ ବର୍ଷାରେ ହିଁ ଯାହା ଜୀବନ ଗଲା । ତେଣୁ ଏଣିକି ପାହାଡ ଉପରେ ରହୁଥିବା ଗାଁ ଲୋକଙ୍କୁ ସମତଳ ଅଂଚଳକୁ ଆଣିବାକୁ ବ୍ୟବସ୍ଥା ହେବ । ସରକାରଙ୍କ ଏଭଳି ଚିନ୍ତାଧାରାକୁ ନେଇ ବିରୋଧି କଂଗ୍ରେସ ଓ ବିଜେପି ଖପ୍ପା । ବିଶେଷକରି ଗଜପତି ଜିଲ୍ଲା ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଏଭଳି ଘୋଷଣାକୁ ଅବାସ୍ତବ ଚିନ୍ତାଧାରା ବୋଲି କହିଛନ୍ତି ବିରୋଧି । ନଗଡାରେ ଅପପୁଷ୍ଟି ମୃତ୍ୟୁ ପରେ ସରକାର ସେଠିକା ଅଧିବାସୀଙ୍କୁ ପାହାଡରୁ ତଳକୁ ଆଣିବାକୁ ଯେଉଁ ଘୋଷଣା କରିଥିଲେ ତାହା ଫ୍ଲପ ମାରିଲା । ଏବେ ପୁଣି ସରକାରଙ୍କ ଏହି ଘୋଷଣା ଏକ ପ୍ରହେଳିକା ବୋଲି ବିରୋଧି କହିଛନ୍ତି । ତେବେ ବିଜେଡିର ଯୁକ୍ତି ବାତ୍ୟା ପର ବର୍ଷାରେ ଯେଉଁ ଭୂସ୍ଖଳନ ହେଲା ତାହା ହିଁ ଅଧିକ ଧନ ଜୀବନ ନଷ୍ଟ କଲା । ତେଣୁ ପାହାଡରେ ରହୁଥିବା ପାଖାପାଖି ୩୦୦ ଗାଁର ଲୋକଙ୍କୁ ତଳକୁ ଆଣି ଥଇଥାନ କରିବା ପାଇଁ ସରକାର ଯେଉଁ ଚିନ୍ତା କରୁଛନ୍ତି ତାହା ସ୍ବାଗତ ଯୋଗ୍ୟ । ବାସ୍ତବରେ ପାହଡରେ ବସବାସ କରୁଥିବା ଆଦିବାସୀଙ୍କୁ ତଳକୁ ଆଣିବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଂଜ ହେବ। ତେଣୁ ଏହାର କାର୍ଯ୍ୟକାରିତା ମାଧ୍ୟମରେ ବିରୋଧୀଙ୍କୁ ଜବାବ ଦେଇପାରିବେ ସରକାର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.