Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଗସ୍ତି ନୂଆଗାଁ ଓ ଚମାଖଣ୍ଡି ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ
  • ||
  • ରାଜ୍ୟରେ ବୁଧବାର ସୁସ୍ଥହେଲେ ଆଉ ୧୦ହଜାର ୭୮ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୭୩ ଜଣ ଡିସଚାର୍ଜ
  • ||
  • ପାଟ୍ରୋଲିଂ ଗାଡିକୁ ଚକ୍‌ମା ଦେଇ ଖସିଯିବା ବେଳେ ଗୋଡାଇ ଗୋଡାଇ କାବୁ କଲା ପୋଲିସ: ଅଟୋରୁ ବିପୁଳ ଗଞ୍ଜେଇ ଜବତ, ୫ ଗିରଫ
  • ||
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||

ତିରୁପତିଙ୍କ ଲଡୁ ଏବେ ଅଧା ଦାମ୍ : ଭକ୍ତଙ୍କ ପାଇଁ TTD କଲେ‌ ବଡ଼ ଘୋଷଣା

21/05/2020 at 10:33 AM

ତିରୁପତି ୨୧।୦୫: କରୋନା ଭାଇରସ ନେଇ ସାରାଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି । ଦେଶବ୍ୟାପୀ ଜାରି ରହିଥିବା ଲକ୍ ଡାଉନ୍ ଦେଶର ସବୁଠାରୁ ଧନୀ ମନ୍ଦିର ଉପରେ ମଧ୍ୟ ପ୍ରଭାବ ପକାଇଛି । ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିରରେ ମଧ୍ୟ ପ୍ରଭାବ ପକାଇଛି ଲକ୍‌ଡାଉନ୍‌ । ତେବେ ମନ୍ଦିରରେ ଦର୍ଶନ କେବେ ଆରମ୍ଭ ହେବ ସେନେଇ ଅନିଶ୍ଚିତତା ଜାରି ରହିଥିବା ବେଳେ ଆନ୍ଧ୍ରପ୍ରଦେଶର ତିରୁମାଲା ଉପରେ ଥିବା ଶ୍ରୀ ଭେଙ୍କଟେଶ୍ୱର ମନ୍ଦିରର କର୍ତ୍ତୃପକ୍ଷ ବୁଧବାର ଦିନ ପ୍ରସିଦ୍ଧ ‘ତିରୁପତି ଲଡୁ ପ୍ରସାଦ’ କିମ୍ବା ଭକ୍ତଙ୍କ ମଧ୍ୟରେ ୫୦% ରିହାତିରେ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପଡୋଶୀ ରାଜ୍ୟଗୁଡିକର ରାଜଧାନୀ ମଧ୍ୟ ସମାନ ଦରରେ ବିକ୍ରି କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ବିଶ୍ୱର ସବୁଠାରୁ ଧନୀ ହିନ୍ଦୁ ମନ୍ଦିରର କାର୍ଯ୍ୟ ପରିଚାଳନା କରୁଥିବା ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ଦର୍ଶନ ଆରମ୍ଭ ହେବା ନେଇ ଚାଲିଥିବା ଅନିଶ୍ଚିତତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ୧୭୫ଗ୍ରାମ ଓଜନର ଏହି ଲଡୁକୁ ସାଧାରଣ ଦିନରେ ଏହାର ପ୍ରକୃତ ମୂଲ୍ୟ ୫୦ ଟଙ୍କା ରହିଥାଏ .। କିନ୍ତୁ ଏବେ ଏହାର ଦରରେ ପରିବର୍ତ୍ତନ କରାଯାଇଥିବାରୁ ଏହା ଏବେ ୨୫ଟଙ୍କା ଦରରେ ବିକ୍ରି କରାଯିବ।  କରୋନା ଭାଇରସ ନେଇ ଗତ ଦୁଇମାସ ହେଲାଣି ପ୍ରାୟ ସବୁ ମନ୍ଦିରରେ ଭକ୍ତି ଯିବାଆସିବା ଉପରେ ରୋକ ଲଗାଯାଇଛି । ତେବେ ଟିଟିଡି ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷ ୟେ.ଭି ସୁବା ରେଡ୍ଡୀ କହିଛନ୍ତି ଯେ,  ହାଇଦ୍ରାବାଦ, ଚେନ୍ନାଇ ଏବଂ ବେଙ୍ଗାଲୁରୁ ତଥା ଆନ୍ଧ୍ରପ୍ରଦେଶର ୧୩ଟି ଜିଲ୍ଲା ମୁଖ୍ୟାଳୟରେ ଉପସ୍ଥିତ ଥିବା ସମସ୍ତ ଟିଟିଡି କଲ୍ୟାଣ ମଣ୍ଡପ ଏବଂ ସୂଚନା କେନ୍ଦ୍ରରେ ଲଡୁ ପ୍ରସାଦମ୍ ଉପଲବ୍ଧ ହେବ। ଏବଂ ଏହା ୫୦ପ୍ରତିଶତ ଦର କମାଯାଇ ଭକ୍ତଙ୍କୁ ଦିଆଯିବ । ସେହିପରି ମନ୍ଦିର ଖୋଲିବା ନିଷ୍ପତ୍ତି ଉପରେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଲକ୍‌ଡାଉନ୍‌ ନିଷ୍ପତ୍ତି ଉପରେ ନିର୍ଭରେ କରିବ । ଲକ୍‌ଡାଉନ୍‌ ଯୋଗୁଁ ମନ୍ଦିରକୁ ହେଉଥିବା ଦାନରେ ହ୍ରାସ ପାଇଛି । ଭକ୍ତମାନେ ଇ-ହୁଣ୍ଡି ମାଧ୍ୟମରେ ଦାନ କରୁଛନ୍ତି । ଇ-ହୁଣ୍ଡି ପାଇଁ ଭକ୍ତଙ୍କ ଉଦାର ଅବଦାନକୁ ଦୃଷ୍ଟିରେ ରଖି ଟିଟିଡି ଲଡୁ ପ୍ରସାଦମ୍ ବିକ୍ରୟ ଆରମ୍ଭ କରିବାକୁ ଯାଉଛି । ୫୦% ରିହାତି ପ୍ରଦାନ କରି ଏହାକୁ ବିକ୍ରି କରିବାକୁ ନିଷ୍ପତ୍ତି ନିଆଯାଇଛି ।

   Related Posts