ତିରୁପତି ବାଲାଜୀର ୧୪୦ ସଦସ୍ୟ କୋଭିଡ୍-୧୯ ପଜିଟିଭ୍, ପୁଣି ଥରେ ବନ୍ଦ ହୋଇପାରେ ମନ୍ଦିର

Published By : Prameya-News7 Bureau | July 17, 2020 IST

ହାଇଦ୍ରାବାଦ ୧୭।୦୭: ଦେଶର ସବୁଠୁ ଧନୀ ମନ୍ଦିର କୁହାଯାଉଥିବା ତିରୁପତି ବାଲାଜୀ ମନ୍ଦିର ପୁଣି ଥରେ ବନ୍ଦ ହୋଇପାରେ। ପୂଜାରୀ ସମେତ ମନ୍ଦିରର ୧୪୦ରୁ ଅଧିକ ଲୋକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରେ ୧୪ ପୂଜାରୀ ସାମିଲ ଥିବା କୁହାଯାଉଛି। ଏହି ଖବର ଆସିବା ପରେ ପୁଣି ଥରେ ମନ୍ଦିର ବନ୍ଦ କରିବା ନେଇ ଦାବି ଜୋର ଧରିଛି। ସଂକ୍ରମିତଙ୍କ ମଧ୍ୟରେ ଅର୍ଚକ, ଟିଟିଡିର କର୍ମଚାରୀ, ସିକ୍ୟୁରିଟି ଷ୍ଟାଫ ଓ ପ୍ରସାଦ ପ୍ରସ୍ତୁତକାରୀ କର୍ମଚାରୀ ସାମିଲ।

{"id":301711,"sizeSlug":"large"}

ଅପରପକ୍ଷେ ଲକ୍‌ଡାଉନ୍‌ କାରଣରୁ ଏହି ମନ୍ଦିର ପ୍ରଥମରୁ ହିଁ କୋଟି କୋଟି ଟଙ୍କାର କ୍ଷତି ସହି ସାରିଛି। ମନ୍ଦିରର କର୍ମଚାରୀଙ୍କୁ ଦରମା କେମିତି ଦିଆଯିବ ତାକୁ ନେଇ ଚଳିତ ବର୍ଷ ସବୁଠୁ ଅଧିକ ଚର୍ଚ୍ଚା ହୋଇ ସାରିଛି। ଏବେ ୧୪୦ରୁ ଅଧିକ କରୋନା ସଂକ୍ରମିତ ହେବା ମନ୍ଦିର ଉପରେ ପୁଣି ଥରେ ସଙ୍କଟ ବାଦଲ ଖେଳି ଯାଇଛି। ତିରୁପତି ବାଲାଜୀର ଏହି ମନ୍ଦିର ଆନ୍ଧ୍ର ପ୍ରଦେଶରେ ତିରୁମାଲାର ପାହାଡିଆ ଅଞ୍ଚଳରେ ଅବସ୍ଥିତ। ଦେଶର ସମସ୍ତ ମନ୍ଦିର ଖୋଲାଯିବା ଆଦେଶ ପରେ ଜୁନ ୮ରେ ତିରୁପତି ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ଲାଗି ଖୋଲି ଦିଆଯାଇଥିଲା। ଏବେ ପୁଣି ଥରେ ମନ୍ଦିରରେ ଭକ୍ତଙ୍କ ଦର୍ଶନ ଉପରେ ରୋକ୍ ଲଗାଯାଇପାରେ।

{"id":301713,"sizeSlug":"large"}

ଲକ୍‌ଡାଉନ୍‌ ପରେ ମନ୍ଦିର ଖୋଲିବା ପରେ ପ୍ରଥମ ଦିନ ଦାନ ପାତ୍ର ୨୫ ଲକ୍ଷରୁ ଅଧିକ ଟଙ୍କା ପଡିଥିଲା। ତିରପତି ମନ୍ଦିରକୁ ଦେଶର ସବୁଠୁ ଧନୀ ମନ୍ଦିର କୁହାଯାଏ। ଦେଶର ଅନ୍ୟ ସମସ୍ତ ମନ୍ଦିର ଅପେକ୍ଷା ଏହି ମନ୍ଦିରକୁ ସବୁଠୁ ଅଧିକ ନଗଦ, ଅଳଙ୍କାର ଓ ଅନ୍ୟ ଦାନରେ ମିଳିଥାଏ। ଏହି ମନ୍ଦିରରେ ମାସକୁ ୨୦୦ କୋଟିରୁ ଅଧିକ ଟଙ୍କା ଦାନରେ ମିଳିଥାଏ। ମାର୍ଚ୍ଚ ୨୫ରେ ଲକ୍‌ଡାଉନ୍‌ ପରେ ମନ୍ଦିର ବନ୍ଦ ହେବାରୁ ଦାନପାତ୍ର ସୁଖିଲା ପଡିଥିଲା। ପ୍ରତି ମାସରେ ୨୦୦ କୋଟିର ଅଧିକ ମିଳୁଥିବା ଏହି ମନ୍ଦିରରେ ଗୋଟିଏ ହେଲେ ଟଙ୍କା ଦାନରେ ମିଳୁନଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.