୫୧ କୋଟି ଟଙ୍କା ପୁରୁଣା ନୋଟ୍ ବଦଳାଇବାକୁ ଚାହୁଁଛନ୍ତି ତିରୁମାଲା ତିରୁପତି ଦେବସ୍ଥାନମ୍, ଅର୍ଥମନ୍ତ୍ରୀ ସୀତାରମଣଙ୍କ ସହିତ ଆଲୋଚନା

Published By : Prameya-News7 Bureau | July 14, 2020 IST

ତିରୁପତି ୧୪/୦୭ : ଆନ୍ଧ୍ରପ୍ରଦେଶ ତିରୁମାଲାରେ ଦେଶର ସବୁଠାରୁ ଧନୀ ଭଗବାନ ଭେଙ୍କଟେଶ୍ୱର ମନ୍ଦିର ପ୍ରବନ୍ଧକ ତିରୁମାଲା ତିରୁପତି ଦେବସ୍ଥାନମ ୫୧ କୋଟି ଟଙ୍କାର ପୁରୁଣା ମୁଦ୍ରା ଫେରାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି | ଏଥିରେ ପୁରୁଣା ୫୦୦ ଟଙ୍କିଆ ଓ ହଜାରେ ଟଙ୍କିଆ ନୋଟ୍ ବି ଅଛି ଯାହା ନୋଟବନ୍ଦୀ ସମୟରେ ବନ୍ଦ କରିଦିଆଯାଇଥିଲା | ନୋଟବନ୍ଦୀର ପ୍ରାୟ ୪ ବର୍ଷ ପରେ ଦେବସ୍ଥାନମ ଏହି ନିଷ୍ପତ୍ତି ନେଇଛି |

ସୋମବାର ଦିନ ତିରୁମାଲା ତିରୁପତି ଦେବସ୍ଥାନମର ଚେୟାରପର୍ସନ ୱାଇ.ବି ରେଡ୍ଡୀ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସାକ୍ଷାତ କରିଛନ୍ତି | ରେଡ୍ଡୀ ଅର୍ଥମନ୍ତ୍ରୀଙ୍କୁ ପୁରୁଣା ନୋଟ୍ ମୁଦ୍ରିକରଣ କରିବାକୁ ଅପିଲ କରିଛନ୍ତି | ଏହି ମୁଦ୍ରା ଭକ୍ତମାନେ ଭଗବାନଙ୍କୁ ଅର୍ପଣ କରିଥିଲେ | ରେଡ୍ଡୀ କହିଛନ୍ତି ଯେ, ସେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସମ୍ମୁଖରେ ରିପ୍ରେଜେଣ୍ଟେସନ ରଖିଛନ୍ତି ଏବଂ ଅପିଲ କରିଛନ୍ତି ଯେ କରୋନା ମହାମାରୀ ଯୋଗୁଁ ତିରୁମାଲା ତିରୁପତି ଦେବସ୍ଥାନମର ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ୟାର ସମାଧାନ ବାଟ ବାହାର କରନ୍ତୁ | ସେ କହିଛନ୍ତି ଯେ ମନ୍ଦିର ଦାନପାତ୍ରରେ ଟଙ୍କା ପକାଇବା ପବିତ୍ର ଏବଂ ଏହାଦ୍ୱାରା ତୀର୍ଥଯାତ୍ରୀଙ୍କ ମନରେ ଏକପ୍ରକାର ମହାନ ଭାବନା ଜାଗ୍ରତ ହୁଏ | ତିରୁମାଲା ତିରୁପତି ଦେବସ୍ଥାନମ ଭକ୍ତଙ୍କ ଦାନକୁ ଖାରଜ କରିପାରିବ ନାହିଁ |

ରେଡ୍ଡୀ କହିଛନ୍ତି, ୨୦୧୬ ନଭେମ୍ବର ୮ ତାରିଖରେ କେନ୍ଦ୍ର ସରକାର ନୋଟବନ୍ଦୀ ଘୋଷଣା କରିଥିଲେ | ଏହାପରେ ତିରୁମାଲା ତିରୁପତି ଦେବସ୍ଥାନମ ମଧ୍ୟ ୫୦୦ ଟଙ୍କିଆ ଓ ହଜାରେ ଟଙ୍କିଆ ନୋଟ୍ ନେବା ବନ୍ଦ କରିଦେଇଥିଲା ଏବଂ ଏହି ଦୁଇ ନୋଟର ଟ୍ରାଞ୍ଜାକ୍ସନ ମଧ୍ୟ ରୋକି ଦେଇଥିଲା | ତେବେ ତିରୁମାଲା ତିରୁପତି ଦେବସ୍ଥାନମ କହିଛି ଯେ ଭକ୍ତ ଦାନପାତ୍ରରେ ଏହିସବୁ ଟଙ୍କା କେବେ ପକାଇଥିଲେ ସେ ସମ୍ପର୍କରେ କୌଣସି ସୂଚନା ନାହିଁ | ଭାରତୀୟ ରିଜର୍ଭ ବ୍ୟାଙ୍କର ଗାଇଡଲାଇନ ପରେ ମଧ୍ୟ ଭକ୍ତ ଦାନପାତ୍ରରେ ୫୦୦ ଟଙ୍କିଆ ଓ ହଜାରେ ଟଙ୍କିଆ ନୋଟ୍ ପକାଇବା ବନ୍ଦ କରିନଥିଲେ | ତେବେ ଅର୍ଥମନ୍ତ୍ରୀ ତାଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସେ କେନ୍ଦ୍ରୀୟ ବ୍ୟାଙ୍କ ସହ କଥାବାର୍ତ୍ତା କରିବେ ଏବଂ ଏହି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.