Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିରିଜ୍ ଅଧାରୁ କୋଭିଡ୍ ସଂକ୍ରମିତ ହେଲେ ଭାରତୀୟ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା, ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଟ୍ବେଣ୍ଟି ଟ୍ବେଣ୍ଟି ବାତିଲ
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ ପଜିଟିଭ୍, ୪୧୫ ମୃତ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୦ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୬୨୯ କରୋନା ପଜିଟିଭ୍
  • ||
  • ମୟୂରଭଞ୍ଜ : ଗାଧୋଇବା ବେଳେ ଖସିଗଲା ଗୋଡ, ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ସମ୍ବଲପୁର : ଯୁବକଙ୍କୁ ନିର୍ମମ ଭାବେ ହତ୍ୟା, ଉଦ୍ଧାର ହେଲା ରକ୍ତ ଜୁଡୁବୁଡୁ ମୃତଦେହ
  • ||

ତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ନେତାଏ କଷିଲେଣି ଅଙ୍କ: ବିଜେପିରୁ ବିଭୁ ତରାଇ ବଳାଇଲେଣି ମନ, ବିଜେଡିରେ ଏକାଧିକ ଦାବିଦାର, କଂଗ୍ରେସ କରୁଛି ହିସାବ

25/07/2020 at 8:44 PM

ତିର୍ତ୍ତୋଲ, ୨୫|୦୭:  ତିର୍ତ୍ତୋଲ ଆସନକୁ ନେଇ ଚାଲିଛି ତିନି ଦଳ ଭିତରେ ଅଙ୍କକଷା। ସମ୍ମାନ ଓ ପତିଆାର ଲଢ଼େଇ ହୋଇଥିବାରୁ  ବିଜେଡି, ବିଜେପି ଓ କଂଗ୍ରେସ  କାହାକୁ ପ୍ରାର୍ଥୀ କରିବେ ଅଭ୍ୟନ୍ତାରୀଣ ଆଲୋଚନା କରୁଥିବାବେଳେ ଆଶାୟୀ ପ୍ରାର୍ଥୀ କିନ୍ତୁ ଆରମ୍ଭ କରିଦେଲେଣି ଜୋରଦାର ଲବି। ବିଜେଡି ବିଷ୍ଣୁଙ୍କ ପୁଅ ଉପରେ ନଜର ରଖିଥିବାବେଳେ ଦଳର ସାଂସଦ କିନ୍ତୁ ନିଜ ସ୍ବାମୀଙ୍କ ପାଇଁ ଲବି କରୁଛନ୍ତି। ଏପଟେ ବିଜେପି ରୁ ସାଂସଦ ପ୍ରାର୍ଥୀ ହୋଇଥିବ ବିଭୁ ତରାଇ ବି ଇସାରା ଦେଲେଣି। ଏପଟେ କଂଗ୍ରେସ କାହାକୁ ଟିକେଟ ଦେବ ହିସାବ ନିକାଷ କରୁଛି ।

ସମ୍ମାନ ବନାମ ପତିଆରା । ତିର୍ତ୍ତୋଲ ଉପନିର୍ବାଚନ ଲାଗି ଏମିତି ଅଙ୍କ କଷୁଛନ୍ତି ଶାସକ ଓ ବିରୋଧୀ । ବିଧାୟକ ବିଷ୍ଣୁ ଦାସଙ୍କ ଦେହାନ୍ତ ପରେ ଖାଲି ପଡିଥିବା ସିଟକୁ ପୁଣି ନିଜ ଦଖଲକୁ ଆଣିବା  ବିଜେଡି ଲାଗି ସମ୍ମାନର ପ୍ରଶ୍ନ ହୋଇଛି । ଏଥିପାଇଁ ବିଷ୍ଣୁ ଦାସଙ୍କ ପରିବାର ସଦସ୍ୟ ନା ବାହାରର କାହାକୁ ପ୍ରାର୍ଥୀ କଲେ ଦଳ ଜିତାପଟ ନେବ ସେ ନେଇ ଅଙ୍କ କଷୁଛି ଶାସକ ଦଳ । ତେବେ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ନିଜ ସ୍ବାମୀଙ୍କ ପାଇଁ ଜୋରଦାର ଲବି ଆରମ୍ଭ କରିଦେଇଛନ୍ତି । ବିଷ୍ଣୁଙ୍କ ପୁଅ ବିଜୟ ଟିକେଟ୍ ଲବିର ଆଗରେ ଅଛନ୍ତି । ସେହିପରି ବିଜେଡି ନେତ୍ରୀ ମୀନତି ବେହରା ବି ପ୍ରାର୍ଥୀ ଦୌଡରେ ଅଛନ୍ତି । ତେବେ ଦଳ କାହାକୁ ପ୍ରାର୍ଥୀ କରିବ ସେ କାର୍ଡ ନିଜେ ନବୀନ ଖୋଲିବେ ।

ବିଜେଡି ହାତରୁ ତିର୍ତ୍ତୋଲ ଆସନ ଛଡାଇ ନେବାକୁ ରଣନୀତିରେ ଲାଗି ପଡିଛନ୍ତି ବିରୋଧୀ ବିଜେପି ଏବଂ କଂଗ୍ରେସ । ପୂର୍ବତନ ସଂସଦ ବିଭୁ ତରାଇଙ୍କୁ ବିଜେପି ପ୍ରାର୍ଥୀ କରିବା ଯୋଜନାରେ ରହିଛି । ବିଭୁ ତରାଇଙ୍କର ଜଗତସିଂହପୁର ଜିଲ୍ଲାରେ ସଂଗଠନର ଥିବାରୁ ତାହାକୁ ଆଧାର କରି ସେ ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ବି ହେଲେଣି । ଗତ ନିର୍ବାଚନରେ ଏଠାରେ ଦ୍ବିତୀୟ ସ୍ଥାନରେ ଥିବାରୁ ଶାସକ ବିଜେଡିକୁ କଡା ଫାଇଟ୍ ଦେବାକୁ ରଣନୀତି ପ୍ରସ୍ତୁତ କରୁଛି ବିଜେପି । ସେପଟେ କଂଗ୍ରେସ ମଧ୍ୟ ଏହି ସିଟ୍ କୁ ସହଜରେ ଛାଡିବା ମୁଡରେ ନାହିଁ । ବିଶ୍ବାଳ ପରିବାରର ଜଗତସିଂହପୁର ରାଜନୀତିରେ ପ୍ରଭାବ ରହିଥିବାରୁ ଦୁଇ ଭାଇ ରଂଜୀବ ଏବଂ ଚିରଞ୍ଜିବ ବିଶ୍ବାଳ ଏହି ସିଟ୍ ରେ ନିଜ ସମର୍ଥକଙ୍କୁ ଲଢାଇବାକୁ ଗୋଟି ଚାଳନା କରୁଛନ୍ତି । ଏଥିପାଇଁ କଂଗ୍ରେସ ଆଗୁଆ ପାଗ ଭିଡିଲାଣି । ଉପ ନିର୍ବାଚନ ପାଇଁ କମିଟି ଗଠନ କରି ସୁର ରାଉତରାୟଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି । ଏମିତିକି ପ୍ରାର୍ଥୀ ହେବା ପାଇଁ ଏଯାଏ ୩ ଜଣ ଆବେଦନ କରିସାରିଲେଣି । 

   Related Posts