Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି କରୋନାରୁ ଆରୋଗ୍ୟ ହେଲେ ୧୦୨୪୨, ଖୋର୍ଦ୍ଧାରୁ ସର୍ବାଧିକ
  • ||
  • ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବେ ନାହିଁ ଏବି ଡିଭିଲିୟର୍ସ, ସ୍ପଷ୍ଟ କଲା ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ
  • ||
  • ପିସିଆର ଭ୍ୟାନ୍ ଦେଖି ପୋଖରୀକୁ ଡେଇଁ ପଡିଲେ ଯୁବକ, ମିଳିଲା ମୃତଦେହ…
  • ||
  • ଧକ୍କା ଦେଲା କାର, ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ
  • ||
  • ନଦୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୧୧ ବର୍ଷ ପରେ ଗିରଫ ହେଲା ଦୁଃଶାସନ, ପାରୋଲରେ ଆସି ଫେରାର ହୋଇଯାଇଥିଲା
  • ||
  • ହୃଦରୋଗ ବିଶେଷଜ୍ଞ ଡକ୍ଟର କେ.କେ ଅଗ୍ରୱାଲଙ୍କ କରୋନାରେ ଦେହାନ୍ତ, ଦୀର୍ଘ ଦିନ ଧରି ଭେଣ୍ଟିଲେଟରରେ ଚାଲିଥିଲା ଚିକିତ୍ସା
  • ||
  • ଧୋନୀଙ୍କ ତଲଓ୍ୱାରବାଜୀ ଭିଡିଓ ଭାଇରାଲ ପରେ କମେଣ୍ଟ କଲେ ରବୀନ୍ଦ୍ର ଜାଡେଜା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୩୫୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଭାକସିନ୍ ନେବା ପରେ ଏହି ସବୁ ସାଇଡ୍ ଇଫେକ୍ଟ ଦିଏ ବିପଦର ସଙ୍କେତ, ହୋଇପାରେ ସାଙ୍ଘାତିକ : ସତର୍କ କଲେ କେନ୍ଦ୍ର ସରକାର
  • ||

ତିର୍ତ୍ତୋଲରେ ସପ୍ତମ ରାଉଣ୍ଡ ଗଣତି ଶେଷ, ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୧୦୭୩୭ ଖଣ୍ଡ ଭୋଟ୍‌ରେ ଆଗୁଆ

10/11/2020 at 1:33 PM

ଭୁବନେଶ୍ବର ୧୦।୧୧: ବାଲେଶ୍ବର ଓ ତିର୍ତ୍ତୋଲ ଉପ ନିର୍ବାଚନ ଭୋଟ୍ ଗଣତି ଚାଲିଛି । ତିର୍ତ୍ତୋଲ ବିଧାନସଭା ଆସନରେ ସପ୍ତମ ରାଉଣ୍ଡ ଭୋଟ୍ ଗଣତି ଶେଷ ହୋଇଛି । ତିର୍ତ୍ତୋଲ ବିଧାନସଭା ଆସନରେ ଏବେ ସୁଦ୍ଧା ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ଆଗୁଆ ରହିଛନ୍ତି । ମୋଟ୍ ୨୭ଟି ରାଉଣ୍ଡରେ ଭୋଟ୍ ଗଣତି ହେବାକୁ ଥିବା ବେଳେ ତିର୍ତ୍ତୋରେ ସପ୍ତମ ରାଉଣ୍ଡ ଭୋଟ୍ ଗଣତି ଶେଷ ହୋଇଛି ।

ସପ୍ତମ ରାଉଣ୍ଡ ଭୋଟ୍ ଗଣତି ପରେ ତିର୍ତ୍ତୋଲ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୧୦୭୩୭ ଖଣ୍ଡ ଭୋଟ୍ ରେ ଆଗୁଆ ରହିଛନ୍ତି । ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ୨୫୨୮୭, ବିଜେପି ପ୍ରାର୍ଥୀ ରାଜ କିଶୋର ବେହେରାଙ୍କୁ ୧୪୫୫୧ ଓ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲ୍ଲିକଙ୍କୁ ୩୯୯୯ ଖଣ୍ଡ ଭୋଟ୍ ମିଳିଛି ।

ରାଜ୍ୟରେ ଗତ ୩ ତାରିଖ ଦିନ ବାଲେଶ୍ବର ସଦର ଓ ତିର୍ତ୍ତୋଲ ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଆଜି ନିର୍ବାଚନ ହୋଇଥିବା ଆସନରେ ଭୋଟ୍ ଗଣତି ଜାରି ରହିଛି । ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବାଲେଶ୍ବର ଜିଲ୍ଲାପାଳଙ୍କ ଅଫିସ ଓ ଜଗତସିଂହପୁରର ଏସଭିଏମ୍ କଲେଜରେ ଭୋଟ୍ ଗଣତି ଚାଲିଛି । କୋଭିଡ଼ ସ୍ଥିତିକୁ ଦେଖି ଗୋଟିଏ ରୁମ୍‌ରେ ୧୪ଟି ଟେବୁଲ୍‌ ବଦଳରେ ୭ଟି ଟେବୁଲର ବ୍ୟବସ୍ଥା କରାଯାଇଛି । ୩ଟି ଭୋଟ୍ ଗଣତି ହଲ୍‌ ଗଣତି ଚାଲିଛି ।

ଗଣତି ପାଇଁ ୬୭ ଆରଓ ଓ ଏଆରଓ ନିଯୁକ୍ତ ହୋଇଛନ୍ତି । ବାଲେଶ୍ଵର ପାଇଁ ୩ ଏଆରଓ ଓ ତିର୍ତ୍ତୋଲ ପାଇଁ ୨ ଏଆରଓ ନିଯୁକ୍ତି ହୋଇଛନ୍ତି । ଫଳାଫଳ ବାହାରିବା ପାଇଁ କ୍ୟାମେରା ଓ ଟିଭି ରଖାଯାଇଛି । ଭୋଟ୍ ଗଣନା ସରିବା ପରେ ୫ଟି VVPATରେ ମଧ୍ୟ ଗଣନା ହେବ । ଭୋଟ୍ ଗଣତିକୁ ଦୃଷ୍ଟିରେ ରଖି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

   Related Posts