କୋଭିଡ୍ ପାଇଁ ହୋହଲ୍ଲା ନାହିଁ : ଉପ ନିର୍ବାଚନରେ ପ୍ରଚାର ପାଇଁ ଡିଜିଟାଲ ପ୍ଲାଟଫର୍ମକୁ ଫୋକସ, ତଥାପି ଗ୍ରାଉଣ୍ଡରେ ନେତାଏ ଆରମ୍ଭ କଲେଣି ପ୍ରସ୍ତୁତି

Published By : Prameya-News7 Bureau | October 10, 2020 IST

ବାଲେଶ୍ୱର,୧୦|୧୦:  ଆଗକୁ କୋଭିଡ କଟକଣା ଭିତରେ ତିର୍ତ୍ତୋଲ ଓ ବାଲେଶ୍ବର ସଦର ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଯାଉଛି । ଯେଉଁଥିରେ ରାଜନୈତିକ ଦଳର ପ୍ରଚାର ଠାରୁ  ଆରମ୍ଭ କରି ମତଗ୍ରହଣ ପର୍ଯ୍ୟନ୍ତ ସବୁଥିରେ କୋଭିଡ୍‌ ନିୟମ ପାଳନ ଉପରେ ଗୁରୁତ୍ବ ଦିଆଯାଉଛି । ଏହାକୁ ନଜରରେ ରଖି ନିଜ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇଁ  ଡିଜିଟାଲ ପ୍ଲାଟଫର୍ମକୁ ଅଧିକ ଭରସା କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ସେପଟେ ଗ୍ରାଉଣ୍ଡରେ ମଧ୍ୟ ଆରମ୍ଭ ହୋଇଗଲାଣି ନେତାଙ୍କ କସରତ ।

ଏଥର ବାଇ-ଇଲେକ୍ସନରେ ଜମିବ ଡିଜିଟାଲ ଓ୍ବାର । ପ୍ରଚାରର ପ୍ଲାଟଫର୍ମ ହେବ ସୋସିଆଲ୍‌ ମିଡିଆ । ଫେସବୁକ, ହ୍ବାଟସଆପ୍‌, ଟୁଇଟରରେ ଚାଲିବ  ଆଟାକ-କାଉଣ୍ଟର ଆଟାକ । କୋଭିଡ କଟକଣାରେ ଭିତରେ ବାଲେଶ୍ବର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ହେଉଥିବାରୁ ଏଥର ଗ୍ରାଉଣ୍ଡ ଅପେକ୍ଷା ଡିଜିଟାଲ ପ୍ରଚାରକୁ ଅଧିକ ଜୋର୍‌ ଦେବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିଭିନ୍ନ ଦଳ ।  ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା, କୋଭିଡ ପରିଚାଳନାରେ ରାଜ୍ୟ ସରକାରଙ୍କ ସଫଳତା ଆଦିକୁ ଅସ୍ତ୍ର କରି ସୋସିଆଲ ମିଡିଆ ମାଧ୍ୟମରେ ତିର୍ତ୍ତୋଲ ଓ ବାଲେଶ୍ବର ଭୋଟରଙ୍କ ପାଖରେ ପହଞ୍ଚବାକୁ  ପ୍ଲାନ କରିଛି ବିଜେଡି । ଏଥି ସହ ବିଜେଡିର ଷ୍ଟାର୍‌ କ୍ୟାମ୍ପେନର ଖୋଦ୍‌ ମୁଖ୍ୟମନ୍ତ୍ରୀ ମଧ୍ୟ ଡିଜିଟାଲ ର୍ୟାଲି କରିପାରନ୍ତି । ସେପଟେ ଜାତୀୟସ୍ତରରେ ସୋସିଆଲ ମିଡିଆରେ ଦଳୀୟ ପ୍ରଚାରରେ ଆଗରେ ଥିବା ବିଜେପି ମଧ୍ୟ ଏଥର ଉପ-ନିର୍ବାଚନରେ ଡିଜିଟାଲ ପ୍ରଚାରକୁ ଯୋରଦାର କରିବ । ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସ୍ପେଶାଲ ଟିମ୍‌ ପ୍ରସ୍ତୁତ କରୁଛି ଦଳ । ସେହିଭଳି ସୋସିଆଲ ମିଡିଆରେ ପ୍ରଚାରରେ  କଂଗ୍ରେସ ମଧ୍ୟ ନିଜକୁ ସାମିଲ କରିବ ବୋଲି କହିଛି ଦଳ ।

{"id":342027,"sizeSlug":"large"}

ଏପଟେ ପାର୍ଟି ଡିଜିଟାଲ୍ ପ୍ରଚାର ପାଇଁ ପ୍ଲାନ୍‌ କରୁଥିବା ବେଳେ ସେପଟେ ଗ୍ରାଉଣ୍ଡରେ କସରତ ଆରମ୍ଭ କରିଦେଲେଣି ନେତା । ଫିଲଡକୁ ଓହ୍ଲାଇଲେଣି ବିଭିନ୍ନ ଦଳର ହେଭିଓ୍ବେଟ୍‌ । ତିର୍ତୋଲରେ ବିଜେଡିର ଏକାଧିକ ତୁଙ୍ଗନେତା ଡେରା ପକାଇବା ସହ ସଂଗଠନ ମଜବୁତ୍‌ କରିବା କାମରେ ମାତିଛନ୍ତି । ସେହଭଳି ଓଡ଼ିଶା କଂଗ୍ରେସ ପ୍ରଭାରୀ ଓ ପିସିସି ସଭାପତିଙ୍କ ସମେତ ଦଳୀୟ ନେତା ମେଳି କରି ତିର୍ତୋଲରେ କଂଗ୍ରେସ କର୍ମୀଙ୍କୁ ମନାଇବାରେ ଲାଗିଛନ୍ତି । ବିଜେପି ମଧ୍ୟ ତିର୍ତେ୍ତାଲ ଆସନ ହାତେଇବାକୁ ଜୋରଦାର୍‌ ଉଦ୍ୟମ ଜାରି ରଖିଛି । ସେପଟେ ବାଲେଶ୍ବରରେ ଆରମ୍ଭ ହୋଇଗଲାଣି ନିର୍ବାଚନ ପ୍ରଚାର । ବିଜେଡି ଜିଲ୍ଲା ସଭାପତି ରବିନ୍ଦ୍ର ଜେନା  ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ମିଶି ବିଭିନ୍ନ ପଞ୍ଚାୟତରେ କର୍ମୀ ସମାବେଶ କରୁଛନ୍ତି ।

ନଭେମ୍ବର ୩ରେ ଭୋଟ ।  ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆଗାମୀ ୨ଦିନ ଭିତରେ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜ ପ୍ରାର୍ଥୀ ଘୋଷଣା କରିବା ପରେ ଗ୍ରାଉଣ୍ଡରେ ମାହୋଲ ଆହୁରି ଜମିବ ବୋଲି ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.