Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ଯୌତୁକ ନିର୍ଯାତନାରେ ଅତିଷ୍ଠ ହୋଇ ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ନବ ବିବାହିତା

18/01/2020 at 8:04 PM

ଭିଓ୍ବାନୀ୧୮/୧: ଯୌତୁକ ନିର୍ଯାତନାରେ ଅତିଷ୍ଠ ହୋଇ ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ନବ ବିବାହିତା। ନୂଆ କରି ଜୀବନ ଆରମ୍ଭ କରିବା ପୂର୍ବରୁ ସବୁ ସ୍ବପ୍ନ ଧୂଳିସାତ ହୋଇଗଲା। ମାତ୍ର ଦେଢ଼ ମାସ ଭିତରେ ନବ ବିବାହିତା ରଶି ଲଗାଇ ଆତ୍ମହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛନ୍ତି। ନବ ବିବାହିତାଙ୍କ ଶବ ବ୍ୟବଚ୍ଛେଦ ପରେ ମୃତ ଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଇଯାଇଛି। ମୃତ ନବ ବିବାହିତାଙ୍କ ସ୍ବାମୀ, ଶାଶୂ ଓ ସ୍ବାମୀଙ୍କ ଭଉଣୀ ବିରୋଧରେ ଥାନାରେ ଯୌତୁକ ନିର୍ଯାତନା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ହରିୟାଣର ଭିଓ୍ବାନୀ ଅଞ୍ଚଳରେ ଘଟିଛି।

୨୦୧୯ ମସିହା ଡିସେମ୍ବର ୮ ତାରିଖରେ ଅଞ୍ଜୁ ହାଲୁ ମୋହଲ୍ଲା ଅଞ୍ଚଳର ବାସିନ୍ଦା ନିଶୁକୁ ବିବାହ କରିଥିଲେ। ଶ୍ବଶୁର ଘର ଲୋକ ଅଞ୍ଜୁଙ୍କୁ ଯୌତୁକ ନିର୍ଯାତନା ଦେଉଥିବା କଥା ତାଙ୍କ ବାପା ହରଗୋବିନ୍ଦ କହିଛନ୍ତି। ଶ୍ବଶୁର ଘର ଲୋକଙ୍କ ନିର୍ଯାତନା ସହି ନ ପାରି ବେକରେ ରଶି ଲଗାଇ ଅଞ୍ଜୁ ଆତ୍ମହତ୍ୟା କରିଥିବା କଥା ହରଗୋବିନ୍ଦ କହିଛନ୍ତି।

ହରଗୋବିନ୍ଦଙ୍କ କହିବା ଅନୁସାରେ ବାହା ଘର ପରଠାରୁ ଅର୍ଥାତ ଡିସେମ୍ବର ୯ ତାରିଖଠାରୁ ତାଙ୍କ ଝିଅ ଅଞ୍ଜୁଙ୍କ ଉପରେ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ଆରମ୍ଭ କରି ଦେଇଥିଲେ। ହରଗୋବିନ୍ଦା ଥାନାରେ ଦେଇଥିବା ଏଫ୍‌ଆଇଆର୍‌ ଅନୁସାରେ ବାହାଘରର ୧୫ ଦିନ ପରେ ଅଞ୍ଜୁ ବାପଘରକୁ ଚାଲି ଯାଇଥିଲେ। ସେଠାରେ ତାଙ୍କୁ ଯୌତୁକ ନିର୍ଯାତନା ଦେଉଥିବା କଥା ତାଙ୍କ ବାପାଙ୍କୁ କହିଥିଲେ। କିଛିଦିନ ପରେ ଆପୋଷ ବୁଝାମଣାରେ ଅଞ୍ଜୁ ପୁଣି ସ୍ବାମୀଙ୍କ ଘରକୁ ଚାଲି ଯାଇଥିଲେ। ପୁଣି ତାଙ୍କ ଉପରେ ଯୌତୁକ ଗଞ୍ଜଣା ଦେବା ଆରମ୍ଭ କରି ଦେଇଥିଲେ। ଶେଷରେ ଯୌତୁକ ନିର୍ଯାତନାରେ ଅତିଷ୍ଠ ହୋଇ ଅଞ୍ଜୁ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ପୋଲିସ୍ ମାମଲା ରୁଜୁ କରିଛି।

   Related Posts