ତୀରଥ ସିଂହ ରାୱତ ହେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | March 10, 2021 IST

ଡେରାଡୁନ ୧୦/୦୩ : ଉତ୍ତରାଖଣ୍ଡ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇଛି। ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରଚାରକ ତଥା ବିଜେପିର ବରିଷ୍ଠ ନେତା ତୀରଥ ସିଂହ ରାୱତଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି। ଡେରାଡୁନ ସ୍ଥିତ ବିଜେପି କାର୍ଯ୍ୟାଳୟରେ ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ତୀରଥ ସିଂହ ରାୱତଙ୍କ ନାଁରେ ମୋହର ଲାଗିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ବୈଠକ ପରେ ତୀରଥ ସିଂହ ରାୱତଙ୍କ ନାଁ ଘୋଷଣା କରିଥିଲେ।

{"id":420579,"sizeSlug":"large","linkDestination":"none"}

ବିଜେପି ରାଷ୍ଟ୍ରୀୟ ସଚିବ, ପୂର୍ବ ପ୍ରଦେଶ ଅଧ୍ୟକ୍ଷ ଓ ପୂର୍ବତନ ଶିକ୍ଷା ମନ୍ତ୍ରୀ ତୀରଥ ସିଂହ ରାୱତ ୧୯୮୩ ରୁ ୧୯୮୮ ଯାଏଁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରଚାରକ ଥିଲେ। ସେ ଉତ୍ତରାଖଣ୍ଡର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସଂଗଠନ ମନ୍ତ୍ରୀ ମଧ୍ୟ ଥିଲେ। ଏହି ସଂଗଠନରେ ସେ ରାଷ୍ଟ୍ରୀୟ ମନ୍ତ୍ରୀଙ୍କ ଦାୟିତ୍ୱ ମଧ୍ୟ ତୁଲାଇଥିଲେ। ତା ପୂର୍ବରୁ ସେ ହେମବତୀ ନନ୍ଦନ ଗଢ଼ଵାଲ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂଗଠନର ଅଧ୍ୟକ୍ଷ ମଧ୍ୟ ଥିଲେ।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଦୌଡରେ ରମେଶ ପୋଖରିୟାଲ ନିଶଙ୍କ, ଅଜୟ ଭଟ୍ଟ, ଧନ ସିଂହଙ୍କ ନାଁ ଆସିଥିଲା। ମଙ୍ଗଳବାର ଦିନ ତ୍ରିବେନ୍ଦ୍ର ସିଂହ ରାୱତ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେଇଥିଲେ। ମୁଖ୍ୟମନ୍ତ୍ରୀ ବାଛିବା ପାଇଁ ଆଜି ସକାଳ ୧୦ଟା ରେ ଡେରାଡୁନରେ ବିଧାୟକ ଦଳ ବୈଠକ ବସିଥିଲା। ବୈଠକରେ ଉତ୍ତରାଖଣ୍ଡର ସମସ୍ତ ବିଜେପି ସାଂସଦ ମଧ୍ୟ ଉପସ୍ଥିତ ଥିଲେ। ପର୍ଯ୍ୟବେକ୍ଷକ ଭାବେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ରମଣ ସିଂହ ଓ ବିଜେପି ପ୍ରଦେଶ ପ୍ରଭାରୀ ଦୁଷ୍ୟନ୍ତ କୁମାର ଗୌତମ ମଧ୍ୟ ଉପସ୍ଥିତ ଥିଲେ।

ତୀରଥ ସିଂହ ରାୱତ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଅପରାହ୍ନ ୪ଟା ସମୟରେ ତୀରଥ ସିଂହ ରାୱତ ରାଜଭବନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.