Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

୩ ଦିନରେ ୨ ଥର ଜେପି ନଡ୍ଡାଙ୍କ ସହ ଭେଟଘାଟ୍, ଏହାପରେ ହିଁ ଇସ୍ତଫା ଦେବାକୁ ରାଜି ହୋଇଥିଲେ ତୀରଥ ରାଓ୍ୱତ…

3/07/2021 at 9:58 AM

ନୂଆଦିଲ୍ଲୀ, ୦୩|୦୭:  ଦାୟିତ୍ଵ ଗ୍ରହଣ କରିବାର କେଇ ମାସ ପରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାଓ୍ଵତ ଶୁକ୍ରବାର ରାତିରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପୂର୍ବରୁ ସେ ଗଣମାଧ୍ୟମ ପ୍ରତିନିଧିକୁ ସମ୍ବୋଧିତ କରିଥିଲେ। ହେଲେ ଏହି ସମୟରେ ସେ ଇସ୍ତଫା ଘୋଷଣା କରି ନଥିଲେ।  ଉତ୍ତରାଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ଏହାର  ନିଷ୍ପତ୍ତି ଶନିବାର ଦିନ ୩ଟାରେ ବିଧାୟକଙ୍କ ବୈଠକରେ ନିଆଯିବ। ତେବେ ତୀରଥ ଇସ୍ତଫା ଦେବା ପୂର୍ବରୁ ୩ ଦିନ ମଧ୍ୟରେ ୨ ଥର ସେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ସାକ୍ଷାତ କରିଥିଲେ ।

ସୂତ୍ରାନୁସାରେ, ଜେପି ନଡ୍ଡାଙ୍କୁ ଭେଟିବା ପରେ ତୀରଥ ନିଜ ଇସ୍ତଫା ପ୍ରଦାନ ପାଇଁ ରାଜି ହୋଇଥିଲେ । ନଡ୍ଡାଙ୍କ ସହ ଆଲୋଚନା ବାବଦରେ ଏହା କେବଳ ଆଗାମୀ ବିଧାନସଭା ନିର୍ବାଚନ ପ୍ରସ୍ତୁତି ବାବଦରେ ବୈଠକ ବୋଲି ସେ ପ୍ରଥମେ କହିଥିଲେ । ଜେପି ନଡ୍ଡାଙ୍କ ସହ ତାଙ୍କର ସାକ୍ଷାତ ଏପରି ସମୟରେ ହୋଇଥିଲା ଯେତେବେଳେ ତାଙ୍କର ରାଜନୈତିକ ଭବିଷ୍ୟତକୁ ନେଇ ଅନେକ ଅଟକଳ କରାଯାଉଥିଲା । କେବଳ ବିଜେପି ଅଧ୍ୟକ୍ଷ ନୁହେଁ, ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ସେ ଭେଟିଥିଲେ । ସେ ଗୁରୁବାର ଉତ୍ତରାଖଣ୍ଡ ଫେରିବାର ଥିଲା କିନ୍ତୁ ନିଜର ଯାତ୍ରା ରବ୍ଦ କରିଥିଲେ । ପୁଣି ଶୁକ୍ରବାର ସେ ନଡ୍ଡାଙ୍କୁ ଭେଟିଥିଲେ ।

ଉପ ନିର୍ବାଚନକୁ ନେଇ ତୀରଥ କହିଛନ୍ତି ଯେ, ଏହା ବାବଦରେ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେବେ । ସେ କେବଳ ଦଳର ଶୀର୍ଷ ନେତୃତ୍ୱଙ୍କ ନିର୍ଦ୍ଦେଶରେ କାମ କରିବେ । ସୂଚନାଯୋଗ୍ୟ, ଉତ୍ତରାଖଣ୍ଡରେ ଆସନ୍ତା ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । କିଛି ଦିନ ପୂର୍ବରୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାଓ୍ବତ ଦିଲ୍ଲୀ ଆସିଥିଲେ । ସେବେଠାରୁ ଉତ୍ତରାଖଣ୍ଡରେ କିଛି ବଡ ଧରଣର ଅଦଳବଦଳ ହୋଇପାରେ ବୋଲି ଶୁଣିବାକୁ ମିଳୁଥିଲା ।  

   Related Posts