Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ, ସକାଳ ୭ଟାରୁ ରାତି ୯ଟା ଯାଏଁ ପ୍ରବେଶ ଅନୁମତି
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||
  • ଭୁବନେଶ୍ବର : DRDO ତଥ୍ୟ ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚ ହାତରେ ନୂଆ ତଥ୍ୟ, ଦୁବାଇ ଲୁଲୁ ଇଣ୍ଟରନ୍ୟାସନାଲ୍ ଏଜେନ୍ସିରୁ ଆସିଥିଲା ଟଙ୍କା
  • ||

ଅନାଥ ପିଲାଙ୍କୁ ମାସିକ ୩ ହଜାର ଟଙ୍କା ଦେବେ ରାଜ୍ୟ ସରକାର, ୨୧ ବର୍ଷ ପର୍ଯ୍ୟନ୍ତ ବହନ କରିବେ ପଢାଖର୍ଚ୍ଚ

22/05/2021 at 10:43 PM

ଡେରାଡୁନ ୨୨।୦୫: ରାଜ୍ୟ ସରକାର କୋଭିଡ୍-୧୯ ମହାମାରୀରେ ଅନାଥ ପିଲା କିମ୍ବା ଘରର ଏକ ମାତ୍ର ରୋଜଗାରିଆଙ୍କ ମୃତ୍ୟୁ ଉପରେ ପୀଡିତ ପରିବାରଙ୍କ ପାଇଁ ବଡ ଘୋଷଣା କରିଛନ୍ତି। ରାଜ୍ୟର ତୀରଥ ସିଂହ ରାଓ୍ଵତ ସରକାର ୨୧ ବର୍ଷ ବୟସ ପର୍ଯ୍ୟନ୍ତ ଅନାଥ ପିଲାଙ୍କ ପଢାଖର୍ଚ୍ଚ ବହନ କରିବା ସହ ପ୍ରତି ମାସରେ ୩ ହଜାର ଟଙ୍କା ପ୍ରଦାନ କରିବେ। ଶନିବାର ମୁଖ୍ୟମନ୍ତ୍ରୀ ଏମିତି ପିଲାଙ୍କ ପାଇଁ ବାତ୍ସଲ୍ୟ ଯୋଜନା ଘୋଷଣା କରିଛନ୍ତି।

ସେ କହିଛନ୍ତି, କରୋନା କାଳରେ ଯେଉଁ ପିଲା ନିଜର ବାପା-ମାଙ୍କୁ ହରାଇଛନ୍ତି, ସେହି ପିଲାଙ୍କୁ ଏହି ଯୋଜନାରେ ସାମିଲ କରାଯିବ। ଅନାଥ ପିଲାଙ୍କ ବୟସ ୨୧ ବର୍ଷ ହେବା ପର୍ଯ୍ୟନ୍ତ ସେମାନଙ୍କ ଭରଣପୋଷଣ, ଶିକ୍ଷା ସହିତ ରୋଜଗାରର ପୂର୍ବ ପ୍ରଶିକ୍ଷଣର ବ୍ୟବସ୍ଥା ମଧ୍ୟ କରାଯିବ। ଅନାଥ ପିଲାଙ୍କ ପୈତୃକ ସଂପତ୍ତି ପାଇଁ ନିୟମ ମଧ୍ୟ ପ୍ରସ୍ତୁତ କରାଯିବ। ଏହା ଅନୁଯାୟୀ ପିଲା ସାବାଳକ ହେବା ପର୍ଯ୍ୟନ୍ତ ପୈତୃକ ସଂପତ୍ତି ବିକ୍ରି କରିବାର ଅଧିକାର କାହାରିକୁ ମିଳିବ ନାହିଁ। ଏହାର ଦାୟିତ୍ଵ ଜିଲ୍ଲାପାଳଙ୍କ  ହାତରେ ରହିବ।

ଏପରିକି କୋଭିଡ୍ ମହାମାରୀ କାରଣରୁ ଅନାଥ ପିଲାଙ୍କୁ ସରକାରୀ ଚାକିରିରେ ପାଞ୍ଚ ପ୍ରତିଶତ ସଂରକ୍ଷଣ ମଧ୍ୟ ଦିଆଯିବ। ଯେଉଁପରିବାରର ଏକ ମାତ୍ର ରୋଜଗାର କରୁଥିବା ବ୍ୟକ୍ତିଙ୍କ କରୋନା ସଂକ୍ରମଣରେ ପ୍ରାଣହାନୀ ଘଟିଥିବ ତେବେ ଉକ୍ତ ପରିବାରକୁ ମଧ୍ୟ ଏସବୁର ଲାଭ ମିଳିବ।

ଏହା ପୂର୍ବରୁ ଶନିବାର ମଧ୍ୟାହ୍ନରେ ସଚିବାଳୟରେ ଭିଡିଓ କନଫରେନ୍ସିଂରେ ସମୀକ୍ଷା ସମୟରେ ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାପାଳଙ୍କୁ ଏମିତି ପିଲାଙ୍କୁ ତତ୍କାଳ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟରେ କରୋନା ମୁକାବିଲା ଜାରି ରହିଛି। ସଂକ୍ରମଣ ନିୟନ୍ତ୍ରଣରେ ଥିଲା ମଧ୍ୟ ଆମକୁ ସଂପୂର୍ଣ୍ଣ ସାବଧାନ ରହିବା ଆବଶ୍ୟକତା ରହିଛି। କୌଣସି ପ୍ରକାରର ବେପରୁଆ ନୀତି ଚଳିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

   Related Posts