ଅଭାବନୀୟ ଘଟଣା, ସାମାନ୍ୟ ଝଗଡାକୁ ନେଇ ଭାଇକୁ ତୀର ମାରିଲା ଭାଇ

Published By : Prameya-News7 Bureau | January 17, 2021 IST

କରଞ୍ଜିଆ ୧୭।୦୧ : ଅଭାବନୀୟ ଘଟଣା । ଭାଇର ତୀରମାଡ଼ରେ ଭାଇ ଗୁରୁତର । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା କେନ୍ଦୁମୁଅଣ୍ଡି ଗାଁରେ ଘଟିଛି ଘଟଣା । ପାରିବାରିକ ଝଗଡ଼଼ାକୁ ନେଇ ତୀରମାଡ଼ ହୋଇଥିବା ସୂଚନା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଭାଇ-ଭାଇ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ଲାଗିଥିଲା । ମଝିଆ ଭାଇ ତିବରୁ ପିଙ୍ଗୁଆ ଝଗଡ଼ାରେ ରାଗିଯାଇ ସଙ୍ଗେ ସଙ୍ଗେ ଘରୁ ଧନୁ ତୀର ଆଣି ବଡ଼ ଭାଇକୁ  ମାରି ଥିଲା । ତୀରମାଡ଼ରେ ବୁଧୁରାମ ପିଙ୍ଗୁଆ  ଗୁରୁତର ହୋଇଥିଲା । ଗ୍ରାମବାସୀଙ୍କ ସହାୟତାରେ  ବୁଧୁରାମ ପିଙ୍ଗୁଆଙ୍କୁ 108 ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ହସ୍ପିଟାଲକୁ ଆଣି ପ୍ରାଥମିକ ଚିକିତ୍ସା  କରାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଖବର  ପାଇ କରଞ୍ଜିଆ ଥାନା ଅଧିକାରିଣୀ ସରୋଜିନୀ ସିଂ ହସ୍ପିଟାଲରେ ପହଂଚି ଘଟଣା ବିଷୟରେ ଜାଣିବା ପରେ ତୀର ମାଡ଼ କରିଥିବା ମଝିଆଁ  ଭାଇ ତିବରୁ ପିଙ୍ଗୁଆ କୁ ଥାନା ରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.