ଆଗକୁ ପରୀକ୍ଷା ଋତୁ,ଶୀତଦିନରେ ପଢ଼ିବାକୁ କିଛି ଅସୁବିଧା ହେଉଛି କି ? ତା ହେଲେ ଏସବୁ ପ୍ରତି ଧ୍ୟାନ ଦିଅନ୍ତୁ

Published By : Prameya-News7 Bureau | January 12, 2019 IST

ପାଠ ପଢ଼ୁଥିବା ପିଲାଙ୍କ ପାଇଁ ଶୀତଦିନ ସବୁଠୁଁ ଗୁରୁତ୍ଵପୂର୍ଣ୍ଣ । ଫେବୃଆରୀ-ମାର୍ଚ୍ଚ ଭିତରେ  ଫାଇନାଲ ପରୀକ୍ଷା ଥିବା କାରଣରୁ ପ୍ରସ୍ତୁତି ମଧ୍ୟ ଜୋରଦାର ହୋଇଥାଏ । କିନ୍ତୁ ଏହି ଦିନସବୁ ପରୀକ୍ଷାର୍ଥୀଙ୍କୁ ଆଳସ୍ୟତା ଗ୍ରାସ କରେ । ଯାହା ଫଳରେ ପଢ଼ିବାକୁ ଇଚ୍ଚା ଥିଲେ ନିଦ ଆସେ, କାଲିକୁ ପଢ଼ିବା ଭାବି ହୋମଓ୍ଵାର୍କ ସବୁ ରହିଯାଇଥାଏ । କିନ୍ତୁ ଶୀତଦିନ ପାଇଁ କିଭଳିଭାବେ ପ୍ରସ୍ତୁତ ହେବା ଦରକାର ଆସନ୍ତୁ ଜାଣିବା –

{"id":73329,"width":578,"height":385}
creative writing

ପାଠ ପଢ଼ିବାର ସମୟକୁ ଆଡ଼ଜଷ୍ଟ କରନ୍ତୁ । ବେଶୀରାତି ଯାଏଁ ନ ପଢ଼ି ବଂର ଭୋର ଉଠି ପଢ଼ିବାକୁ ଚେଷ୍ଟା କରନ୍ତୁ ।  କିନ୍ତୁ ଶୀତଦିନରେ ଭୋର ଉଠିବାର ଯଦି ଅସୁବିଧା ହେଉଛି  ତାହେଲେ ଦିନରେ ଅଧିକ ସମୟ ଦେଇ ପଢ଼ାପଢ଼ି କରନ୍ତୁ ।

{"id":73331}

ସୋସିଆଲ ମିଡ଼ିଆ ଠାରୁ ଦୂରେଇ ରୁହନ୍ତୁ । ଏହା ଜଣା ନପଡ଼ିଲେ ବି ଅଧିକ ସମୟ ବରବାଦ କରିଥାଏ ।

ପାଠ ପଢ଼ିବାର ସମୟ ସକାଳ ୫ଟାରୁ ୧୦ଟା ଯାଏଁ । ସେହିଭଳି ସଂଧ୍ୟା ୬ରୁ ରାତି ୧୦ଯାଏଁ ଉପଯୁକ୍ତ ବୋଲି ଭାବିଥାନ୍ତି । କିନ୍ତୁ ଏହି ସମୟରେ ଶୀତପାଇଁ ଯଦି ଅଧିକ ସମୟ ଦେଉନାହାଁନ୍ତି ଟି.ଭି ଦେଖିବା, ସୋସିଆଲ ମିଡ଼ିଆରେ ଯେଉଁ ସମୟ ସାରୁଛନ୍ତି, ସେହି ସମୟ ଆଡ଼ଜଷ୍ଟ କରନ୍ତୁ କିମ୍ବା ଛୁଟିଦିନରେ ଟାଇମ ଆଡ଼ଜଷ୍ଟ କରନ୍ତୁ ।

{"id":73333}
School, reading, kid.

ଯଦି ଚା ପିଇବାର ଅଭ୍ୟାସଥାଏ, ତାହେଲେ ନିଦ ଲାଗୁଥିବା ସମୟରେ ଚା ମଧ୍ୟ ପିଇ ନିଦକୁ ଦୂରେଇ ପାରିବେ ।

{"id":73334}

ଶୀତଦିନ ରାତିରେ ହାଲକାଭାବେ ଖାଦ୍ୟ ଗ୍ରହଣ କରନ୍ତୁ, ନ ହେଲେ ଉଠିବାକୁ କଷ୍ଟଲାଗିବ । ବିଛଣାରେ ପଡ଼ି ରହିବାକୁ ଇଚ୍ଚା ହେବ, ଯାହାଫଳରେ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେବ । ଶୀତଦିନେ ସ୍ଵାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ, କାହିଁକିନା ଦେହ ଖରାପ ରହିଲେ ପାଠ ପଢ଼ିବାକୁ ଅସୁବିଧା ହୋଇପାରେ ।

{"id":73336,"width":593,"height":460}

ଶୀତଦିନ ପରୀକ୍ଷା ଋତୁ ହୋଇଥିବା କାରଣରୁ ଏହି ସମୟରେ ବିଭିନ୍ନ ଦିଗ ପ୍ରତି ଦୃଷ୍ଟିଦେଇ ପାଠପଢ଼ାକୁ ଗୁରୁତ୍ଵଦେବା ଦରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.