Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ବିଷ ଖାଇଥିବା ଲୋକର ବଞ୍ଚିପାରେ ଜୀବନ, ଜାଣନ୍ତୁ ଉପାୟ

21/05/2019 at 6:39 PM

ଲୋକଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବେଳକୁବେଳ  ବଢିବାରେ ଲାଗିଛି । କିଏ ପରୀକ୍ଷାରେ ଫେଲ ହେବା ଯୋଗୁ ଆତ୍ମହତ୍ୟା କରୁଛି ତ  କିଏ ନିଜ ଇଛାରେ ବିବାହ କରୁନଥିବାରୁ ଆତ୍ମହତ୍ୟା କରୁଛି । ଜୀବନରେ ଅନେକ ସମସ୍ୟା ରହଛି , ହେଲେ ଲୋକେ ଏତେ ସୁବିଧାବାଦୀ ହୋଇଗଲେଣି ଯେ ସମସ୍ୟା ସମାଧାନ ବଦଳେ ଆତ୍ମହତ୍ୟାର ରାସ୍ତାକୁସହଜ ଭାହୁଛନ୍ତି।,  ଯାହା ସମ୍ପୂର୍ଣ୍ଣ ଭୁଲ।  ତେବେ ଆତ୍ମହତ୍ୟା କରିବା ପାଇଁ ଅଧିକାଂଶ ଲୋକେ ଗଳାରେ ରଶି ଲଗାଉଥିବା ଏକ ଅଧ୍ୟୟନରୁ ଜଣାପଡିଛି । ହେଲେ  କିଛି ଲୋକ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି। ଏଭଳି ଉଦ୍ୟମ କରିଥିବା ଲୋକଙ୍କ ଜୀବନ ସାମାନ୍ୟ ଚେଷ୍ଟା କଲେ ରକ୍ଷା କରାଯାଇପାରେ । ତେବେ ଆସନ୍ତୁ ଜାଣିବା ଏହାର ଉପାୟ ।

ଲୋକ ବିଷ ପିଇଥିବା ଜାଣିବା ମାତ୍ରେ ତୁରନ୍ତ ଡାକ୍ତରଖାନା ନେବାକୁ ବ୍ୟବସ୍ଥା କରନ୍ତୁ। ତେବେ ଯେତେବେଳ ପର୍ଯ୍ୟନ୍ତ ତାଙ୍କୁ ହସ୍ପିଟାଲରେ ପହଞ୍ଚାଇ ନାହାନ୍ତି ସେ ପର୍ଯ୍ୟନ୍ତ ଘରୋଇ ଉପଚାର ନିଶ୍ଚିତ କରନ୍ତୁ।  ଏହା ଦ୍ବାରା ରୋଗୀଙ୍କୁ ଅଧିକ ସମୟ ବଞ୍ଚାଇହେବ ଓ ହସ୍ପିଟାଲରେ ଚିକିତ୍ସା ସହଜ ହେବ। ତେବେ କେହି ବିଷ ପିଇଥିବା ଜାଣିବା ପରେ ପ୍ରଥମେ କଣ କରିବେ। ରୋଷେଇ ଘରୁ ତୁରନ୍ତ ଲୁଣ ଡବା ଉଠାଇ ଆଣନ୍ତୁ। ଗିଲାସେ ପାଣିରେ ମୁଠାଏ ଲୁଣ ପକାଇ ବିଷ ଖାଇଥିବା ଲୋକକୁ ପିଆଇ ଦିଅନ୍ତୁ। ଫଳରେ ଓକାର ହୋଇ ବାନ୍ତି ହେବ। ଏଥିରେ ତାଙ୍କ ପେଟରେ ଯାହା ଥିବା ତାହା ବାହାରି ଆସିବ। ଫଳରେ ରୋଗୀ ସାମାନ୍ୟ ଆଶ୍ବସ୍ତ ହେବ।

ବିଷ ଖାଇଥିବା ଲୋକକୁ ଅନ୍ୟ ଉପାୟରେ ମଧ୍ୟ ବାନ୍ତି କରାଯାଇପାରେ। ଏଥିରେ କଞ୍ଚା ସୋରିଷ ବଟା ପାଣି ମଧ୍ୟ ସହାୟକ ହୁଏ। ମୁଠାଏ ଷୋରିଷକୁ ଭଲ ରୂପେ  ବାଟି ଦିଅନ୍ତୁ। ତାକୁ ପାଣିରେ ମିସାଇ ଫେଣ୍ଟିବା ପରେ ବିଷ ଖାଇଥିବା ଲୋକକୁ ଚାମୁଚେ ଚାମୁଚେ କରି ପିଆନ୍ତୁ। ସୋରିଷବଟା ପାଣି ଯୋଗୁ ପେଟରୁ ସବୁ ବାହାରି ଆସେ ଓ ହସ୍ପିଟାଲରେ ଚିକିତ୍ସା କରାଯିବା ପର୍ଯ୍ୟନ୍ତ ରୋଗୀଙ୍କ ପେଟ ସଫା କରିବାରେ ସହାୟକ ହୋଇଥାଏ। ଫଳରେ ଡାକ୍ତରଖାନାରେ ଚିକିତ୍ସା କରିବା ବେଳକୁ ପରିସ୍ଥିତି ଅଧିକଜଟିଳ ହୋଇନଥାଏ।

   Related Posts