ଏସି ଚଲାଇବା ଯୋଗୁଁ ଅଧିକ ବିଜୁଳି ବିଲ୍‌ ଆସୁଛିକି ? କରନ୍ତୁ ଏହି ଉପାୟ ମିଳିବ ଲାଭ

Published By : Prameya-News7 Bureau | April 05, 2019 IST

wp:heading {"level":5}
ଗ୍ରୀଷ୍ମ ଋତୁରେ ଅଧିକ ଗରମ ହୋଇଥିବାରୁ ଆଜିକାଲି ପ୍ରତ୍ୟେକ ଘରେ ଏସି ଚାଲୁଛି। କାରଣ ଗରମ ଦିନରେ ଏସି ଶରୀର ପାଇଁ ଆରାମଦାୟକ ହୋଇଥାଏ। ତେବେ ଘରେ ଏସି ଚାଲିଲେ ବିଲ୍‌ ମଧ୍ୟ ସେମିତି ଆସେ। ଅଧିକ ବିଲ୍‌ ଆସିବାର କାରଣ ମଧ୍ୟ ମଣିଷ ନିଜେ ହୋଇଥାଏ। ଗରମ ଦିନରେ ଏସି ଚଲାଇବା ବେଳେ ଏହି ୪ଟି ବିଷୟରେ ଧ୍ୟାନ ଦେଲେ ଅଧିକ ବିଲ୍‌ ଆସିବାର ସମସ୍ୟା ସମାଧାନ ହୋଇଥାଏ।
/wp:heading {"id":100501,"width":584,"height":390}
wp:heading {"level":5}
୧. ଏସିରେ ଥିବା ଫିଲଟର ଠିକ୍‌ ସମୟରେ ସଫା କରିବା ଉଚିତ୍‌। ଏସି ଚାଲିବା ସମୟରେ ଏସିରେ ଥିବା ଫିଲଟରେ ଧୂଳି ଜମିଯାଏ। ଫିଲଟରକୁ ଘରେ ମଧ୍ୟ ସଫା କରାଯାଇପାରେ। ଏସି ଫିଲଟର ଶଫା ଥିଲେ ଏସି କମ୍ପ୍ରେସର ଉପରେ ଅଧିକ ପ୍ରେସର ପଡିନଥାଏ। ଫଳରେ ଏସି ବିଲ୍‌ କମ ଆସେ।   
/wp:heading {"id":100504}
wp:heading {"level":5}
୨. ଏସି ଚାଲିବା ସମୟରେ ରୁମର ସିଲିଂଗ ଫ୍ୟାନ ଚଳାଇବା ଅନୁଚିତ୍‌। ଅଧିକାଂଶ ଲୋକଙ୍କ ଧାରଣା ଥାଏ ଯେ, ଏସି ସହ ଫ୍ୟାନ ଚଲାଇଲେ ଅଧିକ ଥଣ୍ଡା ହୋଇଥାଏ। କିନ୍ତୁ ଏସି ଚଲାଇବା ସମୟରେ ଫ୍ୟାନ ଚାଲିଲେ ଏହା ଏସି ଉପରେ ଅଦିକ ପ୍ରେସର ପକାଏ। ଏହା ଦ୍ୱାରା ବିଲ୍‌ ଅଧିକ ଆସେ।
/wp:heading {"id":100506}
wp:heading {"level":5}
୩. ଏସି ଚାଲୁଥିବା ସମୟରେ ଟେବୁଲ ଫ୍ୟାନ ଚଲାଇବା ଉଚିତ୍‌। ଏହା ଦ୍ୱାରା ରୁମ ଶିଘ୍ର ଥଣ୍ଡା ହୋଇଥାଏ। ଏହା ଶରୀରକୁ ମଧ୍ୟ ଥଣ୍ଡା କରିଥାଏ।   
/wp:heading {"id":100508}
wp:heading {"level":5}
୪. ଏସି ତାପମାତ୍ରା ୨୨ରୁ ୨୪ ଡିଗ୍ରୀ ମଧ୍ୟରେ ରଖିବା ଉଚିତ୍‌। ସାଦାରଣତଃ ରୁମ ଶିଘ୍ର ଥଣ୍ଡା କରିବା ପାଇଁ ଲୋକେ ଏସିର ତାପମାତ୍ରା ୧୭ ଡିଗ୍ରୀ କରନ୍ତି। ଏହା ଦ୍ୱାରା ଏସି କମ୍ପ୍ରେସର ଉପରେ ଅଧିକ ପ୍ରେସର ପଡିଥାଏ। ଫଳରେ ଏସି ବିଲ୍‌ ଅଧିକ ଆସିଥାଏ।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.