ଜୋତାର ଦୁର୍ଗନ୍ଧରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି କି : ତେବେ ଅବଲମ୍ବନ କରନ୍ତୁ ଏହି ଟିପ୍ସ
14/07/2019 at 4:28 PM

ଝାଳ ବାହାରିବା କାରଣରୁ ଜୋତାର ଦୁର୍ଗନ୍ଧ ଏବଂ କାଖର ଦୁର୍ଗନ୍ଧର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅନେକ ଘରୋଇ ସମସ୍ୟା ରହିଛି ଯାହା ଆପଣଙ୍କୁ ଦୁର୍ଗନ୍ଧରୁ ମୁକ୍ତି ଦେଇଥାଏ।

୧.ବେକିଙ୍ଗ ସୋଡ଼ା : ଜୋତାର ଦୁର୍ଗନ୍ଧରୁ ମୁକ୍ତି ପାଇବା ପାଇଁ ଆପଣ ବେକିଙ୍ଗ ସୋଡ଼ାକୁ ଜୋତାରେ ଛିଞ୍ଚି ପାରିବେ। ପ୍ରତିଦିନ ରାତିରେ ଏପରି କରନ୍ତୁ ଏବଂ ସକାଳେ ଜୋତା ସଫା କରନ୍ତୁ। ଏପରି କରିବା ଦ୍ବାରା ଜୋତାରୁ ଦୁର୍ଗନ୍ଧ ଦୂର ହୋଇଯିବ। ଏହା ସହିତ ଜୋତା ବ୍ୟାକ୍ଟେରିଆ ରହିତ ହୋଇଯିବ।

୨. ମଦ : ଦୁର୍ଗନ୍ଧଯୁକ୍ତ ଜୋତାରୁ ମୁକ୍ତି ପାଇବା ପାଇଁ ମଦର ବ୍ୟବହାର ଲାଭଦାୟକ ହୋଇଥାଏ। ଏହା ଜୋତା ଭିତରେ ଲଗାଇବା ଦ୍ବାରା ଦୁର୍ଗନ୍ଧ ହୋଇନଥାଏ। ତେଣୁ ଜୋତା ଭିତରେ ଅଳ୍ପ ମଦ ଲଗାଇ ସଫା କରି ନିଅନ୍ତୁ।

୩. ଚା’ ବ୍ୟାଗ୍ : ଚା’ ବ୍ୟାଗ୍ ଉପଯୋଗ କରିବା ପାଇଁ ଫୁଟୁଥିବା ପାଣିରେ କିଛି ସମୟ ପକାନ୍ତୁ । ଏହାପରେ ଏହାକୁ ପାଣିରୁ ବାହାର କରି ଥଣ୍ଡା ହେବା ପାଇଁ ରଖି ଦିଅନ୍ତୁ। ଏବେ ଏହି ଟି ବ୍ୟାଗକୁ ଜୋତା ଭିତରେ କିଛି ସମୟ ରଖନ୍ତୁ। ଏପରି କରିବା ଦ୍ବାରା ଦୁର୍ଗନ୍ଧ ଦୂର ହୋଇଯିବ।

୪.ପ୍ରତିଦିନ ମୋଜା ବଦଳାନ୍ତୁ : ଜୋତା ଦୁର୍ଗନ୍ଧ ଦୂର କରିବା ପାଇଁ ନିଜ ମୋଜାକୁ ସବୁଦିନ ବଦଳାନ୍ତୁ। ପ୍ରତିଦିନ ଗୋଟିଏ ମୋଜା ପିନ୍ଧିଲେ ଝାଳର ଦୁର୍ଗନ୍ଧ ଆହୁରି ବଢ଼ିଯିବ।