Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଘରେ ପିମ୍ପୁଡି ଘୁରିବୁଲିବା ଦେଇଥାଏ ଏହିସବୁ ସଂକେତ : ଶୀଘ୍ର କରନ୍ତୁ ଏହି ସରଳ ଉପାୟ

11/04/2019 at 1:22 PM

ନୂଆଦିଲ୍ଲୀ ୧୧/୪ : ପିମ୍ପୁଡି ପ୍ରାୟ ସମସ୍ତଂଗ ଘରେ ଥାଏ | ପିମ୍ପୁଡି ପ୍ରତି ଆମେ ବିଶେଷକରି ଧ୍ୟାନ ଦେଇନଥାଉ | ଅଧିକାଂଶ ଲୋକ ପିମ୍ପୁଡିକୁ ନଜର ଅନ୍ଦାଜ କରି ମାରି ଦେଇଥାନ୍ତି | କାରଣ ପିମ୍ପୁଡି କାମୁଡ଼ିଦେଲେ ନାଲି ପଡ଼ିଯାଏ ଏବଂ କୁଣ୍ଡେଇ ହୋଇଥାଏ | ସେଥିପାଇଁ ପିମ୍ପୁଡିକୁ ଲୋକେ ମାରି ଦେଇଥାନ୍ତି | ତେବେ ପିମ୍ପୁଡି ମଧ୍ୟ ସାଧାରଣ କୀଟ ନୁହେଁ | ପିମ୍ପୁଡି ମଧ୍ୟ କିଛି ସଂକେତ ଦେଇଥାନ୍ତି ଯାହାକୁ ଆମେ ବୁଝି ନଥାଉ | ଯଦି ଆପଣଙ୍କ ଘରେ ସବୁବେଳେ ନାଲି ପିମ୍ପୁଡି ବାହାରୁଛନ୍ତି ତାହେଲେ ଜାଣିବେ ଆପଣଙ୍କ ଘରେ କିଛି ବାସ୍ତୁଦୋଷ ରହିଛି | ଘରେ ନାଲି ପିମ୍ପୁଡି ଘୁରି ବୁଲିବା ଅଶୁଭ ସଂକେତ ଦେଇଥାଏ | ଅପରପକ୍ଷରେ କଳା ପିମ୍ପୁଡି ଶୁଭ ହୋଇଥାଏ | ପିମ୍ପୁଡି ୨ ପ୍ରକାରର, ନାଲି ଏବଂ କଳା | ନାଲି ପିମ୍ପୁଡି ଅଶୁଭ ହୋଇଥିବାବେଳେ କଳା ପିମ୍ପୁଡି ଶୁଭ ହୋଇଥାଏ | ନାଲି ପିମ୍ପୁଡି ସଙ୍କଟର ସଂକେତ ଦେଇଥାଏ |


ଘରେ ନାଲି ପିମ୍ପୁଡି ସଂଖ୍ୟା ବଢିଲେ ଋଣ ବଢିଥାଏ | ଯେଉଁଥିପାଇଁ ଲୋକେ ନାଲି ପିମ୍ପୁଡି ଦେଖିଲେ ମାରି ଦେଇଥାନ୍ତି | ତେବେ ନାଲି ପିମ୍ପୁଡି ମାରିଦେଲେ ଶୁଭ ହୋଇନଥାଏ | ବରଂ ହତ୍ୟା ଦୋଷ ଲାଗିଥାଏ | ଅର୍ଥାତ ଗୋଟିଏ ସମସ୍ୟାରୁ ମୁକ୍ତି ପାଇବା ପାଇଁ ମଣିଷ ଆଉ ଗୋଟେ ସଙ୍କଟକୁ ଡାକି ଆଣିଥାଏ | ବେଳେବେଳେ ନାଲି ପିମ୍ପୁଡି ଚକ୍କରରେ କଳା ପିମ୍ପୁଡି ମଧ୍ୟ ମରିଯାଏ | ନାଲି ପିମ୍ପୁଡିକୁ ମାରିବା ପାଇଁ ଏକ ସରଳ ଉପାୟ ଅଛି | ଲେମ୍ବୁର ଚୋପା ବାହାରକରି ତାକୁ ଟୁକୁଡା ଟୁକଡା କରି ପିମ୍ପୁଡି ବାହାରୁଥିବା ସ୍ଥାନରେ ରଖିଦେବେ| କିଛି ସମୟ ପରେ ପିମ୍ପୁଡି ସେଠାରୁ ପଳାଇଯିବେ | ଲେମ୍ବୁ ଚୋପା ବଦଳରେ ଆପଣ ତେଜପତ୍ର ମଧ୍ୟ ବ୍ୟବହାର କରିପାରିବେ | ଏହିଭଳି ଭାବେ ଲବଙ୍ଗ ଏବଂ ଗୋଲମରିଚ ମଧ୍ୟ ବ୍ୟବହାର କରିପାରିବେ |


ପିମ୍ପୁଡି ଥିବା ସ୍ଥାନରେ ଅଟା ପକାଯାଏ | ଏହି ପରମ୍ପରା ବହୁ ପ୍ରାଚୀନକାଳରୁ ଚାଲିଆସିଛି | ପିମ୍ପୁଡିଙ୍କୁ ଚିନି ମିଶା ଅଟା ଖାଇବାକୁ ଦେଲେ ବ୍ୟକ୍ତି ସବୁ ପ୍ରକାର ବନ୍ଧନରୁ ମୁକ୍ତ ହୋଇଯାଇଥାଏ | ପ୍ରତିଦିନ ପିମ୍ପୁଡିକୁ ଖାଇବାକୁ ଦେଲେ ପିମ୍ପୁଡିମାନେ ଉକ୍ତ ବ୍ୟକ୍ତିଙ୍କୁ ଚିହ୍ନି ଦେଇଥାନ୍ତି ଏବଂ ତାଙ୍କ ପ୍ରତି ଭଲ ଭାବନା ରଖନ୍ତି ଏବଂ ଆଶୀର୍ବାଦ ମଧ୍ୟ ଦେଇଥାନ୍ତି | ପିମ୍ପୁଡିଙ୍କ ଆଶୀର୍ବାଦ ମଣିଷକୁ ସବୁ ସଙ୍କଟରୁ ରକ୍ଷା କରିଥାଏ |


ନାଲି ପିମ୍ପୁଡି କେତେବେଳେ ଶୁଭ ହୋଇଥାଏ ଜାଣନ୍ତୁ :


ନାଲି ପିମ୍ପୁଡି ମୁହଁରେ ଅଣ୍ଡା ଧରି ଯାଉଥିବା ଦେଖିଲେ ଦିନଟି ଶୁଭ ହୋଇଥାଏ |


ଯେଉଁମାନେ ପିମ୍ପୁଡିକୁ ଅଟା ଦେଇଥାନ୍ତି ଏବଂ ଚଢେଇକୁ ଚାଉଳ ଦେଇଥାନ୍ତି, ସେମାନେ ବୈକୁଣ୍ଠ ଯାଇଥାନ୍ତି |


ଋଣରୁ ଚିନ୍ତିତ ବ୍ୟକ୍ତି ପିମ୍ପୁଡିଙ୍କୁ ଚିନି ମିଶା ଅଟା ଦେବା ଉଚିତ | ଏହିଭଳି କରିବା ଦ୍ୱାରା ଶୀଘ୍ର ଋଣ ପରିଶୋଧ ହୋଇଥାଏ |

   Related Posts