ଇଣ୍ଟରଭିୟୁ ପାଇଁ ଯାଉଛନ୍ତି କି ? ଆପଣାନ୍ତୁ ଏହି ଉପାୟ...

Published By : Prameya-News7 Bureau | March 17, 2019 IST

ଭୁବନେଶ୍ୱର ୧୭/୩ : ବେଳେବେଳେ ଆମ ପାଖରେ ଟ୍ୟାଲେଣ୍ଟ ଥିଲେ ସୁଦ୍ଧା ଆମେ କିଛି ଜାଗାରେ ଫେଲ ହୋଇଯାଇଥାଉ | ଯେମିତିକି ଇଣ୍ଟରଭିୟୁରେ | ବହୁତ ଚେଷ୍ଟା ସତ୍ୱେ ସବୁଠିକ ଥାଇ ମଧ୍ୟ କେବଳ ଇଣ୍ଟରଭିୟୁରେ ଆମେ ଫେଲ ହୋଇଯାଇଥାଉ | ସବୁ ଟ୍ୟାଲେଣ୍ଟ ଥାଉ ମଧ୍ୟ ଚାକିରୀ ହୋଇନାଥେ | ଏଭଳି ସ୍ଥିତିରେ କିଛି ଖାସ କଥା ଉପରେ ଧ୍ୟାନ ଦେବାକୁ ହୋଇଥାଏ | ଆମେ ଅଜାଣତରେ ଛୋଟ ଛୋଟ ଭୁଲ କରିଦେଇଥାଉ | ଏହି ଭୁଲ ସୁଧାରିବା ଦ୍ୱାରା ସହଜରେ ଚାକିରୀ ମଧ୍ୟ ମିଳିବ | ଇଣ୍ଟରଭିୟୁରେ ସିଲେକ୍ଟ ହେବା ପାଇଁ ଆସନ୍ତୁ ଜାଣିବା କିଛି ଟିପ୍ସ :

{"id":94411}


କୌଣସି ଇଣ୍ଟରଭିୟୁରେ ସଫଳ ହେବାପାଇଁ ସବୁଠାରୁ ମହତ୍ଵପୁର୍ଣ ହେଲା ବାୟୋଡ଼ାଟା | ବାୟୋଡ଼ାଟା ବା ସିଭିକୁ ଭଲ ଭାବେ ତିଆରି କରିବା ଦରକାର | ସିଭିକୁ ଭଲ କରିଥାଏ କଣ୍ଟେଣ୍ଟ | ଏଥିପାଇଁ ସିଭିରେ ନିଜର ସମସ୍ତ ମହତ୍ଵପୁର୍ଣ ତଥ୍ୟ ଏବଂ ଉପଲବ୍ଧି ଠିକ ଭାବେ ଉଲ୍ଲେଖ ଥିବା ଦରକାର | ଏହାସହ ସିଭିରେ ଆପଣ ଯାହା ଲେଖିଛନ୍ତି ତାହା ସତ ହୋଇଥିବା ଦରକାର ଏବଂ ଆପଣଙ୍କୁ ସେହି କାମ ଆସୁଥିବା ଦରକାର |

{"id":94412}


ଇଣ୍ଟରଭିୟୁ ବେଳେ ଆପଣଙ୍କୁ ଯାହା ପ୍ରଶ୍ନ ପଚରାଯାଏ ତାର ଜବାବ ସ୍ପଷ୍ଟ ଭାବେ ଦେବା ଉଚିତ | ଯଦି ପ୍ରଶ୍ନର ଉତ୍ତର ଆପଣ ବୁଲେଇ ବଙ୍କେଇ ଦିଅନ୍ତି ତାହେଲେ ଜାଣିବେ ଚାକିରୀ ହାତରୁ ଗଲା | ସବୁ ପ୍ରଶ୍ନର ଜବାବ ଆତ୍ମା ବିଶ୍ୱାସଏର ଶହ ଦେବେ |

{"id":94418,"width":585,"height":328}


ଇଣ୍ଟରଭିୟୁରେ ପ୍ରଶ୍ନର ଜବାବ ଦେବା ପାଇଁ ଆପଣଙ୍କୁ STAR (Situation, Task, Action and Result) ର ସହର ନେବା ଦରକାର | ଏହି ଉପାୟ ଅବଲମ୍ବନ କରିବା ଦ୍ୱାରା ଆପଣ ଭଲ ଭାବେ ପ୍ରଶ୍ନର ଜବାବ ଦେଇପାରିବେ |

{"id":94417}


ଯେତେବେଳେ ଆପଣ ଇଣ୍ଟରଭିୟୁ ପାଇଁ ଯାଉଛନ୍ତି, ଚେଷ୍ଟା କରନ୍ତୁ ଆପଣ ନିଜେ ମଧ୍ୟ କିଛି ପ୍ରଶ୍ନ କରିବେ | ଇଣ୍ଟରଭିୟୁ ବେଳେ ଯଦି ଆପଣଙ୍କୁ ପ୍ରଶ୍ନ ପଚାରିବା ପାଇଁ ମଉକା ମିଳେ ତାହେଲେ ହାତଛଡା ନକରି ସ୍ମାର୍ଟ ପ୍ରଶ୍ନ ପଚାରନ୍ତୁ | କିନ୍ତୁ ଦରମା କିମ୍ବା ଛୁଟି ସମ୍ବନ୍ଧୀୟ ପ୍ରଶ୍ନ ପଚାରିବେ ନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.