Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୭ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||

ମେ ୪ ତାରିଖରେ ଶନି ଅମାବାସ୍ୟା : ପିତୃଦୋଷରୁ ମୁକ୍ତି ପାଇଁ କରନ୍ତୁ ଏହି ଉପାୟ

2/05/2019 at 1:44 PM

ଭୁବନେଶ୍ୱର ୨/୫ : ପ୍ରତ୍ୟେକ ମାସରେ ଗୋଟିଏ ଅମାବାସ୍ୟା ଓ ଗୋଟିଏ ପୁର୍ଣିମା ପଡିଥାଏ | ଏହି ଦୁଇ ଦିନ ହିନ୍ଦୁ ଶାସ୍ତ୍ରରେ ମହତ୍ଵପୁର୍ଣ ଦିନ | କଷ୍ଟରୁ ମୁକ୍ତି ପାଇବା ପାଇଁ ଏହି ଦୁଇ ଦିନ ବିଭିନ୍ନ ଉପାୟ ଅବଲମ୍ବନ କରାଯାଇଥାଏ | ପ୍ରତ୍ୟେକ ମାସ ଭଳି ବୈଶାଖ ମାସରେ ମଧ୍ୟ ଅମାବାସ୍ୟା ଆସିବ | ବୈଶାଖ ମାସରେ ଶନି ଅମାବାସ୍ୟା ପଡୁଛି | ମେ ୪ ତାରିଖ, ଶନିବାର ଦିନ ଶନି ଅମାବାସ୍ୟା | ଏହି ଦିନ ତ୍ରିଗ୍ରହ ଯୋଗ ରହିଛି | କାରଣ ଏହି ଦିନ ସୂର୍ଯ୍ୟ, ଚନ୍ଦ୍ର ଓ ବୁଧ ଏକାସଙ୍ଗେ ମେଷ ରାଶିରେ ପ୍ରବେଶ କରିବେ | ଶନି ଅମାବାସ୍ୟା ଦିନ ମଙ୍ଗଳ-ଶନି ସଡାଷ୍ଟକ ଯୋଗ ରହିଛି | ଏହାସହ ଆୟୁଷ୍ମାନ ଯୋଗର ସଂଯୋଗ ମଧ୍ୟ ରହିଛି | ଏହି ଦିନ ହେଉଥିବା ଯୋଗ ଅଭିଷ୍ଟ ଫଳ ପ୍ରଦାନ କରିଥାନ୍ତି | ଏହାଛଡା ଶନିଙ୍କ ସାଢେସାତି ଏବଂ ଅଢେଇ ଯୋଗୁଁ ସମସ୍ୟା ଭୋଗୁଥିବା ଲୋକଙ୍କୁ ମଧ୍ୟ ମୁକ୍ତି ମିଳିବ |


ପୌରାଣିକ ଶାସ୍ତ୍ର ଅନୁଯାୟୀ, ଶନି ଅମାବାସ୍ୟା ଦିନ ପୂଜା କଲେ ବିଶେଷ ଫଳ ମିଳିଥାଏ | ଶନି ଅମାବାସ୍ୟାରେ କୌଣସି ପବିତ୍ର ନଦୀରେ ସ୍ନାନ, ଦାନ ଏବଂ ପୂଜାର ବିଶେଷ ମହତ୍ୱ ରହିଛି | ଏହାସହ ଯେଉଁମାନଙ୍କ କୁଣ୍ଡଳିରେ ଶନି ନୀଚରେ ଥିବେ ସେମାନଙ୍କୁ ଶନିଦେବଙ୍କ ସମ୍ବନ୍ଧୀୟ ବସ୍ତୁ ଦାନ କରିବା ଉଚିତ | ବୈଶାଖ ମାସରେ ଅମାବାସ୍ୟା ତିଥି ଯଦି ଶନିବାର ଦିନ ପଡେ ତାହେଲେ ତାର ବିଶେଷ ମହତ୍ୱ ରହିଛି | ଏହି ଦିନ ଶନିଦେବଙ୍କ ବିଶେଷ ପୂଜାର୍ଚ୍ଚନା କଲେ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି |


ଆସନ୍ତୁ ଜାଣିବା ଶନି ଅମାବାସ୍ୟା ଦିନ କ’ଣ କ’ଣ କରିବେ :
ଶନି ଅମାବାସ୍ୟା ଦିନ ଭଗବାନ ଶିବଙ୍କୁ କଞ୍ଚା କ୍ଷୀର, ଦହିରେ ଅଭିଷେକ କରି କଳା ରାଶି ଅର୍ପଣ କରିବେ | ଏହାର ବିଶେଷ ମହତ୍ୱ ରହିଛି |


ଶନି ମାବାସ୍ୟା ଦିନ ପିତୃପୁରୁଷଙ୍କୁ ଧ୍ୟାନ କରି ଅଶ୍ୱସ୍ଥ ଗଛ ମୂଳରେ କଞ୍ଚା କ୍ଷୀର, ଟିକେ ଗଙ୍ଗାଜଳ, କଳା ରାଶି, ଚିନି, ଚାଉଳ, ଜଳ ଓ ଫୁଲ ଅର୍ପଣ କରି ପିତୃସୁକ୍ତ ପାଠ କରିବେ |


ବୈଶାଖ ଅମାବାସ୍ୟା ଦିନ ଦକ୍ଷିଣାଭିମୁଖୀ ହୋଇ ପିତୃ ତର୍ପଣ କରିବା ଏବଂ ପିତୃସ୍ତୋତ୍ର ବା ପିତୃସୁକ୍ତ ପାଠ କରିବା ଦ୍ୱାରା ପିତୃଦୋଷରୁ ମୁକ୍ତି ମିଳିଥାଏ | ଏହାସହ ନୀଳକଣ୍ଠ ସ୍ତୋତ୍ର କରନ୍ତୁ ଏବଂ ବ୍ରାହ୍ମଣଙ୍କୁ ଭୋଜନ କରାନ୍ତୁ | ବ୍ରାହ୍ମଣଙ୍କୁ ଭୋଜନ ସହ ଦକ୍ଷିଣା ନିଶ୍ଚୟ ଦେବେ | ଏହାଦ୍ୱାରା ପିତୃଦୋଷରୁ ମୁକ୍ତି ମିଳିବ |


ବୈଶାଖ ଅମାବାସ୍ୟା ଦିନ ବିଷ୍ଣୁ ମନ୍ଦିରରେ ହଳଦିଆ ରଙ୍ଗର ପତାକା ଅର୍ପଣ କରିବେ | ଏହାଦ୍ୱାରା ଜୀବନର ସମସ୍ତ କଷ୍ଟ ଦୂର ହୋଇଥାଏ |

   Related Posts