ମହିଳାଙ୍କ ସୁରକ୍ଷା ପାଇଁ କିଛି ଜରୁରୀ ଟିପ୍ସ
12/08/2018 at 11:03 AM

ଆଜିର ଆଧୁନିକ ଯୁଗରେ ମହିଳାମାନେ ସବୁକ୍ଷେତ୍ରରେ ପୁରୁଷଙ୍କ ସହ ସମକକ୍ଷ ହୋଇପାରିଛନ୍ତି।କିନ୍ତୁ ନାରୀ ସୁରକ୍ଷା କ୍ଷେତ୍ରରେ ଆଜିବି ଅବହେଳିତ। ସବୁଦିନ ଆମକୁ ମହିଳାଙ୍କୁ କରାଯାଉଥିବା ଅତ୍ୟାଚାର,ଦୁର୍ବ୍ୟବହାର,ଦୁଷ୍କର୍ମ ଭଳି ସମ୍ବେଦନଶୀଳ ଘଟଣା ଶୁଣିବାକୁ ମିଳେ। ଖାସ୍ ସେଥିପାଇଁ ଏକୁଟିଆ ମହିଳା ଯାତ୍ରା କରୁଥିଲେ କିଛି ଦିଗ ପ୍ରତି ଦୃଷ୍ଟି ଦେବା ନିହାତି ଜରୁରୀ। ତେବେ ଆସନ୍ତୁ ଜାଣିବା କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍।
-ବସ୍ରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ ଅନୁଭବ ହୁଏ,କୌଣସି ବ୍ୟକ୍ତି ଆପଣଙ୍କୁ ଖରାପ ଦୃଷ୍ଟିରେ ଚାହୁଁଛି,ତେବେ ତୁରନ୍ତ ସିଟ୍ ବଦଳାଇ ଦିଅନ୍ତୁ।
-ଟ୍ରେନ୍ରେ ଯାତ୍ରା କରୁଥିବା ବେଳେ ଆଖପାଖରେ ବସିଥିବା କୌଣସି ଫ୍ୟାମିଲି ଯାତ୍ରୀଙ୍କ ପାଖରେ ବସନ୍ତୁ। କେବେବି ଏକୁଟିଆ ବସନ୍ତୁ ନାହିଁ।
-ଅଟୋରେ ଯିବା ସମୟରେ ଜିପିଆରଏସ କିମ୍ବା ମ୍ୟାପ୍ ଅନ୍ କରିବାକୁ ଭୁଲନ୍ତୁ ନାହିଁ।କାରଣ ଏହାଫଳରେ ଆପଣ ଜାଣି ପାରିବେ ଆପଣ କେଉଁ ରାସ୍ତାରେ ଯାଉଛନ୍ତି।
-ଯାତ୍ରା ସମୟରେ ଅଜଣା ବ୍ୟକ୍ତିଙ୍କ ସହ ବେଶୀ କଥାବାର୍ତ୍ତା କରନ୍ତୁ ନାହିଁ। ଏହାବ୍ୟତୀତ କାହା ଠାରୁ କୌଣସି ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ।
-ଯାତ୍ରା କରୁଥିବା ସମୟରେ ନିଜ ଜିନିଷପତ୍ରକୁ ପାଖରେ ରଖନ୍ତୁ। ଯେପରି କେହି ଆପଣଙ୍କ ପାଖରେ ଆସି ବସିପାରିବେ ନାହିଁ।