Thursday, May 23, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ହନୁମାନଙ୍କ ପୂଜାର୍ଚ୍ଚନା ବେଳେ ମହିଳାମାନେ ଏହି ୬ଟି କାମ କରିବା ଅନୁଚିତ ; ଜାଣନ୍ତୁ କ’ଣ

ଭୁବନେଶ୍ୱର ୧୯/୪ : ହନୁମାନ ଜୟନ୍ତୀ ବିଶେଷକରି ଉତ୍ତର ଭାରତୀୟ ହିନ୍ଦୁଙ୍କ ଲୋକପ୍ରିୟ ପର୍ବ | ଚାତିତ୍ୱର ଶୁକ୍ଲପକ୍ଷ ପୂର୍ଣ୍ଣମୀ ଦିନ ହନୁମାନ ଭଗବାନ ଜନ୍ମ ହୋଇଥିଲେ | ଶ୍ରୀ ହନୁମାନଙ୍କୁ ଭଗବାନ ଶିବଙ୍କ ଅବତାର ବୋଲି ବିଶ୍ୱାସ କରାଯାଏ | ହନୁମାନ ନିଜ ଭକ୍ତଙ୍କୁ ସମସ୍ତ ନକାରାତ୍ମକ ଶକ୍ତି ଏବଂ ଭୟରୁ ରକ୍ଷା କରିଥାନ୍ତି | ହନୁମାନ ଜୟନ୍ତୀ ଦିନ ମନ ତନ ଦେଇ ଶ୍ରଦ୍ଧାର ସହ ହନୁମାନଙ୍କ ପୂଜାର୍ଚ୍ଚନା କଲେ ହନୁମାନ ପ୍ରସନ୍ନ ହୁଅନ୍ତି ବୋଲି ବିଶ୍ୱାସ ରହିଛି | ହନୁମାନ ଅତ୍ୟନ୍ତ ଦୟାଳୁ ଏବଂ ଭକ୍ତଙ୍କ ପୀଡା ହରଣ କରିଥାନ୍ତି | କିନ୍ତୁ ହନୁମାନଙ୍କ ପୂଜା କରିବାରେ କିଛି ନିୟମ ରହିଛି | ଏହି ନିୟମ ସବୁକୁ ଦୃଷ୍ଟିରେ ରଖି ପୂଜା କରିବା ଉଚିତ |


ଆସନ୍ତୁ ଜାଣିବା କିଛି ନିୟମ ସମ୍ପର୍କରେ :
୧. ହନୁମାନଙ୍କ ପୂଜାରେ ଶୁଦ୍ଧତା ବହୁତ ମହତ୍ଵପୁର୍ଣ | ସ୍ନାନ କରି ସଫା ଲୁଗା ପିନ୍ଧି ପୂଜା କରିବା ଉଚିତ | ଏହି ଦିନ କଳା ରଙ୍ଗର ପୋଷାକ ପିନ୍ଧି ପୂଜା କରିବା ଉଚିତ ନୁହେଁ | ନାଲି ରଙ୍ଗ ହନୁମାନଙ୍କ ପ୍ରିୟ ରଙ୍ଗ | ପୂଜା କଲାବେଳେ ନାଲି କିମ୍ବା ହଳଦିଆ ପୋଷାକ ପିନ୍ଧି ପୂଜା କରିବା ଅତ୍ୟନ୍ତ ଶୁଭ ବୋଲି ବିଚାର କରାଯାଏ | ଏହାଛଡା ବ୍ରହ୍ମଚର୍ଯ୍ୟ ମଧ୍ୟ ପାଳନ କରିବା ଉଚିତ |


୨. ଯେଉଁ ଭକ୍ତମାନେ ହନୁମାନଙ୍କ ବ୍ରତ ପାଳନ କରୁଛନ୍ତି ତାହେଲେ ହନୁମାନ ଜୟନ୍ତୀରେ ଲୁଣ ସେବନ କରିବା ଅନୁଚିତ | ହନୁମାନ ଜୟନ୍ତୀ ଦିନ ମିଠା ବାଣ୍ଟୁଛନ୍ତି କିମ୍ବା ଦାନ କରୁଛନ୍ତି ତାହେଲେ ସେହି ମିଠା ନିଜେ ଖାଇବା ଅନୁଚିତ |


୩. ହନୁମାନ ଜୟନ୍ତୀ ଦିନ ଶୁଦ୍ଧ ସାକାହାରୀ ଭୋଜନ କରିବା ଉଚିତ | ହନୁମାନ ଜୟନ୍ତୀ ଦିନ ମାଂସ କିମ୍ବା ମଦ ସେବନ କରିବା ଅନୁଚିତ | ଆପଣ ବ୍ରତ ପାଳନ କରନ୍ତୁ କି ନକରନ୍ତୁ ଏହିଦିନ ଆମିଷ କିମ୍ବା ମଦ ସେବନ କରିବା ଉଚିତ ନୁହେଁ | ଏହିସବୁ ସେବନ କରି ଭୁଲରେ ମଧ୍ୟ ହନୁମାନ ମନ୍ଦିର ଯାଆନ୍ତୁ ନାହିଁ |


୪. ଯଦି ଛୁତିକିଆ ହୋଇଥାଏ ତାହେଲେ ହନୁମାନ ଜୟନ୍ତୀ ଦିନ ହନୁମାନଙ୍କ ବ୍ରତ ରଖିବେ ନାହିଁ କିମ୍ବା ମନ୍ଦିର ଜୀବେନହିଁ | ଘରେ ଯଦି କାହାର ମୃତ୍ୟୁ ହୋଇଥାଏ ତାହେଲେ କିମ୍ବା ଶିଶୁ ଜନ୍ମ ହୋଇଥାଏ ତାହେଲେ ଛୁତିକିଆ ହୋଇଥାଏ | ଛୁତିକିଆ ବେଳେ ପୂଜାପାଠ କରିବା ବାରଣ କରାଯାଇଥାଏ |


୫. ମହିଳାଙ୍କ ପାଇଁ ରହିଛି ବିଶେଷ ନିୟମ :
ହନୁମାନ ଭଗବାନ ବାଳ ବ୍ରହ୍ମଚାରୀ ଥିଲେ | ସେ ମହିଳାଙ୍କ ସ୍ପର୍ଶ ଠାରୁ ସର୍ବଦା ଦୁରେଇ ରହୁଥିଲେ | ସେଥିପାଇଁ ହନୁମାନ ଜୟନ୍ତୀ ଦିନ ହନୁମାନଙ୍କ ପୂଜାର୍ଚ୍ଚନା ବେଳେ ମହିଳାମାନଙ୍କୁ କିଛି ବିଶେଷ କଥା ଉପରେ ଦୃଷ୍ଟି ଦେବା ଉଚିତ |

-ହନୁମାନଙ୍କୁ ସିନ୍ଦୁର ଲେପ ଲଗାଇବେ ନାହିଁ
-ହନୁମାନଙ୍କୁ କୁଂଚ ଅର୍ପଣ କରିବେ ନାହିଁ
-ହନୁମାନଙ୍କୁ ପଇତା ପିନ୍ଧାଇବେ ନାହିଁ
-ବଜରଙ୍ଗ ବାଣ ପାଠ କରିବେ ନାହିଁ
-ପୂଜା କଲାବେଳେ ହନୁମାନଙ୍କ ମୂର୍ତ୍ତିକୁ ସ୍ପର୍ଶ କରିବେ ନାହିଁ
-ହନୁମାନ ଜୟନ୍ତୀ ଦିନ ମହିଳାମାନେ ହନୁମାନଙ୍କ ଚରଣରେ ଦୀପ ଜଳାଇ ପୂଜା କରିପାରିବେ

871 Views

   ସମ୍ବନ୍ଧିତ ଖବର