Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଆପଣ ବସୁଥିବା ଚେୟାର ବି ବାଳଠାରୁ ମାଗିପାରେ ପ୍ରେଷ୍ଟିଜ୍, ବାଳରଂଗ କରିବା ପୂର୍ବରୁ ଜାଣି ରଖନ୍ତୁ ଏହିକଥା

28/03/2019 at 8:53 PM

ବାଳର କଟିଂ ଠାରୁ ଆରମ୍ଭ କରି ରଂଗ କରିବା ପର୍ଯ୍ୟନ୍ତ ଜାଣିରଖନ୍ତୁ ଏହି ବିଷୟରେ । ବାଳ କଟିଂ, ହେଉ ବା କଲରିଂ ସବୁପଛରେ ଯୋଡ଼ି ରହିଛି ନିଜର ପ୍ରେଷ୍ଟିଜ୍ ଇସ୍ୟୁ । କାହିଁକିନା ନିଜର ବ୍ୟକ୍ତିତ୍ଵ ବି ବାଳ କାଟିବା , ରଂଗ କରିବା ପଛରେ ନିହିତ ଥାଏ ।

ବାଳ ରଂଗ କରିବା ପୂର୍ବରୁ ଭାବନ୍ତୁ.. କଣ ମରିବେ .. କଣ ନ କରିବେ..

ଆପଣଙ୍କ ଚେୟାର ଆପଣଙ୍କ ବାଳକଟାକୁ  ବି ନଜର ରଖିଥାଏ । ଆପଣ କେଉଁ ଚେୟାରରେ ବସୁଛନ୍ତି, ଚେୟାରର ଗୁରୁତ୍ଵ ଦେଖି ବାଳ କାଟିବା ଉଚିତ । ମନେକରାଯାଉ ଆପଣ ଜଣେ ପ୍ରଶାସନିକ ଅଧିକାରୀ କିମ୍ବା ଏକ ଗୁରୁତ୍ଵପୂର୍ଣ୍ଣ ପଦବୀରେ ଅଛନ୍ତି, ଆପଣଙ୍କୁ ସୁହାଇବା ଭାଲି ବାଳ କାଟିବା ଓ ରଂଗ କରିବା ଦରକାର । ଆପଣ ମୁଣ୍ଡର ରଂଗ ଅତି ଗାଢ଼  ନକରି ହାଲକାଭାବେ ବର୍ଗୁଣ୍ଡି କିମ୍ଵା ବ୍ଲାକ କରିବା ଦରକାର । ଅତି ନାଲି କିମ୍ବା ଡ଼ିପକଲର କଲେ ଆପଣଙ୍କ ବ୍ୟକ୍ତିତ୍ଵକୁ ମାନିବ ନାହିଁ ।

ଆପଣ ଯଦି କର୍ମଜୀବି ମହିଳା କିମ୍ବା ହାଉସଓ୍ଵାଇଫ ଅଛନ୍ତି, ଆପଣ ବି ନିଜ ବାଳର ରଂଗ ଆପଣଙ୍କ ଫ୍ୟାସନ ମ୍ୟାଚ କଲାପରି କରନ୍ତୁ । ଆପଣ ଏପରି କରନ୍ତୁ ନାହିଁ ଯାହା ଆପଣଙ୍କୁ ମାନୁ ନଥିବ ଓ ଲୋକହସାରେ ସମ୍ମୁଖୀନ ହେବାକୁ ପଡ଼ିବ ।

ଆପଣ ନେତା, ଅଭିନେତା,କ୍ରିକେଟ ଷ୍ଟାର କିମ୍ବା କୌଣସି ସେଲିବ୍ରିଟିଙ୍କୁ ଦେଖି ହେୟାର ଷ୍ଟାଇଲ କିମ୍ବା ବାଳ କଲରିଂ କରନ୍ତୁ ନାହିଁ । ସେମାନଙ୍କୁ ଭଳି ନିଜେ ସଜେଇହେବା  ଠିକ୍ କିନ୍ତୁ ଜୋକର ଭଳି ଲାଗୁ ନଥିବା ଆବଶ୍ୟକ । କାରଣ ପ୍ରତ୍ୟେକଙ୍କୁ ମାନିବାଭଳି କିଛି ଜିନିଷ ଥାଏ, ଯଦି ସେତିକି ମାନୁ ନାହଁ..ତାହେଲେ ଆପଣଙ୍କୁ କଲରିଂ ଠିକ ଲାଗି ନପାରେ ।

ବାଳ କଲରିଂ କରିବା ବେଳେ ଏଥିରେ ଛୋଟ ପିଲାଙ୍କୁ ଅଧିକ ଫ୍ୟାସନ ଆଡ଼୍ କରୁଛନ୍ତି ବୋଲି ଭାବନ୍ତୁ ନାହିଁ  । କାରଣ ଫ୍ୟାସନ ସହିତ ନିଜ ପିଲାକୁ ସାମିଲ କରୁଛନ୍ତି ମାନେ ନୁହେଁ  ଛୋଟ ପିଲାଙ୍କ ବାଳକୁ ରଂଗ କରିବା ..ଯାହାଦ୍ଵାରା କଲର ଭିତରେ ଥିବା ରାସାୟନିକ ପଦାର୍ଥ ପିଲାର ସ୍ଵାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ । ଏସବୁ ବାବଦରେ ଧ୍ୟାନଦେବା ଆବଶ୍ୟକ ।

ସବୁବେଳେ ବାଳ କାଟିବା ଓ ରଂଗମାରିବା ବଡ଼ କଥା ନୁହେଁ , ନିଜର ଷ୍ଟାଇଲ ପାଇଁ ନିଜର ବ୍ୟକ୍ତିତ୍ବ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ଯଦି ଏତିକି ଧ୍ୟାନ ଦେଉନାହାଁନ୍ତି ,ତାହେଲେ ଆପଣ ନିଜର ଲାଇଫ ଷ୍ଟାଇଲକୁ ବି ଗୁରୁତ୍ଵ ଦେଉନାହାଁନ୍ତି ।

   Related Posts