ମୋବାଇଲ୍ ଫୋନ‌୍‌କୁ ଏହି ଉପାୟରେ କରନ୍ତୁ ଚାର୍ଜ, କେବେ ହେବନାହିଁ ଖରାପ

Published By : Prameya-News7 Bureau | December 22, 2019 IST

ନୂଆଦିଲ୍ଲୀ ୨୨ା୧୨: ବର୍ତମାନ ସମୟରେ ମୋବାଇଲ୍ ଫୋନ୍ ଲୋକମାନଙ୍କ ପାଇଁ ଜରୁରୀଠାରୁ ଅଧିକ ଅବଶ୍ୟକ ହୋଇଗଲାଣି । ଆଜିକାଲି କେହି ମୋବାଇଲକୁ ଛାଡି ରହିପାରୁନାହାନ୍ତି । ମୋବାଇଲ୍ ଲୋକଙ୍କ ପାଇଁ ନିତାନ୍ତ ଜରୁରୀ ହୋଇପଡିଛି । ମୋବାଇଲ୍ ବ୍ୟବହାର କରିବାରେ ଏକ ଅସୁବିଧା ହେଉଛି ମୋବାଇଲର ବ୍ୟାଟେରୀ । ଯାହାକି ଗୋଟିଏ ସମୟରେ ସମାପ୍ତ ହୋଇଯାଇଥାଏ । ଏମିତି ଉପାୟରେ ମୋବାଇଲକୁ ଚାର୍ଜ କଲେ ଅଧିକ ସମୟ ଧରି ବ୍ୟାଟେରୀ ଚାଲିଥାଏ । ମୋବାଇଲ୍ ଖରାପ ହେବାର ସମ୍ଭାବନା ନଥାଏ ।

ମୋବାଇଲ ପାଇଁ ଉଦ୍ଦିଷ୍ଟ ଚାର୍ଜରରେ ହିଁ ମୋବାଇଲକୁ ଚାର୍ଜ କରନ୍ତୁ । ବଜାରରେ ମିଳୁଥିବା ଶସ୍ତା ଚାର୍ଜରର ଉପଯୋଗ କରନ୍ତୁନାହିଁ । ମୋବାଇଲର ଚାର୍ଜର ଠିକ୍ ନରହିଲେ ମୋବାଇଲ୍ ଖରାପ ହେବାର ସମ୍ଭାବନା ଥାଏ ।

ମୋବାଇଲ ଫୋନ୍‌କୁ ରାତିସାରା ରାର୍ଜ ବସାଇ ରଖନ୍ତୁନାହିଁ । ଏହା ଫଳରେ ଆପଣଙ୍କ ଫୋନ୍‌ର କୌଣସି ଅସୁବିଧା ତ ହୁଏନାହିଁ ମାତ୍ର ବ୍ୟାଟେରୀ ଉପରେ ଏହା ପ୍ରଭାବ ପକାଇଥାଏ । ଖୁବ୍ କମ୍ ଦିନରେ ବ୍ୟାଟେରୀ ଖରାପ ହେବାର ସମ୍ଭାବନା ରହିଥାଏ । ଏଥିପାଇଁ ରାତିସାରା ମୋବାଇଲକୁ ଚାର୍ଜରେ ଲଗାନ୍ତୁନାହିଁ ।

ପ୍ରାୟତଃ ଲୋକ ବ୍ୟାଟେରୀ ୧-୫% ଥିବା ସମୟରେ ହିଁ ମୋବାଇଲକୁ ଚାର୍ଜରେ ବସାଇଥାନ୍ତି । ଏମିତି କରିବା ଦ୍ୱାରା ଆପଣଙ୍କ ଫୋନ୍ ର ବ୍ୟାଟେରୀ ଖରାପ ହେବାର ସମ୍ଭାବନା ଥାଏ । ତେଣୁ ମୋବାଇଲ ଫୋନ୍ କୁ ମଝିରେ ମଝିରେ ଚାର୍ଜ କରନ୍ତୁ । ଏହାଦ୍ୱାରା ବ୍ୟାଟେରୀର ଲାଇଫ୍ ବଢିଥାଏ ।

ଯେତେବେଳେ ମୋବାଇଲ୍ ବ୍ୟାଟେରୀର ଚାର୍ଜ କମ୍ ହୋଇଯାଏ ମୋବାଇଲ ଫୋନ୍ ଆପେ ଆପେ ବନ୍ଦ ହୋଇଯାଇଥାଏ । ଫଳରେ ଲୋକମାନେ ମୋବାଇଲକୁ ବାରମ୍ବାର ଅନ୍ କରି ବ୍ୟବହାର କରିଥାନ୍ତି । ତାହା ଭୁଲ୍ ଅଟେ । ଏମିତି କରିବା ଦ୍ୱାରା ବ୍ୟାଟେରୀ ଖୁବ୍ କମ୍ ଦିନରେ ଖରାପ ହୋଇଯାଇଥାଏ । ଏଥିପାଇଁ ମୋବାଇଲ୍ ବ୍ୟାଟେରୀ ସରିବା ପୂର୍ବରୁ ହିଁ ଚାର୍ଜ କରିଦିଅନ୍ତୁ ।

ମୋବାଇଲକୁ ଡିସଚାର୍ଜ ନକରି ମୋବାଇଲର ବ୍ୟବହାର କରିବା ଦ୍ୱାରା ମୋବାଇଲ ଖରାପ ହେବାର ଯଥେଷ୍ଟ ସମ୍ଭାବନା ଥାଏ । ଏଥିପାଇଁ ଏକ ସମୟରେ ମୋବାଇଲକୁ ଚାର୍ଜ ନକରି ମଝିରେ ମଝିରେ ମୋବାଇଲକୁ ଚାର୍ଜ କରନ୍ତୁ । ମୋବାଇଲକୁ କେବେହେଲେ ସଂପୂର୍ଣ୍ଣ ଭାବେ ଚାର୍ଜ କରନ୍ତୁନାହିଁ ।

ମୋବାଇଲ ଚାର୍ଜରେ ବସିବା ସମୟରେ ମୋବାଇଲକୁ ବ୍ୟବହାର କରନ୍ତୁନାହିଁ । ଏହାଦ୍ୱାରା ମୋବାଇଲ ଖୁବ୍ ଶୀଘ୍ର ଗରମ ହୋଇଯାଏ । ବ୍ୟାଟେରୀ ମଧ୍ୟ ଖରାପ ହେବାର ସମ୍ଭାବନା ଥାଏ ।

ମୋବାଇଲ୍ ଫୋନ୍ ସହ ମିଳିଥିବା ଚାର୍ଜରରେ ହିଁ ଚାର୍ଜ କରନ୍ତୁ । ଅନ୍ୟ କୌଣସି ଚାର୍ଜରରେ ଚାର୍ଜ କଲେ ମୋବାଇଲର ବ୍ୟାଟରେୀ ଖରାପ ହେବାର ସମ୍ଭାବନା ଥାଏ । ଏଥିପାଇଁ ଫୋନ୍ ରେ ମିଳିଥିବା ଚାର୍ଜରରେ ହିଁ ଫୋନ୍ କୁ ଚାର୍ଜ କରନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.