ଟିପ୍ପର-ହାଇଓ୍ବା ମୁହାଁମୁହିଁ ଧକ୍କା, ଟିପ୍ପର ଡ୍ରାଇଭରଙ୍କ ମୃତ୍ୟୁ

Published By : Prameya-News7 Bureau | September 25, 2021 IST

ବଡବିଲ ୨୫।୯: କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଜୁରୁଡ଼ି କ୍ରେଚ୍ ହଟିଂ ନିକଟରେ ଟିପ୍ପର ସହ ହାଇଓ୍ବା ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଟିପ୍ପର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ମୃତ ଡ୍ରାଇଭର ମୟୁରଭଞ୍ଜ ଜିଲ୍ଲା ଘାଗରବେଡା ଥାନା ରାଇକଳା ଅଂଚଳର ଗୋବିନ୍ଦ ମହାକୁଡ଼ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଶନିବାରସକାଳୁ ଏହି ଦୁର୍ଘଟଣା ଘଟିଛି । ଦ୍ରୁତ ଗତି ଏବଂ ଅସାବଧାନତା କାରଣରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ବାମେବାରୀ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଚଳାଇଛି । ତେବେ ହାଇଓ୍ବା ଡ୍ରାଇଭର ସେଠାରୁ ଫେରାର ହୋଇଯାଇଥିବା ଜଣାପଡିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.