ପୁଣିଥରେ ଧମାଲ କରିବ “ଟିପ୍‌ ଟିପ୍‌ ବର୍ଷା ପାନି” ଗୀତର ରିମେକ୍‌, ଅକ୍ଷୟଙ୍କ ସହ ନଜର ଆସିବେ ଏହି ଅଭିନେତ୍ରୀ

Published By : Prameya-News7 Bureau | June 16, 2019 IST

ମୁମ୍ବାଇ୧୬|୬: ୧୯୯୪ ମସିହାରେ ରିଲିଜ ହୋଇଥିବା ବଲିଉଡ ଫିଲ୍ମ 'ମୋହରା' ର ଗୀତ ଟିପ୍‌ ଟିପ୍‌ ବର୍ଷା ପାନି ଆଜି ମଧ୍ୟ ଦର୍ଶକଙ୍କ ମଧ୍ୟରେ ନିଆଁ ଲଗାଏ। ବଲିଉଡ ଅଭିନେତା ଅକ୍ଷୟ କୁମାର ଓ ରବିନା ଟଣ୍ଡନ ଏହି ଗୀତ ପରେ ବୋଶ ଚର୍ଚ୍ଚାରେ ଥିଲେ। ୯୦ଦଶକର ଏହି ଗୀତ ଆଜି ମଧ୍ୟ ବଲିଉଡର ଟପ୍ ରୋମଣ୍ଟିକ ଗୀତମାନଙ୍କ ମଧ୍ୟରୁ ଗୋଟିଏ । ତେବେ ଦର୍ଶକଙ୍କ ଦିଲ୍‌ରେ ରାଜ କରୁଥିବା ଏହି ଗୀତ ପୁଣିଥରେ ପରଦାରେ ଦେଖିବାକୁ ମିଳିବ।

{"id":123612,"width":588,"height":365}

ଆଗାମୀ ଦିନରେ ରିଲିଜ ହେବାକୁ ଯାଉଥିବା ଫିଲ୍ମ ସୂର୍ଯ୍ୟବଂଶୀରେ ଏହି ଗୀତର ରିମେକ ଦେଖିବାକୁ ମିଳିବ। ତେବେ ରିମେକ୍‌ ଗୀତରେ ଅଭିନେତା ଅକ୍ଷୟ କୁମାରଙ୍କ ସହ ଅଭିନେତ୍ରୀ ରବିନାଙ୍କ ବଦଳରେ କ୍ୟାଟ୍ରିନା ନଜର ଆସିବେ। ରୋହିତ ଶେଟ୍ଟୀଙ୍କ ଦ୍ବାରା ନିର୍ଦ୍ଦେଶିତ ଫିଲ୍ମ ସୂର୍ଯ୍ୟବଂଶୀରେ ଅକ୍ଷୟ କୁମାର ଓ କରିନା ମୁଖ୍ୟ ଭୂମିକାରେ ଅଭିନୟ କରିବେ।

{"id":123613}

ଏହି ଗୀତର ରିମେକ ନେଇ ଦର୍ଶକ ବେଶ ଉତ୍ସାହିତ ଅଛନ୍ତି। ରିଲିଜ ନହେବା ପୂର୍ବରୁ ରିମେକ ଗୀତ ବେଶ୍‌ ଚର୍ଚ୍ଚାରେ ରହିଛି ।ସୂଚନାଯୋଗ୍ୟ ଯେ, ଅକ୍ଷୟ କୁମାର ଓ କ୍ୟାଟ୍ରିନା ଗୀତ ଶୁଟିଂର ଆରମ୍ଭ ପାଇଁ  ହାଇଦ୍ରାବାଦ ଯାଇସାରିଛନ୍ତି । ରାମୋଜୀ ଫିଲ୍ମ ସିଟିରେ ଅହି ଗୂତଟି ଶୁଟ୍‌ କରାଯିବ। ଅକ୍ଷୟ କୁମାର ଓ କ୍ୟାଟ୍ରିନା ଏକା ସହ ପରଦାରେ ୯ବର୍ଷ ପରେ ପୁଣି ଧମାଲ କରିବେ ବୋଲି ଦର୍ଶକଙ୍କ ଆଶା । ଏହା ପୂର୍ବରୁ ଦୁହେଁ ଏକା ସହ ତିସ ମାର ଖାନ ସିନେମାରେ ନଜର ଆସିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.