ବିଶ୍ବର ସବୁଠାରୁ କ୍ଷୁଦ୍ର ମୂଷା ହରିଣ, ବ୍ରିଟେନ୍‌ର ବ୍ରିଷ୍ଟଲ ଜୁ’ ରେ ଥିବା ହରିଣର ଉଚ୍ଚତା ପେନ୍‌ସିଲ ସହ ସମାନ

Published By : Prameya-News7 Bureau | April 23, 2021 IST

ଲଣ୍ଡନ ୨୩/୦୪ : ଇଂଲଣ୍ଡର ବ୍ରିଷ୍ଟଲ ଜୁ’ କୁ ଆସିଛି ନୂଆ ଅତିଥି । ବିରଳ ପ୍ରଜାତିର ଲେଜର ମାଲାୟାନ ମାଉସ୍‌ ଡିଅର ଜନ୍ମ ନେଇଛି । ବିଷ୍ଟ୍ରଲ୍‌ ଚିଡିଆଖାନାରେ ଜନ୍ମ ନେଇଥିବା ମୂଷା ଭଳି ମୁହଁ ସଦୃଶ ଏହି ହରିଣ ବିରଳ ପ୍ରଜାତିର ଏବଂ ବିଶ୍ବରେ ଏହା ଖୁବ କମ ସଂଖ୍ୟାରେ ଦେଖାଯାଆନ୍ତି । ଗତ ବର୍ଷ ମଧ୍ୟ ବ୍ରିଷ୍ଟଲ ଚିଡିଆଖାନାରେ ଗୋଟିଏ ମାଈ ମାଉସ୍‌ ଡିଅର ( ମୂଷା ହରିଣ)  ଜନ୍ମ ନେଇଥିଲା । ପରେ ତାକୁ ନେଦରଲ୍ୟାଣ୍ଡସ୍‌ର ଓୟୀହ୍ୟାଣ୍ଡସ୍‌ ଚିଡିଆଖାନାକୁ ସ୍ଥାନାନ୍ତର କରାଯାଇଥିଲା ।

ବ୍ରିଷ୍ଟଲ ଚିଡିଆଖାନାରେ ଜନ୍ମ ନେଇଥିବା ଏହି ବିରଳ ପ୍ରଜାତିର ଲେଜର ମାଲାୟାନ ମାଉସ୍‌ ଡିଅରର ଲିଙ୍ଗ ନିରୂପଣ କରାଯାଇନାହିଁ । ଏହାର ଉଚ୍ଚତା ବର୍ତ୍ତମାନ ୮ ଇଞ୍ଚ ରହିଛି ଏବଂ ଏହାର ଉଚ୍ଚତା ପେନ୍‌ସିଲ ସହ ସମାନ । ବ୍ରେନୀ ଏବଂ ଜୋରାଙ୍କ ଔରସରୁ ଜନ୍ମ ନେଇଥିବା ଏହି ଲେଜର ମାଲାୟାନ ମାଉସ୍‌ ଡିଅର ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରୁଛି । ୨୦୧୪ ମସିହାରେ ୭ ବର୍ଷୀୟ ବ୍ରେନୀକୁ ଏହି ଚିଡିଆଖାନାକୁ ଅଣାଯାଇଥିଲା । ସେହିଭଳି ଜୋରାହକୁ ଏବେ ୪ ବର୍ଷ । ଜୋରାହ ଏବଂ ବ୍ରେନୀଙ୍କ ଔରଷରୁ ଦ୍ବିତୀୟ ସନ୍ତାନ ଭାବେ ଜନ୍ମ ନେଇଛି ଏହି ବିରଳ ପ୍ରଜାତିର ମାଉସ୍‌ ଡିଅର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.