#MeToo/ ଟିନା ଦତ୍ତ କଲେ ଅଭିଯୋଗ : କୋ-ଷ୍ଟାର ମୋହିତ ମାଲହୋତ୍ରା କରୁଥିଲେ ଅଶ୍ଳୀଳ ବ୍ୟବହାର

Published By : Prameya-News7 Bureau | March 03, 2019 IST

ମୁମ୍ବାଇ ୩/୩: ‘‘ଉତ୍ତରନ’’ ଫେମ୍ ଆକ୍ଟ୍ରେସ୍ ଟିନା ଦତ୍ତ ଏବେ ‘‘ଡାୟନ’’ ଧାରାବାହିକରେ ଅଭିନୟ କରୁଛନ୍ତି। ଟିନା ଶୋ ରେ ତାଙ୍କ ସହ ଅଭିନେତା ମୋହିତ ମାଲହୋତ୍ରା ତାଙ୍କୁ ଅଶ୍ଳୀଳ ଭାବରେ ଛୁଇଁବାର ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ ଟିନା ଏବଂ ମୋହିତଙ୍କ ଅନ୍ତରଙ୍ଗ ସିନ୍ ଚାଲିଥିବାବେଳେ ମୋହିତ ତାଙ୍କୁ ଖରାପ ଢଙ୍ଗରେ ଛୁଇଁଥିଲେ। ଏହି ଘଟଣା ଘଟିବା ପରେ ଟିନାଙ୍କୁ କାନ୍ଦୁଥିବାର ଦେଖାଯାଇଥିଲା। ରିପୋର୍ଟ ଅନୁସାରେ ମୋହିତଙ୍କୁ ଏଥିପାଇଁ ଚେତାବନୀ ମଧ୍ୟ ଦିଆଯାଇଥିଲା। କିନ୍ତୁ ସେ ମାନିନଥିଲେ।

{"id":90348,"width":594,"height":446}


ଟିମର ଅନ୍ୟ ସଦସ୍ୟ ମଧ୍ୟ କହିଥିଲେ ଯେ ଅନ୍ତରଙ୍ଗ ସିନ୍ ସୁଟିଙ୍ଗ୍ ଚାଲିଥିବାବେଳେ ମୋହିତଙ୍କ ଆଚରଣ ଅସଂଯତ ଥିଲା।

{"id":90350,"width":595,"height":446}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.