Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ପ୍ରସିଦ୍ଧ ଟିଭି ଅଭିନେତ୍ରୀ ଟୀନା ଦତ୍ତା କହିଲେ କେମିତି ନିର୍ଯ୍ୟାତନା ଦେଉଥିଲା ତାଙ୍କ ପ୍ରେମିକ, ସମସ୍ତଙ୍କ ସାମ୍ନାରେ ବି ମାରୁଥିଲା ମାଡ

3/01/2019 at 6:02 PM

ମୁମ୍ବାଇ୩|୧:  ଟେଲିଭିଜନର ଅଭିନେତ୍ରୀ ଟୀନା ଦତ୍ତା କଲର୍ସରେ ପ୍ରସାରିତ ହେଉଥିବା ଉତ୍ତରନ ଧାରାବାହିକରୁ ବେଶ ପ୍ରତିଷ୍ଠା ଓ ଲୋକପ୍ରିୟତା ହାସଲ କରିଛନ୍ତି। ଉତ୍ତରନ ଧାରାବାହିକରେ ସେ ଇଚ୍ଛା ଭୂମିକାରେ ଅଭିନୟ କରୁଥିଲେ। ଏବେ ଟୀନା ଷ୍ଟାର ପ୍ଲସର ଡାୟନ ଧାରାବାହିକରେ ଅଭିନୟ କରୁଛନ୍ତି।
 ଟୀନା ତାଙ୍କ ଜୀବନର ଏକ ରହସ୍ୟ ବିଷୟରେ ଏବେ କିଛି ଦିନ ତଳେ ପ୍ରକାଶ କରିଥିଲେ।

ସେ ଜଣେ ଏମିତି ବ୍ୟକ୍ତି ସହ ସଂପର୍କରେ ଥିଲେ ଯେଉଁଥିପାଇଁ ସେ ବହୁତ ସମସ୍ୟାର ସାମ୍ନା କରିଥିଲେ। ସେ ଦୀର୍ଘ ୫ବର୍ଷ ଧରି ଏକ ରିଲେସନରେ ଥିଲେ । କିନ୍ତୁ ଏହି ରିଲେସନରେ ସେ କେବଳ ନିର୍ଯ୍ୟାତନା ହିଁ ଭୋଗୁଥିଲେ ।  ବହୁତ କଷ୍ଟ ହେବାରୁ ୨୦୧୫ରେ ଟୀନା ଏହି ସଂପର୍କ ଭାଂଗିଦେଇଥିଲେ। ତାଙ୍କ ବକ୍ତବ୍ୟରେ ସେ କହିଥିଲେ ଯେ ସେ ଏହି ରିଲେସନସିପ୍‌ରେ ଏମିତି ଏମିତି ନିର୍ୟ୍ୟାତନା ସହୁଥିଲେ ଯାହା ଆଜି ବି ତାଙ୍କୁ ଭାବିଲେ ଡର ଲାଗେ ।  କାରଣ ଟୀନା ସେ ବ୍ୟକ୍ତିଙ୍କୁ ବହୁତ ଭଲ ପାଉଥିଲେ।  ଭବିଷ୍ୟତରେ ଟୀନା ତାଙ୍କ ସହ ରହିବାକୁ ବି ଚାହୁଁଥିଲେ। କିନ୍ତୁ ଟୀନା ପରେ ବୁଝିପାରିଲେ ଯେ ତାଙ୍କ ସହ କିଛି ଠିକ ହଉନି।

 ଟୀନାଙ୍କ ସହ ରିଲେସନରେ ଥିବା ବ୍ୟକ୍ତି ଜଣକ ଟେଲିଭିଜନ ଇଣ୍ଡଷ୍ଟ୍ରିରୁ ନୁହନ୍ତି ବୋଲି ସେ କହିଥିଲେ। ଉଭୟଙ୍କ ଦେଖା ସାକ୍ଷାତ ତାଙ୍କର ଜଣେ କମନ ଫ୍ରେଣ୍ଡ ଦ୍ୱାରା ହୋଇଥିଲା। ତାପରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା । କିନ୍ତୁ ପରବର୍ତ୍ତି ସମୟରେ ସେ ଟୀନାଙ୍କୁ ବହୁତ ଅପମାନ କରୁଥିଲା। ସେ ଟିନାଙ୍କୁ ମୌଖିକ ଭାବେ ଏବଂ ଶାରିରୀକ ଭାବେ ବହୁ ନିର୍ଯ୍ୟାତନା ଦେଉଥିବା ଟିନା ପ୍ରକାଶ କରିଛନ୍ତି ।
 ବନ୍ଧୁମାନଙ୍କ ସାମ୍ନାରେ ମଧ୍ୟ ତାଙ୍କ ସହ ଖରାପ ବ୍ୟବହାର କରୁଥିଲେ। ତାଙ୍କୁ ମାରିବା ପାଇଁ ମଧ୍ୟ ପଛଘୁଞ୍ଚା ଦେଉନଥିଲେ। ଏହି ସବୁ କାରଣ ପାଇଁ ସେ ତାଙ୍କ ରିଲେସନକୁ ସର୍ବସାଧାରଣ କରିନଥିଲେ। ଏହି ବିଫଳ ସଂପର୍କ ପରେ ସେ ଜୀବନରେ ସଫଳତା ହାସଲ କରିବାକୁ ଚାହାନ୍ତି। ଟୀନାଙ୍କୁ ଲଭ ମ୍ୟାରେଜ ପସନ୍ଦ। କିନ୍ତୁ ସେ ଇଣ୍ଡଷ୍ଟ୍ରିରୁ କାହାକୁ ବିବାହ କରିବେନି ବୋଲି କହିଛନ୍ତି। ଟିନା କହିଛନ୍ତି ଯେ, ଜଣେ ଅବିନେତା ଓ ଅଭିନେତ୍ରୀଙ୍କ ମଧ୍ୟରେ ସଫଳ ବୈବାହିକ ଜୀବନ ସେ କମ ଦେଖିଛନ୍ତି

 

 

 

 

   Related Posts