ଯାଜପୁରରେ ବଦଳିଲା ଦୋକାନ ଖୋଲିବା ସମୟ, କିଛି ଦୋକାନ ପ୍ରତିଦିନ ପରିବର୍ତ୍ତେ ସାପ୍ତାହିକ ଭାବେ ଖୋଲାରହିବ

Published By : Prameya-News7 Bureau | April 15, 2020 IST

ଯାଜପୁର ୧୫।୦୪: ଆସନ୍ତାକାଲି ଠାରୁ ଯାଜପୁର ଜିଲ୍ଲାର ପାଠ୍ୟ ପୁସ୍ତକ ଦୋକାନ, ଗ୍ୟାରେଜ, ବିଦ୍ୟୁତ ଉପକରଣ ଦୋକାନ ଦୈନିକ ପରିବର୍ତ୍ତେ ସାପ୍ତାହିକ ଭାବେ କେବଳ ରବିବାର ସକାଳ ୬ଟାରୁ ଦିନ ୧୦ ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହା ଅତ୍ୟାବଶ୍ୟକୀୟ ସାମଗ୍ରୀ ହୋଇ ନଥିବାରୁ ଦୈନିକ ଖୋଲିବାର ଆବଶ୍ୟକତା ନାହିଁ । ସବୁଦିନିଆ ହେବା ଫଳରେ ତା ବାହାନାରେ ଅନେକ ଅଯଥା ବୁଲି ଗହଳି କରୁଥିବାର ଜଣାଯାଇଛି ।

{"id":254449,"sizeSlug":"large"}

ପୂର୍ବରୁ ନିୟମରେ ଟିକେ କୋହଳ କରି ଏହି ସବୁ ଦୋକାନ ଖୋଲିବାକୁ କୁହାଯାଇଥିଲା । ହେଲେ ସବୁଦିନିଆ ଦୋକାନ ଖୋଲିବାରୁ ଲୋକଙ୍କ ରହଳି ବଢୁଛି । ସେଥିପାଇଁ ନିୟମରେ ପରିବର୍ତ୍ତନ କରାଯାଇଛି । ତେବେ ଦୋକାନୀ ମାନେ ନିଜେ ଓ ଗ୍ରାହକ ମାନଙ୍କ ସାମାଜିକ ଦୂରତା ଓ ମାସ୍କ ପରିଧାନ ପ୍ରତି ଉତ୍ତରଦାୟୀ ହେବେ। ଏହାର ବ୍ୟତିକ୍ରମ ହେଲେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.